ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା ବାପାକୁ ଦୁଇପୁଅ ଅତି ନୃଶଂସ ଭାବରେ ପିଟିପିଟି ମାରିଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମବାସୀଙ୍କଠାରୁ ଏହାର ଖବରପାଇ ପୁରୁଷୋତ୍ତମପୁର ଆଇଆଇସି ରାଜେଶ କୁମାର ନାୟକ ଘଟଣାସ୍ଥଳକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପା ଗୋପାଳକୃଷ୍ଣ ସାହୁଙ୍କ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଦୁଇପୁଅ ପିଣ୍ଟୁ ସାହୁ ଓ ରଞ୍ଜନ ସାହୁଙ୍କୁ ଗିରଫ କରି ତଦନ୍ତ ଚଲାଇଛନ୍ତି।

ସୂଚନାଯୋଗ୍ୟ, ମୃତ ଗୋପାଳଙ୍କ ପରିବାର ଗରିବ ଶ୍ରେଣୀର ଅଟନ୍ତି। ତାଙ୍କର ଦୁଇପୁଅ ଦୁଇଝିଅ ରହିଛନ୍ତି। ପ୍ରାୟ ଦଶବର୍ଷତଳେ ବଡଝିଅର ବିବାହ ସରିଥିବା ବେଳେ ଦୁଇମାସ ତଳେ ସାନଝିଅର ବିବାହ ସରିଛି। ମାତ୍ର ଦୁଇ ପୁଅ ଅବିବାହିତ ରହିଛନ୍ତି। କରଜକୁ ନେଇ ପରିବାରରେ ଅଶାନ୍ତି ଲାଗିରହିଥିଲା। ବିଭିନ୍ନ ପ୍ରକାରର ସମାଲୋଚନା ଓ ଋଣ ଭାରର ରାଗକୁ ନେଇ ଗୋପାଳକୃଷ୍ଣ ତାଙ୍କ ପତ୍ନୀ ସୀତା ଉପରେ ରାଗ ସୁଝାଇ ମାରପିଟ୍‌ କରୁଥିଲେ। ସୋମବାର ମଧ୍ୟ ଗୋପାଳ ଏକ ଲୁହାରଡରେ ତାଙ୍କ ପତ୍ନୀଙ୍କୁ ମାଡମାରିବାକୁ ଉଦ୍ୟମ କରିବାବେଳେ ଦୁଇ ପୁଅ ପ୍ରତିବାଦ କରିଥିଲେ। ହେଲେ ଗୋପାଳ କାହାରି କଥା ଶୁଣି ନ ଥିଲେ। ଓଲଟା ମାଡ ମାରିବାକୁ ଯାଇଥିଲେ। ମା’ ଉପରେ ସବୁଦିନେ ହେଉଥିବାଏଭଳି ମାଡକୁ ପୁଅମାନେ ଆଉ ସହ୍ୟ କରିପାରି ନ ଥିଲେ। ବାପାଙ୍କ ହାତରୁ ଲୁହାରଡ ଛଡାଇ ଦୁଇ ପୁଅ ଓଲଟା ବାପାଙ୍କୁ ନିର୍ମମ ଭାବେ ପିଟିପିଟି ମାରିଦେଇଥିଲେ। ଦୁହେଁ ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛନ୍ତି। ପୋଲିସ ତଦନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଭ୍, ସେକ୍ସ ଓ ଧୋକା: ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର, ୨୨।୬: ପ୍ରେମ ସମ୍ପର୍କର ଆଳରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଠକି…

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଷ୍ଟାର୍ମରଙ୍କ ଇସ୍ତଫା ପେରେ ଜାଣନ୍ତୁ କିଏ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨।୬: ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଷ୍ଟାର୍ମର କହିଛନ୍ତି,…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri