Posted inଜାତୀୟ

ଚାଷୀ ଆତ୍ମହତ୍ୟାର ପର୍ଦ୍ଦାଫାଶ୍‌, ଟିଏମ୍‌ସିକୁ ଘେରିଲା ଭାଜପା…

କୋଲକାତା, ୨୧।୯ : କୃଷକଙ୍କ ଆତ୍ମହତ୍ୟାକୁ ନେଇ ଭାଜପା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଭାଜପା କହିଛି ଯେ ଏହା କେବଳ ଚୋର ସରକାର ନୁହେଁ ବରଂ ଅପରାଧୀଙ୍କ ସରକାର ମଧ୍ୟ। ସରକାରଙ୍କ କହିବାନୁସାରେ, ରାଜ୍ୟରେ କୌଣସି କୃଷକ ଆତ୍ମହତ୍ୟା କରିନାହାଁନ୍ତି। କିନ୍ତୁ ଏକ ଆରଟିଆଇ ରିପୋର୍ଟ ପ୍ରକାଶ କରିଛି ଯେ ଗତ ବର୍ଷ ପୂର୍ବ ମେଦିନୀପୁରରେ ୧୨୨ ଚାଷୀ ଆତ୍ମହତ୍ୟା କରିଥିଲେ। ୨୦୨୨ ରେ ଏପର୍ଯ୍ୟନ୍ତ ୩୪ ଜଣ ଚାଷୀଙ୍କ ଆତ୍ମହତ୍ୟା ପଞ୍ଜୀକୃତ ହୋଇଛି।

ଜଣେ କାର୍ଯ୍ୟକର୍ତ୍ତା ବିଶ୍ୱନାଥ ଗୋସ୍ବାମୀଙ୍କ ଆରଟିଆଇ ଆବେଦନ ପରେ ଏହି ଆକଳନ ସାମ୍ନାକୁ ଆସିଛି। ୨୦୨୧ ମସିହାରେ ଘାଟାଲ ଅଞ୍ଚଳରେ ୬୩ ଜଣ ଆତ୍ମହତ୍ୟା କରିଥିଲେ। ଚଳିତ ବର୍ଷ ସେଠାରେ ୧୩ ଟି ମାମଲା ରୁଜୁ ହୋଇଛି। ସେହିଭଳି ଗତ ବର୍ଷ ଗୋଲତୋରେରେ ୧୪ ଜଣ ଏବଂ ଚଳିତ ବର୍ଷ ୫ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୧ରେ ଆନନ୍ଦପୁରରେ ୧୦ ଜଣ, କେଶବପୁରରେ ୮ଜଣ ଏବଂ ଦାତାନ ଓ ମୋହନପୁରରେ ୭ ଜଣ ଲେଖାଏଁ ଚାଷୀ ଆତ୍ମହତ୍ୟା ପଞ୍ଜୀକୃତ ହୋଇଛି।

ନିକଟରେ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ଗତ ବର୍ଷ ଏଠାରେ କୌଣସି କୃଷକ ଆତ୍ମହତ୍ୟା କରି ନଥିଲେ। ଭାଜପା ଉପାଧ୍ୟକ୍ଷ ଅମିତ ମାଲବ୍ୟ ଆରଟିଆଇ ରିପୋର୍ଟର ସ୍କ୍ରିନଶଟ ପୋଷ୍ଟ କରି କହିଛନ୍ତି, ବର୍ତ୍ତମାନ କେବଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ବୁଝାଇବା ଉଚିତ। ରାଜ୍ୟ ସରକାର ଏବଂ ଏନସିଆରବି ରିପୋର୍ଟରେ ଶୂନ୍ୟ ଆତ୍ମହତ୍ୟା ଅଛି, କିନ୍ତୁ ଆରଟିଆଇରେ ଏହା ୧୨୨ ଦର୍ଶାଉଛି। ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଏବଂ ତଥ୍ୟ ଉପରେ ଭାଜପା ପ୍ରଶ୍ନ ଉଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri