ରାମରାଜ କଟନ ନାମରେ ମିଥ୍ୟା ଲିଙ୍କ୍‌

ନୂଆଦିଲ୍ଲୀ,୨୬ା୧୨: ରାମରାଜ କଟନ କମ୍ପାନୀ ଭାରତର ଏକ ଅଗ୍ରଣୀ ଟେକ୍ସଟାଇଲ ପ୍ରତିଷ୍ଠାନ। ଏହା ଗତ ୩୮ ବର୍ଷ ହେବ ଦେଶବାସୀଙ୍କୁ ସେବା ଯୋଗାଇ ଆସୁଛି। ଗୁଣାତ୍ମକ ସାମଗ୍ରୀ ଯୋଗୁ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି। ଏହାର ସୁନାମ ନଷ୍ଟ କରିବା ଉଦ୍ଦେଶ୍ୟରେ କେତେଜଣ ଖଳପ୍ରକୃତିର ଲୋକ ଗତ ଏକ ସପ୍ତାହରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ନିକଟକୁ ଡିଜିଟାଲ ଉପାୟରେ କମ୍ପାନୀ ବିରୋଧରେ ମିଥ୍ୟା ତଥ୍ୟ ପ୍ରେରଣ କରୁଛନ୍ତି। ଅଜଣା ନମ୍ବରରୁ ଏକ ଲିଙ୍କ୍‌ ରାମରାଜ କଟନ ନାମରେ ଗ୍ରାହକଙ୍କ ନିକଟକୁ ଖ୍ରୀଷ୍ଟମାସ୍‌ ଏବଂ ନୂଆବର୍ଷର ଆକର୍ଷଣୀୟ ଅଫର ଭାବେ ଅନ୍‌ଲାଇନ ଜରିଆରେ ହ୍ବାଟ୍ସଆପ୍‌ ଲିଙ୍କ୍‌ ଦେଇ ଗ୍ରାହକଙ୍କୁ ପ୍ରବର୍ତ୍ତାଉଛନ୍ତି। ସେହିଭଳି ୨୦ହଜାର ଟଙ୍କାର ସୁବିଧା ପାଇପାରିବେ ବୋଲି ଉକ୍ତ ଳିଙ୍କ୍‌ରେ ସୂଚନା ଦିଆଯାଇଛି। ଏଭଳି ତଥ୍ୟ ଯଦି ଗ୍ରାହକଙ୍କ ନିକଟକୁ ଆସୁଛି ତେବେ ଉକ୍ତ ଲିଙ୍କ୍‌ ନ ଖୋଲିବା ସହ ସେହି ମେସେଜକୁ ମଧ୍ୟ ଅନ୍ୟ କାହାକୁ ପଠାନ୍ତୁ ନାହିଁ। ଏହି ଘଟଣାକୁ କମ୍ପାନୀ ଗୁରୁତ୍ୱର ସହ ଗ୍ରହଣକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କମ୍ପାନୀ ପକ୍ଷରୁ କାହାକୁ ଏଭଳି ଲିଙ୍କ୍‌ ପଠାଯାଉ ନାହିଁ ବୋଲି ରାମରାଜର ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri