ବରଗଡର ପାଇଁ ସୁନାମ ଆଣିଲେ ପ୍ରବୀଣ, ସୌର୍ଯ୍ୟରଞ୍ଜନ: ଓଡ଼ିଶା ଟି-୨୦ ଦଳରେ ପାଇଲେ ସ୍ଥାନ

ବରଗଡ,୨୧।୧୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାର ପ୍ରତିଭାବାନ ଖେଳାଳି ତଥା ଜିଲା ବରିଷ୍ଠ କ୍ରିକେଟ ଦଳର ଅଧିନାୟକ ପ୍ରବୀଣ ଲୁହା ଓଡ଼ିଶା ବରିଷ୍ଠ ଟି-୨୦ କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ବୁଧବାର ଓଡ଼ିଶା କ୍ରିକେଟ ଏସୋସିଏସନ ପକ୍ଷରୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା କରାଯାଇଥିବା ଓଡ଼ିଶା ବରିଷ୍ଠ ଦଳର ଖେଳାଳି ତାଲିକାରେ ପ୍ରବୀଣ ଜଣେ ଉଇକେଟରକ୍ଷକ ଭାବରେ ସ୍ଥାନ ପାଇଛନ୍ତି।

ବରଗଡ ଜିଲାକୁ ନିୟମିତ ପ୍ରତିନିଧିତ୍ କରୁଥିବା ପ୍ରବୀଣ ୨୦୧୯ ରୁ ଓଡ଼ିଶା ବରିଷ୍ଠ ଦଳରେ ନିଜର ସ୍ଥାନ ନିୟମିତ ବଜାୟ ରଖିଛନ୍ତି । ଏହା ପୂର୍ବରୁ ପ୍ରବୀଣ ୨୦୧୯, ୨୦୨୦, ୨୦୨୩ରେ ସୟଦ ମୁସ୍ତାକ ଅଲି ଟ୍ରଫି, ୨୦୨୦ , ୨୦୨୨ ଓ ୨୦୨୩ରେ ବିଜୟ ହଜାରେ ଟ୍ରଫି , ୨୦୨୨ରେ ରଣଜୀ ଟ୍ରଫି ଖେଳିବା ସହ ଚଳିତ ବର୍ଷ ମଧ୍ୟ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳିବା ପାଇଁ ମନୋନୀତ ହୋଇ ଗୁରୁବାର ଦଳ ସହ ବିଶାଖାପାଟଣା ଗସ୍ତ କରିଛନ୍ତି ।

ସେହିପରି ଜିଲା କ୍ରିକେଟ ଏସୋସିଏସନର ବରିଷ୍ଠ ସଦସ୍ୟ ତଥା ଓଡ଼ିଶା କ୍ରିକେଟ ଏସୋସିଏସନର ବିଭିନ୍ନ ଦଳରେ ନିୟମିତ ଟ୍ରେନର ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିବା ସୌର୍ଯ୍ୟରଞ୍ଜନ ରାୟ ମଧ୍ୟ ଓଡ଼ିଶା ଟି-୨୦ ଦଳରେ ଟ୍ରେନର ଭାବରେ ସାମିଲ ହୋଇଛନ୍ତି। ସେ ଗତ କିଛିଦିନ ପୂର୍ବରୁ ଓଡ଼ିଶା-ମହାରାଷ୍ଟ୍ର ମ୍ୟାଚରେ ଓଡ଼ିଶା ଦଳର ଟ୍ରେନର ଭାବରେ ନିଯୁକ୍ତି ପାଇଥିଲେ। ରାୟ ଗତ ୨୦୦୯ରେ ଓଡ଼ିଶା କ୍ରିକେଟ ଏସୋସିଏସନ ପକ୍ଷରୁ କରାଯାଇଥିବା ଟ୍ରେନର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେହି ବର୍ଷରୁ ହିଁ ଓଡ଼ିଶା ୧୬ ବର୍ଷରୁ କମ, ୨୩ ବର୍ଷରୁ କମ ବୟସ ବର୍ଗ ତଥା ଓଡ଼ିଶା ମହିଳା କ୍ରିକେଟ ଦଳର ଟ୍ରେନର ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇ ଆସୁଛନ୍ତି। ବର୍ତ୍ତମାନ ତାଙ୍କୁ ଓଡ଼ିଶା ବରିଷ୍ଠ ଟି-୨୦ ଦଳ ର ଟ୍ରେନର ଭାବରେ ନିଯୁକ୍ତ କରାଯାଇଛି।

ସୌର୍ଯ୍ୟରଞ୍ଜନ ଏବଂ ପ୍ରବୀଣଙ୍କ ଏହି ନିଯୁକ୍ତି ପାଇଁ ଉଭୟେ ଓଡ଼ିଶା କ୍ରିକେଟ ଏସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ଓ ବରଗଡ ଜିଲା କ୍ରିକେଟ ଏସୋସିଏସନକୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ପ୍ରବୀଣ ଓ ସୌମ୍ୟରଞ୍ଜନଙ୍କ ଏହି ନିଯୁକ୍ତି ପାଇଁ ତାଙ୍କୁ ଜିଲା କ୍ରିକେଟ ଏସୋସିଏସନର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ପ୍ରାକ୍ତନ ସଭାପତି ଅରୁଣ କୁମାର ମହାନ୍ତି, ପ୍ରାକ୍ତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଅମୀୟ ଭୁଷଣ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ କିଶୋର ରଥ, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ , ଚନ୍ଦ୍ର ଶେଖର ପ୍ରଧାନ, ବରିଷ୍ଠ ସଦସ୍ୟ ପୃଥ୍ବୀରାଜ ନାୟକ, ପ୍ରଭାତ ଆଦିତ୍ୟ ମିଶ୍ର , ସନ୍ତୋଷ ପଣ୍ଡା,
ଗୁରୁଦତ୍ତ ଦାସ, ପ୍ରଦୀପ ସାହୁ, ନବୀନ ଲାଠ, ରଜତ ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା କ୍ରିକେଟ ଏସୋସିଏସନର ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri