କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ସ୍ଥାନୀୟ ସରପଞ୍ଚ ସୁକୁରିଆ ମୁଣ୍ଡାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଛି। ଦୀର୍ଘ ପ୍ରାୟ ୧ ଘଣ୍ଟା ହେଲା ଉଖୁଣ୍ଡା-ଚମ୍ପୁଆ ରାସ୍ତା ଅବରୋଧ ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଲ୍ୟାମ୍ପରେ ୩୦ ପ୍ରତିଶତ ଧାନ କାଟୁଥିବାରୁ ପ୍ରତିବାଦ କରିବା ସହ ଧାନ ଟୋକନ ନିୟମିତ ପ୍ରଦାନ କରିବା, ମିଲ୍ ପରିବର୍ତ୍ତେ ମଣ୍ଡିରେ ଧାନ କିଣିବା ବ୍ୟବସ୍ଥା କରିବା ଏବଂ ଧାନ କିଣା ଟାର୍ଗେଟ ବୃଦ୍ଧି କରିବା ଆଦି ଦାବିରେ ଏହି ଆନ୍ଦୋଳନ କରିଛନ୍ତି। ଖବର ପାଇ ପୋଲିସ ଓ ସ୍ଥାନୀୟ ପ୍ରାଶାସନିକ ଅଧିକାରୀ ପହଞ୍ଚି ଚାଷୀଙ୍କ ସମସ୍ୟା ଆଲୋଚନା ଜାରି ରଖିଛନ୍ତି।