ତାଳଚେରରେ ନକଲି କୋଲ୍ଡଡ୍ରିଙ୍କ୍‌ସ କମ୍ପାନୀ

ତାଳଚେର, ୭।୫(ଡି.ଏନ୍‌.ଏ.): ନାମୀଦାମୀ କମ୍ପାନୀର ଅବିକଳ ଲୋଗୋ ଲଗାଇ ବିକ୍ରି କରାଯାଉଥିଲା କୋଲ୍ଟଡ୍ରିଙ୍କ୍‌ସ୍‌। ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରି ବଜାରରେ ବିକ୍ରି କରାଯାଉଥିଲା ଏହି ନକଲି ମୃଦୁପାନୀୟ। ଦୀର୍ଘଦିନ ହେଲା ଏହି କାରବାର ଚାଲିଥିବାବେଳେ କାହାରି ନିକଟରେ ନ ଥିଲା ସାମାନ୍ୟ ସୁରାକ୍‌। ଲୋକେ ଅସଲି ଭାବି କିଣୁଥିଲେ ଏବଂ ପିଉଥିଲେ ମଧ୍ୟ। ଏଭଳି ଏକ ନକଲି କୋଲ୍ଡଡ୍ରିଙ୍କ୍‌ସ କମ୍ପାନୀ ଠାବ ହୋଇଛି ଅନୁଗୋଳ ଜିଲା ତାଳଚେରରୁ। ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚଢ଼ାଉ ପରେ ଏହାର ଗୁମର ଖୋଲିଛି।
ତାଳଚେର ସହରର ମୁଖ୍ୟ ବଜାର ହାଟତୋଟା କାଳୀମନ୍ଦିର ନିକଟରେ ଚାଲିଥିଲା ଏହି ନକଲି ମୃଦୁପାନୀୟ କମ୍ପାନୀ। ଏହାର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଜ୍ୟୋତିରଞ୍ଜନ ବିଶ୍ୱାଳ। ଦୀର୍ଘଦିନ ହେଲା ସେ ଏକ ଘରେ ନକଲି ମୃଦୁପାନୀୟ ପ୍ରସ୍ତୁତ କରୁଥିଲେ। ବିଭିନ୍ନ କମ୍ପାନୀର ଲୋଗୋ ଲଗାଇ ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ। ତାଙ୍କ ବ୍ୟବସାୟର ଚେର ଆଖପାଖ ଗ୍ରାମାଞ୍ଚଳକୁ ବ୍ୟାପିଥିଲା। ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏ ସମ୍ପର୍କରେ ସୂଚନା ପାଇ ପୋଲିସ ସହାୟତାରେ ଅତର୍କିତ ଚଢ଼ାଉ କରିଥିଲା।
ତଦନ୍ତରୁ ଜଣାପଡ଼ିଛି, କୋଲ୍ଡଡ୍ରିଙ୍କ୍‌ସ କମ୍ପାନୀ ଚଳାଇବା ଲାଗି ଜ୍ୟୋତିରଞ୍ଜନଙ୍କ ନିକଟରେ କୌଣସି ଲାଇସେନ୍ସ ନାହିଁ। ଉକ୍ତ ଘରୁ ବିପୁଳ ପରିମାଣର କଞ୍ଚାମାଲ, ଠିପି, ପ୍ଲାଷ୍ଟିକ୍‌ ବୋତଲ, ସିଲ୍‌ ମେଶିନ ଆଦି ଜବତ କରାଯାଇଛି। ମୃଦୁ ପାନୀୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଚଢ଼ାଉ ସମ୍ପର୍କରେ ସୂଚନା ପାଇ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ତାଳଚେର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri