ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌ କରୁଛନ୍ତି।

ବୁଧବାର ବିଳମ୍ବିତ ରାତିରେ ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ଅସରଳା ନୂଆସାହିରେ ପୂର୍ଣ୍ଣଚନ୍ଦ୍ରଙ୍କ ଘରୁ କବାଟ ଓ ଗଡ୍‌ରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ନେଇ ବାଙ୍କୋଇ ଫାଣ୍ଡିରେ ଅଭିଯୋଗ ହୋଇଛି।

ସୂଚନା ନୁଯାୟୀ , ଅସରଳା ନୂଆ ସାହିର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପରିବାର ବାଙ୍କୋଇ ଯାତ୍ରା ଦେଖିବାକୁ ଯାଇଥିବାର ସୁଯୋଗ ନେଇ ଚୋର ଆଗ ପଟ କବାଟ ଭାଙ୍ଗି ସହ ଘରେ ଭିତରେ ଥିବା ଗଡ୍‌ରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିବା ପୂର୍ଣ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି।
ପୋଲିସ ପାଟ୍ରୋଲିଂର ଅଭାବ ଚୋରମାନଙ୍କ ଦୌରାତ୍ମ୍ୟ ବଢୁଛି। ରାତ୍ରି ପାଟ୍ରୋଲିଂ ବଢ଼ାଇବାକୁ ସାଧାରଣ ଲୋକ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share