ମୃତ ଯୁବକଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି ପରିବାର ସଦସ୍ୟ, ହମାସ ଆକ୍ରମଣରେ ହୋଇଥିଲା ମୃତ୍ୟୁ…

ଜେରୁଜେଲମ,୨।୧୨ : ହମାସ ଆକ୍ରମଣରେ ନିହତ ହୋଇଥିବା ଯୁବକମାନଙ୍କର ପରିବାର ବର୍ଗ ସେମାନଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ଏହା ଦ୍ୱାରା ଏକ ନୂତନ ଆଶାର କିରଣ ଦେଖୁଛନ୍ତି। ଏହି କାରଣରୁ ଇସ୍ରାଏଲରେ ଲୋକମାନେ ନିଜ ନିଜ ପରିବାର ବଢ଼ାଇବାର ଏହି ବିକଳ୍ପ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି।

ଅକ୍ଟୋବର ୭ ହମାସ ଆକ୍ରମଣରେ ଯେଉଁମାନେ ପ୍ରିୟଜନଙ୍କୁ ହରାଇଥିଲେ ସେମାନଙ୍କୁ ସାନ୍ତ୍ୱନା ଦେବା ଏବଂ ବୁଝାଇବା ଦାୟିତ୍ୱ ଇସ୍ରାଏଲର ପ୍ରଫେସର ଶିର ଡାଫନା ଟେକୋଙ୍କୁ ଦିଆଯାଇଥିଲା। ଶିର ଡାଫନା କହିଛନ୍ତି ହମାସ ଆକ୍ରମଣ ପରେ ଡାକ୍ତରଖାନାରେ ମୃତଦେହ ଗଦା ହୋଇ ରହିଥିଲା ଏବଂ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପରିବାର ନିରାଶା ଓ ଅନ୍ଧକାରରେ ବୁଡି ରହିଥିବାର ଦେଖାଯାଇଥିଲା। ଏହି ସମୟରେ, ସେ ଜଣେ ମହିଳାଙ୍କୁ ପଚାରିଥିଲେ ସେ କହିଥିଲେ ଏକ ସଙ୍ଗୀତ ମହୋତ୍ସବରେ ପୁଅକୁ ହରାଇଛନ୍ତି। ମୃତ୍ୟୁ ପରେ ସେ ପୁଅର ଶୁକ୍ରାଣୁ ସଂରକ୍ଷଣ କରିବାକୁ ଚାହୁଁଛନ୍ତି କି? ଡାଫନା କହିଛନ୍ତି ଏହା ଶୁଣିବା ପରେ ମହିଳାଙ୍କ ଆଖି ଉଜ୍ଜଳ ହୋଇ ଉଠିଥିଲା ଏବଂ ସେ ପୁଅର ଶୁକ୍ରାଣୁ ସଂରକ୍ଷଣ କରିବାକୁ ରାଜି ହୋଇଥିଲେ।

ଡଫନା କହିଛନ୍ତି ଏହା ପରେ ସେ ଡାକ୍ତରଖାନା ପ୍ରଶାସନ ସହ କଥା ହୋଇଥିଲେ ଏବଂ କିଛି ଘଣ୍ଟା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ମୃତ ଶରୀରର ଶୁକ୍ରାଣୁ ସଂରକ୍ଷିତ କରାଯାଇଥିଲା। ଏହା ପରେ ବିଭିନ୍ନ ପରିବାରର ଅନେକ ସଦସ୍ୟ ମଧ୍ୟ ସମାନ ଦାବି କରିଥିଲେ। ଇସ୍ରାଏଲ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ବର୍ତ୍ତମାନ ବହୁ ସଂଖ୍ୟକ ଲୋକ ଏହି ଦାବି କରୁଛନ୍ତି। ବର୍ତ୍ତମାନ ଏହି ଶୁକ୍ରାଣୁ ଦ୍ୱାରା ଗର୍ଭଧାରଣ କରି ପିଲାମାନେ ଜନ୍ମ ହେବେ।

ମୃତ ଶରୀରରୁ ଶୁକ୍ରାଣୁ ବାହାର କରିବା ଏବଂ ଏହାକୁ ସଂରକ୍ଷଣ କରିବାର ପ୍ରକ୍ରିୟାକୁ ପୋଷ୍ଟମ୍ୟୁମସ ଶୁକ୍ରାଣୁ ପୁନରୁଦ୍ଧାର (ପିଏସଆର) କୁହାଯାଏ । ଏହି ପ୍ରକ୍ରିୟାରେ ଶୁକ୍ରାଣୁକୁ ମୃତ ଶରୀରରୁ ବାହାର କରି ତରଳ ନାଇଟ୍ରୋଜେନରେ ଫ୍ରିଜ କରି ରଖାଯାଇଥାଏ । ଏହି ପ୍ରକ୍ରିୟା ପାଇଁ ପୂର୍ବରୁ କୋର୍ଟଙ୍କ ଅନୁମୋଦନ ନେବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଇସ୍ରାଏଲ ସରକାର ଡାକ୍ତରଖାନାଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯଦି ପରିବାର ସଦସ୍ୟ ଦାବି କରନ୍ତି ତେବେ ତୁରନ୍ତ ଶୁକ୍ରାଣୁ ବାହାର କରି ମୃତ ଶରୀରରୁ ସଂରକ୍ଷଣ କରାଯିବା ଉଚିତ। ମୃତ୍ୟୁ ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଶୁକ୍ରାଣୁ ସକ୍ରିୟ ରହିଥାଏ ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri