ଛତ୍ରପୁର,୭ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବିଭିନ୍ନ ସ୍ଥାନରେ ସାରର ଅଭାବୀ ବିକ୍ରି ସହ କଳାବଜାର ହେଉଥିବା ନେଇ ଅଭିଯୋଗ କରୁଛନ୍ତି ଚାଷୀ। ଏବେ ବିଲରେ ରୁଆପୋତା ସମୟରେ ଆବଶ୍ୟକ ରହିଛି ସାର। ଏହାର ଭିତରେ ଚାଷୀକୁ ମିଳିପାରୁନାହିଁ ସାର। ସାର ପାଇଁ ସକାଳୁ ଆସି ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ଚାଷୀ। ଜିଲାରେ ଚଳିତ ମାସ ୫ରେ ୧୮୦୦ ମେଟ୍ରିକ୍ ଟନ୍ ସାର ଆସିଛ। ୧୨୬ଟି ସୋସାଇଟ୍ ଏହା ପ୍ରଦାନ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅଧୀନ ଲଣ୍ଡାବାଉଁଶ ସୋସାଇଟିରେ କାଲି ସାର ଆସିବାରୁ ଚାଷୀ ଏହା ଜାଣି ସକାଳୁ ସକାଳୁ ଭିଡ ଜମାଇଛନ୍ତି।
ଦୁଇଟି ସୋସାଇଟିର ୧୪ ଖଣ୍ଡ ଗ୍ରାମ ଏହି ସୋସାଇଟ ଉପରେ ର୍ନିଭର କରୁଛନ୍ତି ସାର ପାଇ। ୫ଶହରୁ ଊର୍ଦ୍ଧ୍ୱ ଚାଷୀ ସକାଳୁ ଜଗିରହିଥିବା ବେଳେ ମାତ୍ର ସାର ଆସିଛି ୨୨୫ଟି ବସ୍ତା । ସମସ୍ତ ଚାଷୀକୁ କିପରି ମିଳିବ । ଏପରିକି ଜଣକୁ ଗୋଟିଏ ବସ୍ତା ଆଧାର କାର୍ଡ ଜେରକ୍ସ ରଖି ପ୍ରଦାନ କରାଯାଉଛି । କାହାକୁ ୫ଟି ବସ୍ତା ଆବସ୍ୟକ ବେଳେ ତାକୁ ଦିଆଯାଉଛି ଗୋଟିଏ ବସ୍ତା । କାହାକୁ ଗୋଟିଏ ବି ବସ୍ତା ମିଳିପାରୁନାହି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ନିଜେ ମଧ୍ୟ ସୋସାଇଟି ସମ୍ପାଦକ ମଧ୍ୟ ନିରାଶ ହୋଇଛନ୍ତି । ଲୋକେ ଅଛନ୍ତି ୫ଶହରୁ ଉର୍ଦ୍ଧ ଆସିଛି ୨୨୫ଟି ବସ୍ତା ଏବଂ ଜଣକୁ ଗୋଟିଏ ହିଁ ଦିଆଯାଉଛି। କିପରି ସମସ୍ତ ଚାଷୀଙ୍କୁ ଆବଶ୍ୟକ ହେଉଥିବା ସାର ମିଳିବା ଜରୁରୀ । ନଚେତ ଚାଷୀ ବାହାରୁ ଅସାଧୁ ବ୍ୟବସାୟୀଙ୍କ ଠାରୁ ଚଢ଼ାଦରରେ କିଣିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଚାଷୀ । ଯେଉଁ ସମୟୟରେ ସାର ଆବଶ୍ୟକ ସେହି ସମୟରେ ହିଁ ସାର ମିଳିବା ଜରୁରୀ ।
ସୂଚନା ଥାଉକି, ଗଞ୍ଜାମ ଜିଲାରେ ଚଳିତ ବର୍ଷ ଖରିଫ ସମୟରେ ୧ ଲକ୍ଷ ୫୬ ହଜାର ୭୧୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି।