Posted inଜାତୀୟ

୯୦ ମିନିଟ୍‌ରେ ପ୍ରେମରେ ପଡିଥିଲେ ଫଡନଭିସ, ପ୍ରଥମ ଦେଖାରେ ଏହି ଅଭିନେତ୍ରୀଙ୍କ ସହ ଅମୃତାଙ୍କ କରିଥିଲେ ତୁଳନା, ଜାଣନ୍ତୁ ତାଙ୍କ ଲଭ୍‌ଷ୍ଟୋରୀ ବିଷୟରେ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ର ନିର୍ବାଚନର ଠିକ ୧୧ଦିନ ପରେ ମହାୟୁତି ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଦଳ ଦେବେନ୍ଦ୍ର ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛି। ତେବେ ଆସନ୍ତାକାଲି ମୁମ୍ବାଇର ଆଜାଦ ମଇଦାନରେ ସେ ଶପଥ ଗ୍ରହଣ କରିବେ ଏବଂ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ସିଏମ ହେବେ। ତାଙ୍କର ରାଜନୈତିକ ଯାତ୍ରା ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ଲଭଷ୍ଟୋରୀ ବିଷୟରେ କହିବାକୁ ଯାଉଛୁ । ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ହେଉଛନ୍ତି ଅମୃତା ଫଡନଭିସ। ଯିଏକି ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କାରଣ ସେ ଜଣେ ଅଭିନେତ୍ରୀ ଅଯନ୍ତି। ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ବୁଡି ରହିଥିବା ଫଡନଭିସଙ୍କୁ ଲାଇମ ଲାଇଟ୍‌ର ଅମୃତା କିପରି ଭେଟିଲେ? ଆସନ୍ତୁ ଜାଣିବା।

ଫଡନଭିସ ଓ ଅମୃତା ୨୦୦୫ରେ ବିବାହ କରିଥିଲେ। ଅମୃତା ମହାରାଷ୍ଟ୍ରର ପ୍ରସିଦ୍ଧ ଚକ୍ଷୁ ବିଶେଷଜ୍ଞ ଶରଦ ରନାଡେ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଚାରୁଲତା ରନାଡେଙ୍କ ଝିଅ ଅଟନ୍ତି। ଯେତେବେଳେ ଦୁହିଁଙ୍କର ସାକ୍ଷାତ ହୋଇଥିଲେ, ଅମୃତା ଜଣେ ବ୍ୟାଙ୍କର ଥିଲେ। ଉଭୟଙ୍କ ଆରେଞ୍ଜ ମ୍ୟାରେଜ ହୋଇଥିଲା। ଏଥିପାଇଁ ଦୁହିଁଙ୍କୁ ଜଣେ ସାଧାରଣ ବନ୍ଧୁଙ୍କ ଘରେ ପରିଚିତ କରାଯାଇଥିଲା। ଅମୃତା ବହୁ ବ୍ୟସ୍ତରେ ଥିଲେ। ତାଙ୍କୁ ଏଠାରେ କାମ ସାରି ଅନ୍ୟ ସ୍ଥାନକୁ ଯିବାର ଥିଲା। କିନ୍ତୁ ଯେତେବେଳେ ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ, ଅଜାଣତରେ ଦେଢଘଣ୍ଟା ବିତି ଯାଇଥିଲା। ଦେବେନ୍ଦ୍ର ସେତେବେଳେ ବିଧାୟକ ହୋଇ ସାରିଥିଲେ ଏବଂ ଅମୃତା ରାଜନୀତିକୁ ନେଇ ନିଶ୍ଚିତ ନଥିଲେ।

ଏକ ଜାତୀୟ ଗଣମାଧ୍ୟମମୁ ସାକ୍ଷାତକାର ନେଇ ଅମୃତା କହିଥିଲେ, ମୁଁ ତାଙ୍କୁ ଭେଟିବା ପୂର୍ବରୁ ଟେନସନ ଏବଂ ଚାପରେ ଥିଲି। ମୁଁ ଭାବୁଥିଲି ଦେବେନ୍ଦ୍ର କେଉଁ ପ୍ରକାରର ବ୍ୟକ୍ତି, କାରଣ ନେତାଙ୍କ ବିଷୟରେ ମୋ ମନରେ ଏକ ନକାରାତ୍ମକ ଭାବନା ଥିଲା। କିନ୍ତୁ ତାଙ୍କୁ ଭେଟିବା ପରେ, ଏହି ଭୟ ଅଦୃଶ୍ୟ ହୋଇଗଲା କାରଣ ମୁଁ ଦେଖିଲି ସେ ଜଣେ ସରଳ ବ୍ୟକ୍ତି ଅଟନ୍ତି।

ତେବେ ଅମୃତାଙ୍କ ଅନୁଯାୟୀ ଫଡନଭିସ ରେମାଣ୍ଟିକ ନୁହନ୍ତି। ସେ ବହୁତ ପ୍ରାକ୍ଟିକାଲ ଅଟନ୍ତି। ସବୁବେଳେ ନିଜ କାମରେ ବ୍ୟସ୍ତ ରୁହନ୍ତି। ସେ କେବଳ ରାଜନୀତି ଜାଣିଛନ୍ତି। ନା ବିବାହ ପୂର୍ବରୁ ନା ପରେ ସେ କେବେ ବି ରୋମାଣ୍ଟିକ ନୁହନ୍ତି ବୋଲି ଅମୃତା କହିଛନ୍ତି। ତେବେ ଦେବେନ୍ଦ୍ର ଫଡନଭିସ ତାଙ୍କ ରାଜନୀତିରେ ବ୍ୟସ୍ତ ଥିବାବେଳେ ତାଙ୍କ ସ୍ତ୍ରୀ ଗୀତ, ଅଭିନୟ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ହେଡଲାଇନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?