ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ମିଥ୍ୟା ଅଡିଓ ଭାଇରାଲ କରୁଛି ବିଜେଡି: ଭାଜପା

ଭୁବନେଶ୍ବର,୨୯ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ଲାଗି ବିଜେଡି ସରକାରୀ କଳ ଓ ପ୍ରଶାସନକୁ ପ୍ରଚାର କାର୍ଯ୍ୟରେ ଲଗାଇଛି। ଶେଷରେ ବିଜେଡି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏହି ଉପନିର୍ବାଚନକୁ ଟାଣିବା ସହ ମିଥ୍ୟା ଅଡିଓ, ଭିଡିଓର ଷଡ଼ଯନ୍ତ୍ର ରଚନାକରି ସବୁ ଅପରାଧର ସୀମା ଟପିଯାଇଛି ବୋଲି ଶୁକ୍ରବାର ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଶାସକ ଦଳ ପୂର୍ବରୁ ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଂଘନ କରିବାର ସମସ୍ତ ପ୍ରମାଣ ଭାଜପା ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ହସ୍ତାନ୍ତର କରିଆସୁଛି। କିନ୍ତୁ ଶାସକ ଦଳ ସୁଧୁରିବା ପରିବର୍ତ୍ତେ ପୁଣି ଏକ ମିଥ୍ୟା ଅଡିଓ କ୍ଲିପ୍‌ ପ୍ରସ୍ତୁତ କରି ତାକୁ ଭାଇରାଲ କରି ଆଉ ଏକ ଧର୍ତ୍ତବ୍ୟ ଅପରାଧକୁ ଆପଣାଇଛି। ଏନେଇ ଭାଜପାର ୭ ଜଣିଆ ଟିମ୍‌ ଭୁବନେଶ୍ୱର ଭିଏସ୍‌ଏସ୍‌ନଗର ସ୍ଥିତ ସାଇବର ଥାନାରେ ଲିଖିତ ଏଫ୍‌ଆଇଆର୍‌ କରିବା ସହ ସିଇଓଙ୍କୁ ଭେଟି ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।

Share