ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ରାଜକନିକା,୩ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ସିକୋ ପଞ୍ଚାୟତର ଡାଳିକାଏନ୍ଦା, ଭାରିଗଦା ପଞ୍ଚାୟତ ଓ ବରୁଣାଡ଼ିହା ପଞ୍ଚାୟତର ଚାଷୀ ମୁଖ୍ୟତଃ ଚିନାବାଦାମ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଚାଷୀ ଧାର, କରଜ ଆଣି ବିଲ ହଳ କରି ସରକାରୀ ଚିନାବାଦାମ ବିହନକୁ ଅପେକ୍ଷା କରିଥିଲେ। ବିହନ ନ ମିଳିବାରୁ ହାତରୁ ଟଙ୍କା ଖର୍ଚ୍ଚ କରି ଚିନାବାଦାମ ବିହନ କିଣି ଚାଷ କରୁଛନ୍ତି। ପୂର୍ବରୁ ବ୍ଲକରେ ପାଖାପାଖି ୨ରୁ ୩ଶହ ଏକର ଜମିରେ ଚାଷୀ ଚିନାବାଦାମ ଚାଷ କରୁଥିଲେ। ହେଲେ ବାରମ୍ବାର ସରକାରୀ ବିହନ ନ ମିଳିବାରୁ କେଜି ପ୍ରତି ୧୨୦ ଟଙ୍କା ଦରରେ ବିହନ କିଣି ଚାଷୀ ଚାଷ କରୁଛନ୍ତି। ଏହି ଚାଷ ନଭେମ୍ବର ଶେଷରୁ ଆରମ୍ଭ ହୋଇ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଚାଷୀ କାମ ସାରିଥାନ୍ତି।
ଭାରିଗଦା ପଞ୍ଚାୟତ ଝାରକଟା ଗାଁର ଚାଷୀ ବିଶ୍ୱନାଥ ପରିଡା, ଶରତ ଧଳ, ରମେଶ ଧଳ, ମିହିର କୁମାର ଦାସ, ସୁଦର୍ଶନ ସାହୁ, ଗୋପବନ୍ଧୁ ସାମଲ, ଶରତ ସାମଲ, ଦୁଃଶାସନ ଜେନା, ମାଧବାନନ୍ଦ ଧଳ, ବିଜୟକେତନ ସାହୁ, ଅମୂଲ୍ୟ କୁମାର ସାହୁ, ଗଜେନ୍ଦ୍ର ଜେନା ପ୍ରମୁଖ କହିଛନ୍ତି, ପଞ୍ଚାୟତରେ ଆଗରୁ ଶହେ ଏକର ଜମିରେ ଚିନାବାଦାମ ଚାଷ କରି ଆମ ବାପ ଜେଜେ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଏବେ କୃଷି ବିଭାଗର ଉଦାସୀନତା ଯୋଗୁ ଚାଷରୁ ଚାଷୀ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଚଳିତବର୍ଷ ଆମେ କୃଷି କାର୍ଯ୍ୟାଳୟକୁ ଚିନାବାଦାମ ବିହନ ପାଇଁ ଯାଇଥିଲୁ। ହେଲେ ଚିନାବାଦାମ ବିହନ ଆସୁନାହିଁ ବୋଲି କୃଷି ଅଧିକାରୀ କହିଥିଲେ। ହେଲେ ବିହନ ନ ମିଳିବାରୁ ବାହାରୁ ବିହନ କିଣି ୧୫ ଏକର ଚାଷ କରିଛୁ। ଯଦି ସରକାରୀ ସହାୟତା ମିଳିଥାନ୍ତା ତେବେ ଆହୁରି ଅଧିକ ଜମିରେ ଚାଷ କରିପାରିଥାନ୍ତୁ। ସେହିପରି ବରୁଣାଡ଼ିହା ପଞ୍ଚାୟତର ଚାଷୀ କୃଷି ବିଭାଗର ଉଦାସୀନତା ଯୋଗୁ ଚିନାବାଦାମ ଚାଷରୁ ଚାଷୀ ମୁହଁ ଫେରାଇ ନେଉଛନ୍ତି। ଚାଷୀ ସଞ୍ଜୟ ସାହୁ, ରଞ୍ଜନ ନାୟକ, ହୃଷୀକେଶ ନାୟକ, ରୂପକ ନାୟକ, ଦିଲ୍ଲୀପ ନାୟକ, ବନମାଳୀ ରାଉତ କହିଛନ୍ତି, ଆମ ପଞ୍ଚାୟତର ମୁଖ୍ୟ ହେଲା ଚିନାବାଦାମ ଚାଷ। ପାଖାପାଖି ୧୫୦ ଏକର ଜମିରେ ଆଗରୁ କେବଳ ଏହି ଚାଷ କରାଯାଉଥିଲା। ହେଲେ କୃଷି ବିଭାଗର ଉଦାସୀନତା ଯୋଗୁ ଧୀରେ ଧୀରେ ଚାଷ କମି କମି ଯାଉଛି। ବିଗତବଷରେ ବିହନ ମିଳିବା ବିଳମ୍ବ ଓ ଜମିରୁ ପାଗ ଛାଡ଼ି ଯିବା ଦେଖି କରଜ କରି ବିହନ କିଣି ଚାଷ କରିଥିଲୁ। ହେଲେ କୃଷି ବିଭାଗ ପକ୍ଷରୁ କିଛି ସହାୟତା ମିଳିଲାନି। ଭଲ ଫଳ ହେଲାନି, ଚାଷୀ କ୍ଷତି ସହିଲା ପରେ ମୁହଁ ଫେରାଇ ନେଇଛୁ। ସେହିପରି ସିକୋ ପଞ୍ଚାୟତର ଚାଷୀ ଭାଗୀରଥି ସ୍ବାଇଁ, ଦାମୋଦର ସ୍ବାଇଁ, ବିନୟ ଗୁରୁ, ବ୍ରହ୍ମାନନ୍ଦ ସ୍ବାଇଁ କହିଛନ୍ତି, ବାଦାମ ଚାଷ କରି ପରିବାର ଆମେ ପ୍ରତିପୋଷଣ କରିଥାଉ। ହେଲେ କୃଷି ବିଭାଗ ପକ୍ଷରୁ ଆମକୁ ବିଗତ ବର୍ଷ ବିଳମ୍ବରେ ଚିନାବାଦାମ ବିହନ ମିଳିଲା। ଫଳରେ ଠିକ୍‌ ଭାବେ ଫଳ ହେଲା ନାହିଁ, ଚାଷୀ କ୍ଷତି ସହିଲେ। ଚଳିତବର୍ଷ ସରକାରୀ ବିହନକୁ ଅପେକ୍ଷା କରି ବ୍ଲକ କୃଷି କାର୍ଯ୍ୟାଳୟକୁ ଯାଇ ପଚାରିବାରୁ କୃଷି ଅଧିକାରୀ କହିଲେ ଏଥରକ ବିହନ ଆସିବନାହିଁ। ତୁମର ୩ ବର୍ଷ ହୋଇଗଲା ଚାଷ, ଅନ୍ୟ ବ୍ଲକକୁ ଦିଆଯିବ। ଫଳରେ ଆମେ ହାତରୁ ୧୨୦ ଟଙ୍କାରେ ବାହାରୁ ବିହନ କିଣି କିଛି ଜମିରେ ଲଗାଇଛୁ। କୃଷି ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଚାଷୀ ଚାଷରୁ ମୁହଁ ଫେରାଇ ନେଉଛନ୍ତି। ଏଥିପ୍ରତି କୃଷି ବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ନ ଦେଲେ ଆଗାମୀଦିନରେ ବ୍ଲକରୁ ଉଭେଇ ଯିବ ବାଦାମ ଚାଷ। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ, ପଟ୍ଟାମୁଣ୍ଡାଇର ଦିଜବର ସେଠୀଙ୍କୁ ପଚାରିବାରେ ଚଳିତବର୍ଷ ରାଜକନିକା ବ୍ଲକକୁ ଜିଲା କାର୍ଯ୍ୟାଳୟରୁ ଚିନାବାଦାମ ବିହନ ଯାଇନାହିଁ। ଅନ୍ୟ ବ୍ଲକକୁ ବିହନ ଯୋଗାଇ ଦିଆଯାଇଛି। ରାଜକନିକାର ଚାଷୀଙ୍କୁ ବିହନ କାହିଁକି ମିଳିଲା ନାହିଁ ବୋଲି ପଚାରିବାରେ ଉପରିସ୍ଥ ଅଧିକାରୀଙ୍କଠାରୁ ବୁଝିକି କହିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri