ନକଲୀ ସାର କାରଖାନା ଠାବ: ୯ଗିରଫ

ବରଗଡ଼ ଅଫିସ୍‌,୩୧।୩: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲୀ ସାର କାରଖାନା ଠାବ କରିଛି । ସେଠାରୁ ଗୋଟିଏ ଟାଟା ପିକ୍‌ଅପ୍‌ ଗାଡ଼ି(ଓଡ଼ି୨୧ଏଚ୍‌ ୫୯୫୪), ୨୫କି.ଗ୍ରା ବିଶିଷ୍ଟ ୬୦ ପକେଟ୍‌ ଲୁଣ, ୩୪ପକେଟ୍‌ ନକଲୀ ପଟାସ୍‌(ଏମଓପି) ସାର, ଏମଓପି ଲେଖାଥିବା ୩୬ପ୍ଲାଷ୍ଟିକ ବସ୍ତା, ଗୋଟିଏ କଲର ପକେଟ୍‌, ୨ଖାଲି କଲର ପକେଟ୍‌, ୬୦ଖାଲି ଲୁଣବସ୍ତା, ପକେଟ୍‌ ସିଲ୍‌ କରିବା ମେଶିନ, ଓଜନ ମାପକ ଯନ୍ତ୍ର ଏବଂ ୭ମୋବାଇଲ ଫୋନ ଜବତ ହୋଇଛି ।
ଉକ୍ତ ଘଟଣାରେ ପୋଲିସ ୯ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, ଗାଇସିଲେଟ ଥାନା ଜାମମାଲ ଗ୍ରାମର ହୃଷିକେଶ ସାହୁ(୩୦), ବଡ଼ସାହାଜବାହାଲ ଗ୍ରାମର ଆକାଶ ସାହୁ(୨୭), ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଡୁମେରପାଲି ଗ୍ରାମର ବିଶ୍ୱାମିତ୍ର ସାହୁ(୨୪), ବାବୁଲୁ ତରିଆ(୨୪), ଡୁଙ୍ଗୁରିପାଲି ଥାନା କର୍ଲାଜୁରୀ ଗ୍ରାମର ଭରତ ସାହୁ(୨୪), କାର୍ତ୍ତିକ ସାହୁ(୩୭), ସୁନିଲ ସାହୁ(୨୬), ବଲାଙ୍ଗିର ଜିଲା ଆଗଲପୁର ଥାନା ମହୁଲପାଲି ଗ୍ରାମର ସତ୍ୟବାଦୀ ସାହୁ(୨୪) ଏବଂ ଲୋଇସିଂହା ଥାନା ଗଣ୍ଡପାଲି ଗ୍ରାମର ଗୌରାଙ୍ଗ ସାହୁ(୩୦) । ସେମାନଙ୍କ ବିରୋଧରେ ଗାଇସିଲେଟ ଥାନାରେ ଦଫା ୪୮୨, ୪୮୫, ୪୮୬, ୪୮୭, ୪୮୮, ୪୨୦, ୩୪ଆଇପିସି ଏବଂ ୭ଅତ୍ୟାବଶ୍ୟକୀୟ ଆଇନରେ ଏକ ମାମଲା(ନଂ-୫୩/୨୩) ରୁଜୁ ହୋଇଛି ।
ଏ ନେଇ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇ କହିଥିଲେ, ଜାମମାଲ ଗ୍ରାମରେ ନକଲୀ ପଟାସ୍‌ ସାର ପ୍ରସ୍ତୁତ କରି ବିକ୍ରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଫଳରେ ଏସପି ପି.ଏସ୍‌ ମିନାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସେଠାରେ ଚଢ଼ାଉ କରିଥିଲା ଏବଂ ନକଲୀ ସାର ସହିତ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିଲା । ହୃଷିକେଶ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ତତ୍ତ୍ବାବଧାନରେ ନକଲୀ ସାର ପ୍ରସ୍ତୁତ କରାଯାଇ ପକେଟ୍‌ ପ୍ରତି ୧୨୦୦ ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ କେବଳ ଚାଷୀମାନେ ସେଠାକୁ ଯାଉଥିଲେ, ତାହା ନୁହେଁ, ଏହି ନକଲୀ ସାର କାରଖାନାରୁ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ମଧ୍ୟ ତାହା ଯୋଗାଇ ଦିଆଯାଉଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସଡ଼ିପିଓ ଭୋଇ କହିଛନ୍ତି । ଏହି କ୍ରମରେ ଘେଁସ୍‌ସ୍ଥିତ ଶଙ୍କର ଟ୍ରେଡ଼ର୍ସ ସାର ଦୋକାନକୁ ୧୪୦ପକେଟ୍‌ ନକଲୀ ସାର ଯାଇଥିବା ତଦନ୍ତରୁ ଜଣାପଡ଼ିଛି । ଏହା ଜଣାପଡ଼ିବା ପରେ ସେହି ଦୋକାନକୁ ସିଲ୍‌ ସହିତ ଲାଇସେନ୍ସ ରବ୍ଦ ପ୍ରକିୟା ଚାଲିଛି ବୋଲି ଏସଡ଼ିପିଓ ଭୋଇ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri