Posted inଜାତୀୟ

୯୦ ମିନିଟ୍‌ରେ ପ୍ରେମରେ ପଡିଥିଲେ ଫଡନଭିସ, ପ୍ରଥମ ଦେଖାରେ ଏହି ଅଭିନେତ୍ରୀଙ୍କ ସହ ଅମୃତାଙ୍କ କରିଥିଲେ ତୁଳନା, ଜାଣନ୍ତୁ ତାଙ୍କ ଲଭ୍‌ଷ୍ଟୋରୀ ବିଷୟରେ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ର ନିର୍ବାଚନର ଠିକ ୧୧ଦିନ ପରେ ମହାୟୁତି ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଦଳ ଦେବେନ୍ଦ୍ର ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛି। ତେବେ ଆସନ୍ତାକାଲି ମୁମ୍ବାଇର ଆଜାଦ ମଇଦାନରେ ସେ ଶପଥ ଗ୍ରହଣ କରିବେ ଏବଂ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ସିଏମ ହେବେ। ତାଙ୍କର ରାଜନୈତିକ ଯାତ୍ରା ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ଲଭଷ୍ଟୋରୀ ବିଷୟରେ କହିବାକୁ ଯାଉଛୁ । ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ହେଉଛନ୍ତି ଅମୃତା ଫଡନଭିସ। ଯିଏକି ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କାରଣ ସେ ଜଣେ ଅଭିନେତ୍ରୀ ଅଯନ୍ତି। ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ବୁଡି ରହିଥିବା ଫଡନଭିସଙ୍କୁ ଲାଇମ ଲାଇଟ୍‌ର ଅମୃତା କିପରି ଭେଟିଲେ? ଆସନ୍ତୁ ଜାଣିବା।

ଫଡନଭିସ ଓ ଅମୃତା ୨୦୦୫ରେ ବିବାହ କରିଥିଲେ। ଅମୃତା ମହାରାଷ୍ଟ୍ରର ପ୍ରସିଦ୍ଧ ଚକ୍ଷୁ ବିଶେଷଜ୍ଞ ଶରଦ ରନାଡେ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଚାରୁଲତା ରନାଡେଙ୍କ ଝିଅ ଅଟନ୍ତି। ଯେତେବେଳେ ଦୁହିଁଙ୍କର ସାକ୍ଷାତ ହୋଇଥିଲେ, ଅମୃତା ଜଣେ ବ୍ୟାଙ୍କର ଥିଲେ। ଉଭୟଙ୍କ ଆରେଞ୍ଜ ମ୍ୟାରେଜ ହୋଇଥିଲା। ଏଥିପାଇଁ ଦୁହିଁଙ୍କୁ ଜଣେ ସାଧାରଣ ବନ୍ଧୁଙ୍କ ଘରେ ପରିଚିତ କରାଯାଇଥିଲା। ଅମୃତା ବହୁ ବ୍ୟସ୍ତରେ ଥିଲେ। ତାଙ୍କୁ ଏଠାରେ କାମ ସାରି ଅନ୍ୟ ସ୍ଥାନକୁ ଯିବାର ଥିଲା। କିନ୍ତୁ ଯେତେବେଳେ ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ, ଅଜାଣତରେ ଦେଢଘଣ୍ଟା ବିତି ଯାଇଥିଲା। ଦେବେନ୍ଦ୍ର ସେତେବେଳେ ବିଧାୟକ ହୋଇ ସାରିଥିଲେ ଏବଂ ଅମୃତା ରାଜନୀତିକୁ ନେଇ ନିଶ୍ଚିତ ନଥିଲେ।

ଏକ ଜାତୀୟ ଗଣମାଧ୍ୟମମୁ ସାକ୍ଷାତକାର ନେଇ ଅମୃତା କହିଥିଲେ, ମୁଁ ତାଙ୍କୁ ଭେଟିବା ପୂର୍ବରୁ ଟେନସନ ଏବଂ ଚାପରେ ଥିଲି। ମୁଁ ଭାବୁଥିଲି ଦେବେନ୍ଦ୍ର କେଉଁ ପ୍ରକାରର ବ୍ୟକ୍ତି, କାରଣ ନେତାଙ୍କ ବିଷୟରେ ମୋ ମନରେ ଏକ ନକାରାତ୍ମକ ଭାବନା ଥିଲା। କିନ୍ତୁ ତାଙ୍କୁ ଭେଟିବା ପରେ, ଏହି ଭୟ ଅଦୃଶ୍ୟ ହୋଇଗଲା କାରଣ ମୁଁ ଦେଖିଲି ସେ ଜଣେ ସରଳ ବ୍ୟକ୍ତି ଅଟନ୍ତି।

ତେବେ ଅମୃତାଙ୍କ ଅନୁଯାୟୀ ଫଡନଭିସ ରେମାଣ୍ଟିକ ନୁହନ୍ତି। ସେ ବହୁତ ପ୍ରାକ୍ଟିକାଲ ଅଟନ୍ତି। ସବୁବେଳେ ନିଜ କାମରେ ବ୍ୟସ୍ତ ରୁହନ୍ତି। ସେ କେବଳ ରାଜନୀତି ଜାଣିଛନ୍ତି। ନା ବିବାହ ପୂର୍ବରୁ ନା ପରେ ସେ କେବେ ବି ରୋମାଣ୍ଟିକ ନୁହନ୍ତି ବୋଲି ଅମୃତା କହିଛନ୍ତି। ତେବେ ଦେବେନ୍ଦ୍ର ଫଡନଭିସ ତାଙ୍କ ରାଜନୀତିରେ ବ୍ୟସ୍ତ ଥିବାବେଳେ ତାଙ୍କ ସ୍ତ୍ରୀ ଗୀତ, ଅଭିନୟ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ହେଡଲାଇନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜାରେ ଯୁଦ୍ଧବିରତି: ଚୁକ୍ତି ଅନୁଯାୟୀ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଦେଇର୍‌ ଅଲ୍‌-ବଲାହ,୧୯।୧: ଗାଜାରେ ରବିବାରଠାରୁ ଯୁଦ୍ଧବିରତି ଆରମ୍ଭ ହୋଇଛି। ଚୁକ୍ତି ଅନୁଯାୟୀ ଗାଜାର ଶାସକ ହମାସ୍‌ ପ୍ରଥମ ଦିନରେ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ରବିବାର...

ସତରେ କ’ଣ ବାଂଲାଦେଶରୁ ଆସିଥିଲେ ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି? କୋର୍ଟରେ ଖୋଲିଲା ବଡ଼ ଗୁମର

ମୁମ୍ବାଇ,୧୯।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଥାନେ ପଶ୍ଚିମ ଅଞ୍ଚଳରୁ ଗିରଫ କରି ରବିବାର (୧୯...

ମହାକୁମ୍ଭରେ ଭୟଙ୍କର ଅଗ୍ନିକାଣ୍ଡ, ଅଧିକାଂଶ ଟେଣ୍ଟ ଜଳି ପୋଡି ପାଉଁଶ

ପ୍ରୟାଗରାଜ,୧୯।୧: ରବିବାର ଅପରାହ୍ନରେ ମହାକୁମ୍ଭମେଳା ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମହାକୁମ୍ଭମେଳାର ସେକ୍ଟର ୨୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଣରୁ ମେଳା ପରିସରରେ...

ଅଡୁଆରେ ପଡିଲେ ରାହୁଲ! ଆସାମରେ ଦିଆଗଲା ଏଫଆଇଆର୍‌

ଗୁଆହାଟୀ,୧୯।୧: ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ ଅଡୁଆରେ ପଡ଼ିଛନ୍ତି। ରାହୁଲଙ୍କ ସାମ୍ପ୍ରତିକ ବୟାନ ପାଇଁ ତାଙ୍କ ବିରୋଧରେ...

ଦୀପିକା ଦେଶଓ୍ବାଲ କିଏ? ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ମିଳିଛି ‘ସ୍ବତନ୍ତ୍ର ନିମନ୍ତ୍ରଣ’

ନୂଆଦିଲ୍ଲୀ,୧୯।୧: ଗିନିଜ ଓ୍ବାଲର୍‌ଡ ରେକର୍ଡଧାରୀ ଦୀପିକା ଦେଶଓ୍ବାଲଙ୍କୁ ଜାନୁଆରୀ ୨୦ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ସ୍ବତନ୍ତ୍ର...

ନାଗାସାଧୁ ନ ଥିଲେ ଆଇଆଇଟି ବାବା, ସେ ଜଣେ…ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୧୯।୧:ପ୍ରୟାଗରାଜର ମହାକୁମ୍ଭମେଳାର ମୁଖ୍ୟ ଆକର୍ଷଣ ପାଲଟିଥିବା ଆଇଆଇଟି ବାବା ବା ଆଇଆଇଟି ବମ୍ବେର ପୂର୍ବତନ ଏରୋସ୍ପେସ ଇଞ୍ଜିନିୟର ଅଭୟ ସିଂହଙ୍କୁ ତାଙ୍କ ଆଖଡାରୁ ବହିଷ୍କାର କରାଯାଇଛି।...

8th Pay Commission: ଏହି ରାଜ୍ୟରେ ପ୍ରଥମେ ବଢିବ କର୍ମଚାରୀଙ୍କ ଦରମା? ଜାଣନ୍ତୁ କେତେ ବଢିବ

ନୂଆଦିଲ୍ଲୀ,୧୯।୧: ଭାରତ ସରକାର ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ପେନଶନ ସଂଶୋଧନ କରିବା ପାଇଁ ପ୍ରତି ୧୦ ବର୍ଷରେ ଏକ ବେତନ ଆୟୋଗ ଗଠନ...

ହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହର

ଚଣ୍ଡିଗଡ଼,୧୯।୧: ଅନ୍ତର୍ଜାତୀୟ ଶୁଟିଂ ଖେଳାଳି ମନୁ ଭାକରଙ୍କ ପରିବାରକୁ ଏକ ବଡ଼ ଝଟ୍‌କା ଲାଗିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍‌ ରାସ୍ତାରେ ଏକ ଦୁର୍ଘଟଣାରେ ତାଙଙ୍କ ଆଈ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri