ରାଜ୍ୟରେ ପୁଞ୍ଜିନିବେଶ କରିବ ଫାଲ୍‌କନ୍‌

ଭୁବନେଶ୍ୱର,୨୯।୧: ଫାଲ୍‌କନ୍‌ ଗ୍ରୁପ୍‌ ଓଡ଼ିଶାରେ ମୋଟ ୧୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶକରିବ ବୋଲି ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୫ର ଉଦ୍‌ଘାଟନୀ ଉତ୍ସବରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଫାଲକନ୍‌ ହୋଲ୍‌ଡିଂସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ହେଉଛି,ଫାଲ୍‌କନ୍‌ ଗ୍ରୁପ୍‌ର ଏକ ପ୍ରମୁଖ ସହାୟକ କମ୍ପାନୀ, ଯାହା ଓଡ଼ିଶାରେ ଏକ ଟିଟାନିୟମ ଡାଇ ଓକ୍ସାଇଡ୍‌ (ଟିଆଇଓ୨) ଉତ୍ପାଦନକୁ ପୁନର୍ବିକାଶ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ପ୍ରାୟ ୧୦୫୦ କୋଟି ଟଙ୍କା ନିବେଶ କରିବାର ଯୋଜନା ରହିଛି। ଏହି ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୩୦,୦୦୦ ଟନ୍‌ (କେଟିପିଏ) ହେବାକୁ ଥିବାବେଳେ ଏହାଦ୍ୱାରା ପେଣ୍ଟସ୍‌, କୋଟିଂ, ପ୍ଲାଷ୍ଟିକ୍‌ ଏବଂ ବୟନ ଶିଳ୍ପରେ ଟିଆଇଓ୨ର ଉତ୍ପାଦନ ଆବଶ୍ୟକତା ପୂରଣ କରାଯିବ। ଏହା ସହ ୪୫୦କୋଟିର ମଲ୍ଟି-ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କମ୍ପ୍ଲେକ୍ସ ଏବଂ ଏଆଇ ଆଣ୍ଡ ରୋବୋଟିକ୍‌ ଚିକିତ୍ସା ସୁବିଧା ସହ ୫୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଆର୍ଥିକ ସମୃଦ୍ଧ ବୃଦ୍ଧି କରିବା ସହ ଏହି ନିବେଶ ନିଯୁକ୍ତି ସୃଷ୍ଟି ସହ ୫୦୦୦ରୁ ଊର୍ଦ୍ଧ୍ୱଙ୍କୁ କର୍ମନିଯୁକ୍ତି ମିଳିବ। ଏହି ପରିପ୍ରେକ୍ଷୀରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ମଧ୍ୟ ସ୍ବାକ୍ଷର ହୋଇଛି। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ଅବସରରେ ଫାଲ୍‌କନ୍‌ ହୋଲ୍ଡିଂସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଡାଇରେକ୍ଟର ପାର୍ଥଜିତ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପ୍ଲାଣ୍ଟର କ୍ଷମତା ୩୦,୦୦୦ ଟନ୍‌ କେଟିପିଏ ସହ ଭାରତର ସବୁଠାରୁ ବଡ଼ (ଟିଆଇଓ୨) ପ୍ଲାଣ୍ଟ ହେବ। ଏ ସମ୍ପର୍କରେ ପାର୍ଥଜିତ ପଟ୍ଟନାୟକ କହିଥିଲେ, ଟିଆଇଓ୨ ପ୍ଲାଣ୍ଟ ଓଡ଼ିଶାର ଉଦ୍ୟୋଗ ଏବଂ ଆର୍ଥିକ ବିକାଶରେ ଏକ ମୁଖ୍ୟ ଅଂଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri