୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ ବିକିପାରୁନାହାନ୍ତି। ଫଳରେ ଖରିଫ୍‌ ଚାଷ ଲାଗି କରିଥିବା ଧାର ଉଧାର ଶୁଝିପାରୁନାହାନ୍ତି ଏବଂ ଅର୍ଥାଭାବରୁ ରବିଚାଷ ପାଇଁ ତଳି ପକାଇବାକୁ ଧାନବିହନ କ୍ରୟ କରିପାରୁନାହାନ୍ତି। ଏହାକୁ ନେଇ ବିନିକା ବ୍ଲକର ଚାଷୀ ଧର୍ମରାଜ ପଣ୍ଡା, ରିଣ୍ଟୁ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଶନିବାର ରାସ୍ତାକୁ ଓହ୍ଲାଇଥିଲେ। ବିନିକା ବ୍ଲକ ପଣ୍ଡକିଟାଲ-ସଂସାମୁରା ରାସ୍ତାର କଉଡ଼ିଆମୁଣ୍ଡା ଛକଠାରେ ଧାନବସ୍ତା ରଖି ସକାଳ ୮ରୁ ରାସ୍ତା ଅବରୋଧ କରିଥିଲେ। ପ୍ରତିବାଦସ୍ୱରୂପ ନିକିତି ବଟକରା ଧରି ଚାଷୀମାନେ ଧାନ କେଜି ୧୦ ଟଙ୍କାରେ ଖୁଚୁରାରେ ବିକ୍ରି କରିବାକୁ ବସିଥିଲେ। ସରକାର ଆମ ଧାନ କିଣ କହି ରାସ୍ତା ଉପରେ ମୁଣ୍ଡିଆ ମାରିବା ଦେଖାଯାଇଥିଲା।
ଚାଷୀଙ୍କ କହିବା ଅନୁଯାୟୀ, ଶଙ୍କରା ପାକ୍ସରେ ଗତ ୯ ତାରିଖରୁ ମଣ୍ଡି ଖୋଲିଥିଲେ ହେଁ ଧାନକିଣାରେ ଅଚଳାବସ୍ଥା ଦେଖାଦେଇଛି। ବ୍ଲକର ବିଭିନ୍ନ ମଣ୍ଡି ନାମକୁମାତ୍ର ଖୋଲିଥିଲେ ହେଁ ଧାନ କିଣାହେଉନାହିଁ।
୧୦ ଟଙ୍କାରେ ଧାନ …
ଅମଳ ସାରି ଧାନ ବିିକ୍ରି କରିବାକୁ ଚାହିଁବସିଥିବାବେଳେ ଟୋକନ ମିଳିନାହିଁ। ଅନନ୍ୟୋପାୟ ହୋଇ ସେମାନେ କମ୍‌ ଦାମ୍‌ରେ ବେପାରୀଙ୍କୁ ଦେଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଅନ୍ୟପଟେ ରବିଧାନ ଲାଗି ତଳି ପକାଇବା ପାଇଁ ସେମାନଙ୍କ ହାତରେ ଅର୍ଥ ନାହିଁ। ଏପରି ସ୍ଥିତିକୁ ହୃଦୟଙ୍ଗମ କରି ସରକାର ଅବିଳମ୍ୱେ ଚାଷୀଙ୍କୁ ଟୋକନ ଉପଲବ୍ଧ କରାଇବା ସହ ଧାନକିଣାରେ ଚାଲିଥିବା ଅଚଳାବସ୍ଥାକୁ ଦୂର କରିବା ଜରୁରୀ ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନେ ଆନ୍ଦୋଳନ ଚଳାଇଥିଲେ ହେଁ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିଲେ। ଶେଷରେ ଅପରାହ୍ନ ୩ଟାରେ ଚାଷୀମାନେ ରାସ୍ତା ଅବରୋଧରୁ ହଟିଥିଲେ ହେଁ ଆନ୍ଦୋଳନ ଚାଲିବ ବୋଲି କହିଥିଲେ। ସ୍ଥିତିରେ ପରିବର୍ତ୍ତନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି ଚାଷୀମାନେ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri