ନୟାଗଡ଼ ପୋଷ୍ଟାଲ ଡିଭିଜନରେ ନକଲି ସାର୍ଟିଫିକେଟ

ନୟାଗଡ଼ ଅଫିସ,୧୩।୪: ଡାକସେବକ ପଦବୀ ପାଇଁ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ଡିଭିଜନରେ ଚାକିରି କରିବା ଖବର ରାଜ୍ୟରେ ଝଡ଼ ସୃଷ୍ଟି କରିଛି। ଏଭଳିସ୍ଥଳେ ନୟାଗଡ଼ ପୋଷ୍ଟାଲ ଡିଭିଜନରେ ୧୪ ଡାକସେବକ ଆବେଦନକାରୀ ସନ୍ଦେହ ଘେରକୁ ଆସିବା ପରେ ଜାଲ ସାର୍ଟିଫିକେଟ ର଼୍ୟାକେଟର ଚେର ମଧ୍ୟ ଜିଲାକୁ ଲମ୍ବିଥିବା ଜଣାପଡିଛି। ଉତ୍ତରପ୍ରଦେଶ, ଝାଡଖଣ୍ଡର ସାର୍ଟିଫିକେଟରେ ଆବେଦନ ହୋଇଥିବା ପ୍ରାୟ ୧୪ ସାର୍ଟିଫିକେଟ ନକଲି ବୋଲି ସନ୍ଦେହ ପ୍ରକାଶ ପାଇଛି। ତେବେ ସମ୍ପୃକ୍ତ ଆବେଦନକାରୀ ଭେରିଫିକେଶନକୁ ନ ଆସି ଚାଲିଯିବା ଘଟଣା ସନ୍ଦେହକୁ ଘନୀଭୂତ କରିଛି। ସେପଟେ ନୟାଗଡ଼ ପୋଷ୍ଟାଲ ଡିଭିଜନ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚକୁ କଡ଼ାକଡ଼ି କରାଯାଇ ୯ ଜଣଙ୍କୁ ନୂତନ ନିଯୁକ୍ତି ଦିଆଗଲାଣି। ଅବଶିଷ୍ଟ ଆବେଦନକାରୀଙ୍କ ଭେରିଫିକେଶନ ଶେଷ ପରେ ପୁଣି ନିଯୁକ୍ତି ମିଳିବ ବୋଲି ଜଣାପଡିଛି।
ନୟାଗଡ଼ ଜିଲାରେ ୪୦ଟି ଡାକସେବକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ୨୬ଜଣ ରିପୋଟିଂ କରାଯାଇଥିଲା। ସାର୍ଟିଫିକେଟ ଭେରିଫିକେଶନରେ ୫ଜଣଙ୍କର ସାର୍ଟିଫିକେଟ ଉପରେ ସନ୍ଦେହ ଉପୁଜି ଥିଲା। ଏଭଳିସ୍ଥଳେ ରାଜ୍ୟରେ ନକଲି ସାର୍ଟିଫିକେଟ କେଳେଙ୍କାରି ପଦାକୁ ଆସିଥିଲା। ପରବର୍ତ୍ତୀ ସମୟରେ ଏହା ୧୪ରେ ପହଞ୍ଚତ୍ଛି। ହେଲେ ସନ୍ଦେହ ଘେରରେ ଥିବା ଆବେଦନକାରୀ ଭେରିଫିକେଶନକୁ ଆସୁନାହାନ୍ତି। ଯେଉଁମାନଙ୍କର ୯୭ରୁ ୯୮ ପ୍ରତିଶତ ନମ୍ବର ରହିଥିଲା। ଏ ନେଇ ନୟାଗଡ଼ ପୋଷ୍ଟାଲ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଖଗେଶ୍ୱର ମଲ୍ଲିକଙ୍କୁ ପଚାରିବାରେ ନୟାଗଡ଼ ଜିଲାରେ ୪୦ଟି ଡାକସେବକ ପଦବି ବାହାରିଥିଲା। ଏଥିରୁ ୨୬ଜଣ ଆବେଦନକାରୀ ସାର୍ଟିଫିକେଟ ଭେରିଫିକେଶନ ପାଇଁ ଆସିଥିଲେ। ଏଥିରୁ ୩ ଜଣଙ୍କର ବିଭିନ୍ନ କାରଣରୁ କଟି ଯାଇଥିଲା। ୨୩ ଜଣଙ୍କ ଭେରିଫିକେଶନ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ରାଜ୍ୟରେ ନକଲି ସାର୍ଟିଫିକେଟରେ ଚାକିରି ଘଟଣା ପ୍ରଚାରିତ ହେବା ପରେ ୫ଜଣ ଭେରିଫିକେଶନକୁ ଆସି ନ ଥିଲେ। ପରେ ଏମାନଙ୍କର ସଂଖ୍ୟା ବଢ଼ି ଯାଇଛି। ସେମାନଙ୍କର ଡିଟେଲ୍‌ କିଛି ନ ଥିବାରୁ କିଛି କରି ହେଲାନି। ବକେୟା ୧୪ ଟି ପଦବି ପାଇଁ ୨ୟ ଫେଜରେ ଯେଉଁମାନେ ମେରିଟରେ ଅଛନ୍ତି ସେମାନେ ପାଇବେ। ନକଲି ସାର୍ଟିଫିକେଟ ବାହାରିଲେ ତୁରନ୍ତ ଥାନାରେ ଏଫ୍‌ଆଇଆର ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri