ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ସ୍ମାରକପତ୍ର ତହସିଲଦାର ବିନୋଦକୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି ।
ସେମାନେ ଦାବି କରିଛନ୍ତିଯେ, ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିିଙ୍ଗି ପଞ୍ଚାୟତ ଦାସିଆମାରିପଲୀ ଗ୍ରାମର ଅନୁସୂଚିତ ଜାତି, ଜମିହୀନ ଓ ଗରିବ ଦିନ ମଜୁରିଆ ମାନେ ଦୀର୍ଘଦିନ ଧରି ଘର କରି ରହିଥିବା ବେଳେ ସେମାନେ ଘରର ପଟ୍ଟା ଲାଗି ଜିଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ଏହାକୁ ନେଇ ଜିଲାପାଳଙ୍କ ଚିଠି ପ୍ରକାରେ ପୁରୁଷୋତ୍ତମପୁର ତହସିଲଦାରଙ୍କ ନିର୍ଦ୍ଦେଶରେ ବାଣନଈ ରାଜସ୍ବ ନିରକ୍ଷକ ସରଜମନ ତଦନ୍ତ କରି ତହସିଲ କାର୍ଯ୍ୟାଳୟକୁ ରିପୋର୍ଟ ଦାଖଲ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଘରର ପଟ୍ଟା ମିଳିପାରି ନାହିଁ ।
ଏହାସହ ଅନେକ ଆବେଦନକାରୀଙ୍କ ତଦନ୍ତ ମଧ୍ଯ୍ଯ କରାଯାଇ ନାହିଁ । ଏଣୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେଇ ତଦନ୍ତ ହୋଇଥିବା ଘରର ପଟ୍ଟା ପ୍ରଦାନ କରିବା ଓ ତଦନ୍ତ ହୋଇନଥିବା ଆବେଦନକାରୀଙ୍କ ଘର ତଦନ୍ତ କରି ପଟ୍ଟା ଯୋଗାଇଦେବାକୁ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ଆନ୍ଦୋଳନ କରିବାର ନେଇ ମଧ୍ୟ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ତହସିଲଦାର ବିନୋଦକୁମାର ବେହେରା ଜିଲାପାଳ ଓ ସରକାରଙ୍କୁ ଜଣାଇ ପଦକ୍ଷେପ ନେବା ନେଇ କହିଛନ୍ତି ।