ଫ୍ୟାକ୍ଟ୍ରି ଉତ୍ପାଦନ ୧.୯% କମିଲା

ନୂଆଦିଲ୍ଲୀ: କରୋନାର ପ୍ରଭାବ ବଜାରରୁ ବର୍ତ୍ତମାନ ଯାଏ ଯାଇନାହିଁ। ଫଳରେ ଦେଶର ଫ୍ୟାକ୍ଟ୍ରିଗୁଡିକର ଉତ୍ପାଦନ ନଭେମ୍ବରରେ ୧.୯% ହ୍ରାସ ପାଇଛି। ସେହିଭଳି ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୫୯% ସ୍ତରକୁ ବଢିଛି। ପନିପରିବା ଦର ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ମୁଦ୍ରାସ୍ଫୀତିକୁ ୨ରୁ ୬% ମଧ୍ୟରେ ରଖିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ବର୍ତ୍ତମାନ ଏହା ଆର୍‌ବିଆଇର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟକୁ ଫେରିଛି। ନଭେମ୍ବରରେ ଖାଉଟି ମୂଲ୍ୟସୂଚୀ(ସିପିଆଇ) ୬.୯୩% ସ୍ତରରେ ରହିଥିଲା। ମୁଦ୍ରାସ୍ଫୀତି ୫.୨୮% ସ୍ତରରେ ରହିବା ନେଇ ପୂର୍ବରୁ ରଏଟର୍ସ ଅର୍ଥନୀତିଜ୍ଞ କହିଥିଲେ। ରେପୋ ରେଟ୍‌ ନିର୍ଦ୍ଧାରଣ ବେଳେ ଆର୍‌ବିଆଇ ଖାଉଟି ମୂଲ୍ୟସୂଚୀ ଡାଟାକୁ ଗୁରୁତ୍ୱ ଦେଇଥାଏ। ସରକାରଙ୍କ ଡାଟା ମୁତାବକ, ନଭେମ୍ବରରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ୧.୭% ନିମ୍ନରେ ରହିଥିଲା। ଚଳିତ ବର୍ଷ ନଭେମ୍ବରରେ ଖଣି ଉତ୍ପାଦନ ୭.୩% ଖସିଛି। ଏହାବାଦ ଶକ୍ତି ଉତ୍ପାଦନ ୩.୫% ବଢିଛି। ୨୦୧୯ ନଭେମ୍ବରରେ ଆଇଆଇପି ୨.୧% ସ୍ତରରେ ରହିଥିଲା। କୋଭିଡ୍‌ ଯୋଗୁ ଗତ ମାର୍ଚ୍ଚରୁ ଶିଳ୍ପ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇ ରହିଛି। ମାର୍ଚ୍ଚରେ ଆଇଆଇପି ୧୮.୭% ନିମ୍ନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri