ନୟାଗଡ଼ ପୋଷ୍ଟାଲ ଡିଭିଜନରେ ନକଲି ସାର୍ଟିଫିକେଟ

ନୟାଗଡ଼ ଅଫିସ,୧୩।୪: ଡାକସେବକ ପଦବୀ ପାଇଁ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ଡିଭିଜନରେ ଚାକିରି କରିବା ଖବର ରାଜ୍ୟରେ ଝଡ଼ ସୃଷ୍ଟି କରିଛି। ଏଭଳିସ୍ଥଳେ ନୟାଗଡ଼ ପୋଷ୍ଟାଲ ଡିଭିଜନରେ ୧୪ ଡାକସେବକ ଆବେଦନକାରୀ ସନ୍ଦେହ ଘେରକୁ ଆସିବା ପରେ ଜାଲ ସାର୍ଟିଫିକେଟ ର଼୍ୟାକେଟର ଚେର ମଧ୍ୟ ଜିଲାକୁ ଲମ୍ବିଥିବା ଜଣାପଡିଛି। ଉତ୍ତରପ୍ରଦେଶ, ଝାଡଖଣ୍ଡର ସାର୍ଟିଫିକେଟରେ ଆବେଦନ ହୋଇଥିବା ପ୍ରାୟ ୧୪ ସାର୍ଟିଫିକେଟ ନକଲି ବୋଲି ସନ୍ଦେହ ପ୍ରକାଶ ପାଇଛି। ତେବେ ସମ୍ପୃକ୍ତ ଆବେଦନକାରୀ ଭେରିଫିକେଶନକୁ ନ ଆସି ଚାଲିଯିବା ଘଟଣା ସନ୍ଦେହକୁ ଘନୀଭୂତ କରିଛି। ସେପଟେ ନୟାଗଡ଼ ପୋଷ୍ଟାଲ ଡିଭିଜନ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚକୁ କଡ଼ାକଡ଼ି କରାଯାଇ ୯ ଜଣଙ୍କୁ ନୂତନ ନିଯୁକ୍ତି ଦିଆଗଲାଣି। ଅବଶିଷ୍ଟ ଆବେଦନକାରୀଙ୍କ ଭେରିଫିକେଶନ ଶେଷ ପରେ ପୁଣି ନିଯୁକ୍ତି ମିଳିବ ବୋଲି ଜଣାପଡିଛି।
ନୟାଗଡ଼ ଜିଲାରେ ୪୦ଟି ଡାକସେବକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ୨୬ଜଣ ରିପୋଟିଂ କରାଯାଇଥିଲା। ସାର୍ଟିଫିକେଟ ଭେରିଫିକେଶନରେ ୫ଜଣଙ୍କର ସାର୍ଟିଫିକେଟ ଉପରେ ସନ୍ଦେହ ଉପୁଜି ଥିଲା। ଏଭଳିସ୍ଥଳେ ରାଜ୍ୟରେ ନକଲି ସାର୍ଟିଫିକେଟ କେଳେଙ୍କାରି ପଦାକୁ ଆସିଥିଲା। ପରବର୍ତ୍ତୀ ସମୟରେ ଏହା ୧୪ରେ ପହଞ୍ଚତ୍ଛି। ହେଲେ ସନ୍ଦେହ ଘେରରେ ଥିବା ଆବେଦନକାରୀ ଭେରିଫିକେଶନକୁ ଆସୁନାହାନ୍ତି। ଯେଉଁମାନଙ୍କର ୯୭ରୁ ୯୮ ପ୍ରତିଶତ ନମ୍ବର ରହିଥିଲା। ଏ ନେଇ ନୟାଗଡ଼ ପୋଷ୍ଟାଲ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଖଗେଶ୍ୱର ମଲ୍ଲିକଙ୍କୁ ପଚାରିବାରେ ନୟାଗଡ଼ ଜିଲାରେ ୪୦ଟି ଡାକସେବକ ପଦବି ବାହାରିଥିଲା। ଏଥିରୁ ୨୬ଜଣ ଆବେଦନକାରୀ ସାର୍ଟିଫିକେଟ ଭେରିଫିକେଶନ ପାଇଁ ଆସିଥିଲେ। ଏଥିରୁ ୩ ଜଣଙ୍କର ବିଭିନ୍ନ କାରଣରୁ କଟି ଯାଇଥିଲା। ୨୩ ଜଣଙ୍କ ଭେରିଫିକେଶନ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ରାଜ୍ୟରେ ନକଲି ସାର୍ଟିଫିକେଟରେ ଚାକିରି ଘଟଣା ପ୍ରଚାରିତ ହେବା ପରେ ୫ଜଣ ଭେରିଫିକେଶନକୁ ଆସି ନ ଥିଲେ। ପରେ ଏମାନଙ୍କର ସଂଖ୍ୟା ବଢ଼ି ଯାଇଛି। ସେମାନଙ୍କର ଡିଟେଲ୍‌ କିଛି ନ ଥିବାରୁ କିଛି କରି ହେଲାନି। ବକେୟା ୧୪ ଟି ପଦବି ପାଇଁ ୨ୟ ଫେଜରେ ଯେଉଁମାନେ ମେରିଟରେ ଅଛନ୍ତି ସେମାନେ ପାଇବେ। ନକଲି ସାର୍ଟିଫିକେଟ ବାହାରିଲେ ତୁରନ୍ତ ଥାନାରେ ଏଫ୍‌ଆଇଆର ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri