ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି। ଘରୋଇ ମେଡିକାଲ କଲେଜର ଜଣେ ମହିଳା ମେଡିକାଲ ଅଫିସରଙ୍କୁ ଠକିଥିବା ଅଭିଯୋଗ ହୋଇଛି। ମାଟ୍ରିମୋନିଆଲ ସାଇଟ୍ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ପୁଣେରେ ଡାକ୍ତର ଥିବା କହି ବିଶ୍ୱାସ ଜମାଇ ଫସାଇଥିବା ଅଭିଯୋଗ ହୋଇଛି।