ବରଗଡର ପାଇଁ ସୁନାମ ଆଣିଲେ ପ୍ରବୀଣ, ସୌର୍ଯ୍ୟରଞ୍ଜନ: ଓଡ଼ିଶା ଟି-୨୦ ଦଳରେ ପାଇଲେ ସ୍ଥାନ

ବରଗଡ,୨୧।୧୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାର ପ୍ରତିଭାବାନ ଖେଳାଳି ତଥା ଜିଲା ବରିଷ୍ଠ କ୍ରିକେଟ ଦଳର ଅଧିନାୟକ ପ୍ରବୀଣ ଲୁହା ଓଡ଼ିଶା ବରିଷ୍ଠ ଟି-୨୦ କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ବୁଧବାର ଓଡ଼ିଶା କ୍ରିକେଟ ଏସୋସିଏସନ ପକ୍ଷରୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା କରାଯାଇଥିବା ଓଡ଼ିଶା ବରିଷ୍ଠ ଦଳର ଖେଳାଳି ତାଲିକାରେ ପ୍ରବୀଣ ଜଣେ ଉଇକେଟରକ୍ଷକ ଭାବରେ ସ୍ଥାନ ପାଇଛନ୍ତି।

ବରଗଡ ଜିଲାକୁ ନିୟମିତ ପ୍ରତିନିଧିତ୍ କରୁଥିବା ପ୍ରବୀଣ ୨୦୧୯ ରୁ ଓଡ଼ିଶା ବରିଷ୍ଠ ଦଳରେ ନିଜର ସ୍ଥାନ ନିୟମିତ ବଜାୟ ରଖିଛନ୍ତି । ଏହା ପୂର୍ବରୁ ପ୍ରବୀଣ ୨୦୧୯, ୨୦୨୦, ୨୦୨୩ରେ ସୟଦ ମୁସ୍ତାକ ଅଲି ଟ୍ରଫି, ୨୦୨୦ , ୨୦୨୨ ଓ ୨୦୨୩ରେ ବିଜୟ ହଜାରେ ଟ୍ରଫି , ୨୦୨୨ରେ ରଣଜୀ ଟ୍ରଫି ଖେଳିବା ସହ ଚଳିତ ବର୍ଷ ମଧ୍ୟ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳିବା ପାଇଁ ମନୋନୀତ ହୋଇ ଗୁରୁବାର ଦଳ ସହ ବିଶାଖାପାଟଣା ଗସ୍ତ କରିଛନ୍ତି ।

ସେହିପରି ଜିଲା କ୍ରିକେଟ ଏସୋସିଏସନର ବରିଷ୍ଠ ସଦସ୍ୟ ତଥା ଓଡ଼ିଶା କ୍ରିକେଟ ଏସୋସିଏସନର ବିଭିନ୍ନ ଦଳରେ ନିୟମିତ ଟ୍ରେନର ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିବା ସୌର୍ଯ୍ୟରଞ୍ଜନ ରାୟ ମଧ୍ୟ ଓଡ଼ିଶା ଟି-୨୦ ଦଳରେ ଟ୍ରେନର ଭାବରେ ସାମିଲ ହୋଇଛନ୍ତି। ସେ ଗତ କିଛିଦିନ ପୂର୍ବରୁ ଓଡ଼ିଶା-ମହାରାଷ୍ଟ୍ର ମ୍ୟାଚରେ ଓଡ଼ିଶା ଦଳର ଟ୍ରେନର ଭାବରେ ନିଯୁକ୍ତି ପାଇଥିଲେ। ରାୟ ଗତ ୨୦୦୯ରେ ଓଡ଼ିଶା କ୍ରିକେଟ ଏସୋସିଏସନ ପକ୍ଷରୁ କରାଯାଇଥିବା ଟ୍ରେନର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେହି ବର୍ଷରୁ ହିଁ ଓଡ଼ିଶା ୧୬ ବର୍ଷରୁ କମ, ୨୩ ବର୍ଷରୁ କମ ବୟସ ବର୍ଗ ତଥା ଓଡ଼ିଶା ମହିଳା କ୍ରିକେଟ ଦଳର ଟ୍ରେନର ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇ ଆସୁଛନ୍ତି। ବର୍ତ୍ତମାନ ତାଙ୍କୁ ଓଡ଼ିଶା ବରିଷ୍ଠ ଟି-୨୦ ଦଳ ର ଟ୍ରେନର ଭାବରେ ନିଯୁକ୍ତ କରାଯାଇଛି।

ସୌର୍ଯ୍ୟରଞ୍ଜନ ଏବଂ ପ୍ରବୀଣଙ୍କ ଏହି ନିଯୁକ୍ତି ପାଇଁ ଉଭୟେ ଓଡ଼ିଶା କ୍ରିକେଟ ଏସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ଓ ବରଗଡ ଜିଲା କ୍ରିକେଟ ଏସୋସିଏସନକୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ପ୍ରବୀଣ ଓ ସୌମ୍ୟରଞ୍ଜନଙ୍କ ଏହି ନିଯୁକ୍ତି ପାଇଁ ତାଙ୍କୁ ଜିଲା କ୍ରିକେଟ ଏସୋସିଏସନର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ପ୍ରାକ୍ତନ ସଭାପତି ଅରୁଣ କୁମାର ମହାନ୍ତି, ପ୍ରାକ୍ତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଅମୀୟ ଭୁଷଣ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ କିଶୋର ରଥ, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ , ଚନ୍ଦ୍ର ଶେଖର ପ୍ରଧାନ, ବରିଷ୍ଠ ସଦସ୍ୟ ପୃଥ୍ବୀରାଜ ନାୟକ, ପ୍ରଭାତ ଆଦିତ୍ୟ ମିଶ୍ର , ସନ୍ତୋଷ ପଣ୍ଡା,
ଗୁରୁଦତ୍ତ ଦାସ, ପ୍ରଦୀପ ସାହୁ, ନବୀନ ଲାଠ, ରଜତ ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା କ୍ରିକେଟ ଏସୋସିଏସନର ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri