ନକଲି ବିଏମ୍‌ସି ଅଧିକାରୀ ଗିରଫ

ଭୁବନେଶ୍ୱର,୨୪।୪ (ବ୍ୟୁରୋ): ନିଜକୁ ବିଏମ୍‌ସିର ବରିଷ୍ଠ ଅଧିକାରୀ ପରିଚୟ ଦେଇ ପ୍ଲାଷ୍ଟିକ, କପଡ଼ା ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ବିକ୍ରି କରୁଥିବା କହି ଫେରି ବେପାରିଙ୍କଠାରୁ ଜରିମାନା ଆଦାୟ କରୁଥିଲେ। ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ସଂପୃକ୍ତ ନକଲି ଅଧିକାରୀଙ୍କୁ ଗିରଫ କରିଛି। ସେ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଗଡସାହିର ବୁନୁ ଜେନା।
ସୂଚନାନୁସାରେ, ଅଭିଯୁକ୍ତ ବୁନୁ ବିଏମ୍‌ସିର ଜଣେ ଠିକା ଡ୍ରାଇଭର ଭାବେ କାମ କରନ୍ତି। ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଓ ଡେଲ୍‌ଟା ଛକ ଅଞ୍ଚଳର ରାସ୍ତା ପାଶର୍‌ବରେ କିଛି ଛୋଟ ଛୋଟ ଫେରି ବେପାରି ଏବଂ ଦୋକାନୀ ବିଭିନ୍ନ ପ୍ଲାଷ୍ଟିକ, ଖେଳନା ଓ କପଡା ବେପାର କରିଥାନ୍ତି। ଗତ କିଛିଦିନ ହେବ ଏହି ଅଞ୍ଚଳରେ ବୁଲି ବୁଲି ବୁନୁ ନିଜକୁ ବିଏମ୍‌ସି ଅଧିକାରୀ ପରିଚୟ ଦେଉଥିଲେ। ଏହିସବୁ ଜିନିଷ କାହିଁକି ବିକ୍ରି କରୁଛ ଓ ଏହା ଆଇନ ଗ୍ରହଣୀୟ ନୁହେଁ ବୋଲି କହି ସେମାନଙ୍କୁ ଡରାଇ ଜରିମାନା ଆଦାୟ କରୁଥିଲେ। ଶନିବାର ଜଣେ ମହିଳା ଡେଲ୍‌ଟା ଛକରେ କପଡା ବିକ୍ରି କରୁଥିବାବେଳେ ବୁନୁ ସେଠାରେ ପହଞ୍ଚତ୍ ଏଭଳି କପଡା ବିକ୍ରି କଲେ ମାମଲା ହେବ କହି ଧମକାଇ ଥିଲେ। ଏଥିପାଇଁ କିଛି ଟଙ୍କା ଦେବାକୁ ପଡିବ କହି ୫ ହଜାର ଟଙ୍କା ନେଇଥିଲେ। କିନ୍ତୁ ମହିଳା ଜଣକ ରସିଦ ମାଗିବାରୁ ସେ ଦେଇପାରି ନ ଥିଲେ। ଏନେଇ ଉକ୍ତ ମହିଳା ଓ ସେଠାରେ ଥିବା କିଛି ଲୋକଙ୍କ ସନ୍ଦେହ ବଢିବାରୁ ବୁନୁଙ୍କୁ କାବୁ କରି ଖଣ୍ଡଗିରି ଥାନା ପୋଲିସ ଜିମା ଦେଇଥିଲେ। ପୋଲିସ ଅଭିଯୁକ୍ତ ବୁନୁକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ବିଏମ୍‌ସିର କର୍ମଚାରୀ ନ ଥିବା ଜଣାପଡିଥିଲା। ପରେ ରବିବାର ଖଣ୍ଡଗିରି ଥାନା ପୋଲିସ ଲୋକଙ୍କୁ ଡରାଇ ଠକୁଥିବା ଅଭିଯୋଗରେ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri