ୟୁରିଆ, ଡିଏପି କଳାବଜାରକୁ ନେଇ ଚାଷୀ ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଜିଲାର ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି ସମୟରେ ଚାଷୀଙ୍କୁ କଟ୍‌ନି ଛଟ୍‌ନିର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଜିଲାରେ ଏବେ ରବି ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନେକ ସ୍ଥାନରେ ଧାନପହ୍ଲା ରୁଆ ସରିଯାଇ ଥିବାବେଳେ ବିଭିନ୍ନ ଜାଗାରେ ଚାଷୀମାନେ ରୁଆକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେବେ ଚାଷକାର୍ଯ୍ୟ ଆରମ୍ଭରୁ ଜମିରେ ଡିଏପି, ୟୁରିଆ ସାରର ଆବଶ୍ୟକତା ଥିବାବେଳେ ସାରବିକ୍ରିରେ କଳାବଜାରକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସରକାରୀ ଧାର୍ଯ୍ୟଦରରେ ସାର ବିକ୍ରି ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ରିଟେଲର୍‌, ହୋଲସେଲର ଏବଂ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ଚଳିତ ରବିଚାଷ ପାଇଁ ଜିଲାରେ ୨୯ହଜାର ମେଟ୍ରିକ ଟନ୍‌ ୟୁରିଆର ଆବଶ୍ୟକ ଥିବାବେଳେ ଏ ଯାଏ ୮୭୬୯.୮୮ ମେଟ୍ରିକ ଟନ୍‌ ୟୁରିଆ ସାର ଜିଲାକୁ ଆସିଛି। ସେହିପରି ୧୧ହଜାର ୫୦୦ମେଟ୍ରିକ ଟନ୍‌ ଡିଏପି ସାର ଆବଶ୍ୟକ ଥିବାବେଳେ ଜିଲାକୁ ୨୯୫୩ ମେଟ୍ରିକ ଟନ୍‌ ଡିଏପି ସାର ମିଳିଛି। ଗୋଟିଏ ପଟେ ସାର ଅଭାବ ଏବଂ ଅନ୍ୟପଟେ ସାରରେ କଳାବଜାର ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। କେତେକ ରିଟେଲର୍‌, ହୋଲସେଲର୍‌ ସାରବିକ୍ରି ଲାଇସେନ୍ସର ସର୍ତ୍ତ ଅବମାନନା କରୁଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ୟୁରିଆ ସାର ପକେଟ୍‌(୪୫କି.ଗ୍ରା.) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ୟୁରିଆ ସାର ପକେଟ୍‌ ପ୍ରତି ୨୬୬ଟଙ୍କା ୫୦ ପଇସା ରହିଥିବାବେଳେ ତାକୁ ୩୨୦ଟଙ୍କାରୁ ୩୫୦ଟଙ୍କା ଦରରେ ବିକ୍ରି କରାଯାଉଛି। କେବଳ ସେତିକି ନୁହେଁ, ଜଣେ ଚାଷୀ ଗୋଟିଏ ପକେଟ୍‌ ୟୁରିଆ ସାର କିଣିଲେ, ତାଙ୍କୁ ୧୫୦ଟଙ୍କାର ଏକ ବାୟୋଫର୍ଟିଲାଇଜର୍‌ କିଣିବାକୁ ବାଧ୍ୟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପକେଟ୍‌(୫୦କି.ଗ୍ରା.) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ଜମି କାଦୁଅ ସମୟରେ ଡିଏପି ସାର ପ୍ରୟୋଗ କରିବାକୁ ପଡ଼ିଥାଏ।
ସେହିପରି ପହ୍ଲାରୁଆ ପରେ ଉଭୟ ଡିଏପି, ୟୁରିଆ ସାର ଦରକାର ପଡ଼େ। କିନ୍ତୁ ବର୍ତ୍ତମାନ ଏହି ସାରଗୁଡ଼ିକୁ ସରକାରୀ ଧାର୍ଯ୍ୟଠାରୁ ଅଧିକ ଦରରେ ବିକ୍ରି କରାଯାଉଥିବା ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଗୋଟିଏ ପଟେ ସରକାର ଚାଷୀଙ୍କୁ ରିହାତି ମୂଲ୍ୟରେ ସାର ଯୋଗାଇ ଦେଉଥିବା କହୁଥିବାବେଳେ ଅନ୍ୟପଟେ ଲାଇସେନ୍ସପ୍ରାପ୍ତ ରିଟେଲରମାନେ ସେଥିରେ କଳାବଜାର କରିବା ଦୁର୍ଭାଗ୍ୟଜନକ। ସେଭଳି ରିଟେଲରମାନଙ୍କୁ କଳା ତାଲିକାଭୁକ୍ତ କରିବା ସହିତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯାଉ ବୋଲି ନେକାଣ୍ଟି ଦାବି କରିଛନ୍ତି। ଜିଲା ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଜିଲାରେ ସାର ସଙ୍କଟ ରହିଛି। ମୁନାଫାଖୋର ବେପାରୀମାନେ ଏହାର ସୁଯୋଗ ନେଉଛନ୍ତି। ସେହିଭଳି ପ୍ୟାକ୍ସ ଜରିଆରେ ସାର ଚାଷୀମାନଙ୍କୁ ଯୋଗାଇ ଦେବା କଥା, କିନ୍ତୁ ତାହା ମଧ୍ୟ ହେଉ ନାହିଁ। ଫଳରେ ଜିଲାରେ ସାର କଳାବଜାର ବଢ଼ି ଚାଲିଛି। ଏପରି କି ଲାଇସେନ୍ସପ୍ରାପ୍ତ ରିଟେଲର୍‌, ହୋଲସେଲର୍‌ ଦୋକାନ ସମ୍ମୁଖରେ ଷ୍ଟକ୍‌ ଏବଂ ରେଟ୍‌ଚାର୍ଟ ମଧ୍ୟ ଝୁଲାଉ ନ ଥିବାବେଳେ କୃଷିବିଭାଗ ସେଥିପ୍ରତି ଆଖି ବୁଜି ଦେଇଛି ବୋଲି ମହାପାତ୍ର କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ସେଭଳି ଅଭିଯୋଗ ମିଳିଛି ଏବଂ ସେଥିପ୍ରତି ନଜର ରଖିବାକୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଥିବା କହିଥିଲେ। ଏହି ଟିମ୍‌ ଚଢ଼ାଉ କରିବ ଏବଂ କିଛି ଅନିୟମିତତା ଧରାପଡ଼ିଲେ ସେମାନଙ୍କ ଲାଇସେନ୍ସ ରବ୍ଦ ହେବା ସହିତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?