ଫ୍ୟାମିଲି ହାଇଭ୍‌ଜ ପୋର୍ଟାଲ ଉନ୍ମୋଚିତ

ପୁରୀ, ୧୬ା୧୦(ଅଜିତ ମହାନ୍ତି): ପରିବାର ସହ ଅବସର ସମୟରେ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅନ୍‌ଲାଇନରେ ସ୍ବଳ୍ପ ଓ ଦୀର୍ଘସମୟ ସକାଶେ ଆବଶ୍ୟକ ହୋଟେଲ, ହଲିଡେ ହୋମ୍‌, କଟେଜ୍‌, ଭିଲ୍ଲା କିମ୍ବା ଅବସର ବିନୋଦନ କେନ୍ଦ୍ର ଯୋଗାଇଦେବା ଉଦ୍ଦେଶ୍ୟରେ ଫ୍ୟାମିଲି ହାଇଭ୍‌ଜ ନାମକ ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ ଆରମ୍ଭ ହେବାକୁ ଯାଉଛି। ଏନେଇ ରବିବାର ପୁରୀର ଏକ ଘରୋଇ ହୋଟେଲରେ ଫ୍ୟାମିଲି ହାଇଭ୍‌ଜର ପୋର୍ଟାଲକୁ ଓଡ଼ିଆ ସିନେ ତାରକା ତଥା ବିଜେଡି ନେତା ଆକାଶ ଦାସନାୟକ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିନେତା ଆକାଶଙ୍କ ସମେତ ଫ୍ୟାମିଲି ହାଇଭ୍‌ଜର ପ୍ରତିଷ୍ଠାତା ଗାୟତ୍ରୀ ଷଡ଼ଙ୍ଗୀ ଏବଂ ଦେବାଶିଷ ଷଡ଼ଙ୍ଗୀ ଉପସ୍ଥିତ ରହି ପୋର୍ଟାଲ ସମ୍ପର୍କରେ ସୂଚନା ଦେଇଥିଲେ। ପରିବାରର ଏକାଧିକ ଚାହିଦା ମେଣ୍ଟାଇବା ସହ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଫ୍ୟାମିଲି ହାଇଭ୍‌ଜ ମାଇଲ୍‌ଖୁଣ୍ଟ ସ୍ଥାପନ କରିବ। ୨୦୨୨ରେ ଦୁବାଇରେ ଆୟୋଜିତ ଓଡ଼ିଆ ଇନ୍‌ଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିିଶାରେ ପ୍ରବାସୀ ଓଡ଼ିଆମାନେ ପୁଞ୍ଜି ନିବେଶ ପାଇଁ ଆହ୍ବାନ ଦେଇଥିଲେ।

ଏଥିରେ ସେ ଅନୁପ୍ରାଣିତ ହୋଇ ଫ୍ୟାମିଲି ହାଇଭ୍‌ଜ ଷ୍ଟାର୍ଟଅପ୍‌ କମ୍ପାନୀ ଆରମ୍ଭ କରିଛନ୍ତି ବୋଲି ଗାୟତ୍ରୀ କହିଥିଲେ। ମୁଖ୍ୟତଃ ପରିବାର ସଦସ୍ୟମାନଙ୍କ ଅବସର ବିନୋଦନକୁ ସରସ ସୁନ୍ଦର କରିବା ପାଇଁ ଫ୍ୟାମିଲି ହାଇଭ୍‌ଜ ଚେଷ୍ଟା କରିବ। ପରିବାର ସଦସ୍ୟମାନଙ୍କୁ ଆବଶ୍ୟକ ହେଉଥିବା ହୋଟେଲ୍‌, ଧର୍ମଶାଳା, ହଲିଡେ ହୋମ୍‌, କଟେଜ୍‌, ଫ୍ଲାଟ୍‌, ଭିଲ୍ଲା, ଅବସର ବିନୋଦନ କେନ୍ଦ୍ରଗୁଡ଼ିକର ତନଖି ପ୍ରଥମେ କମ୍ପାନୀ ଦ୍ୱାରା କରାଯିବା ପରେ ସେଗୁଡ଼ିକୁ ଉକ୍ତ ପୋର୍ଟାଲରେ ପ୍ରଦର୍ଶନ କରାଯିବ। ସେହିପରି ଗ୍ରାହକଙ୍କ ପ୍ରାମାଣିକତା ଯାଞ୍ଚ କରାଯିବ। ଦୀର୍ଘକାଳୀନ ହେଉ କିମ୍ବା ସ୍ବଳ୍ପକାଳୀନ ଉଭୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯିବ। ଯେଉଁସବୁ ଅବସର ବିନୋଦନ କେନ୍ଦ୍ରରେ ପରିବାର ରହିବା ଭଳି ଆବଶ୍ୟକତାକୁ ମେଣ୍ଟାଉଥିବ କେବଳ ସେଗୁଡିକୁ ଏହି ପୋର୍ଟାଲରେ ପଞ୍ଜୀକରଣ କରାଯିବ। ଫ୍ୟାମିଲି ହାଇଭ୍‌ଜ ଓଡ଼ିିଶାରୁ ଆରମ୍ଭ ହୋଇଥିବା ଏଭଳି ପ୍ରଥମ ପୋର୍ଟାଲ। ଏହି ପରିପ୍ରେକ୍ଷୀରେ ଆକାଶଙ୍କୁ ଫ୍ୟାମିଲି ହାଇଭ୍‌ଜ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡର ଭାବେ ୨ବର୍ଷ ଲାଗି ଚୁକ୍ତିବଦ୍ଧ କରାଯାଇଛି। କମ୍ପାନୀର ପ୍ରଚାର ପ୍ରସାର ଲାଗି ସହଯୋଗ ଯୋଗାଇଦେବାକୁ ଆକାଶ ସମ୍ମତି ଦେଇଛନ୍ତି।

ଏଭଳି ଷ୍ଟାର୍ଟଅପ୍‌ କମ୍ପାନୀ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିିଶାର ଭବିଷ୍ୟତ ରୂପରେଖକୁ ବଦଳାଇବାରେ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଗାୟତ୍ରୀ କହିଛନ୍ତି। ଭୁବନେଶ୍ୱର ଓ ପୁରୀର ହଲିଡେ ହୋମ୍‌, କଟେଜ୍‌, ଫ୍ଲାଟ୍‌, ଭିଲ୍ଲା, ହୋଟେଲ୍‌ ଏବଂ ଅତିଥିଶାଳାରେ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଓ ପୁରୀର ବହୁ ହୋଟେଲ୍‌ ମାଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?