ଫ୍ୟାକ୍ଟ୍ରି ଉତ୍ପାଦନ ୧.୯% କମିଲା

ନୂଆଦିଲ୍ଲୀ: କରୋନାର ପ୍ରଭାବ ବଜାରରୁ ବର୍ତ୍ତମାନ ଯାଏ ଯାଇନାହିଁ। ଫଳରେ ଦେଶର ଫ୍ୟାକ୍ଟ୍ରିଗୁଡିକର ଉତ୍ପାଦନ ନଭେମ୍ବରରେ ୧.୯% ହ୍ରାସ ପାଇଛି। ସେହିଭଳି ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୫୯% ସ୍ତରକୁ ବଢିଛି। ପନିପରିବା ଦର ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ମୁଦ୍ରାସ୍ଫୀତିକୁ ୨ରୁ ୬% ମଧ୍ୟରେ ରଖିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ବର୍ତ୍ତମାନ ଏହା ଆର୍‌ବିଆଇର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟକୁ ଫେରିଛି। ନଭେମ୍ବରରେ ଖାଉଟି ମୂଲ୍ୟସୂଚୀ(ସିପିଆଇ) ୬.୯୩% ସ୍ତରରେ ରହିଥିଲା। ମୁଦ୍ରାସ୍ଫୀତି ୫.୨୮% ସ୍ତରରେ ରହିବା ନେଇ ପୂର୍ବରୁ ରଏଟର୍ସ ଅର୍ଥନୀତିଜ୍ଞ କହିଥିଲେ। ରେପୋ ରେଟ୍‌ ନିର୍ଦ୍ଧାରଣ ବେଳେ ଆର୍‌ବିଆଇ ଖାଉଟି ମୂଲ୍ୟସୂଚୀ ଡାଟାକୁ ଗୁରୁତ୍ୱ ଦେଇଥାଏ। ସରକାରଙ୍କ ଡାଟା ମୁତାବକ, ନଭେମ୍ବରରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ୧.୭% ନିମ୍ନରେ ରହିଥିଲା। ଚଳିତ ବର୍ଷ ନଭେମ୍ବରରେ ଖଣି ଉତ୍ପାଦନ ୭.୩% ଖସିଛି। ଏହାବାଦ ଶକ୍ତି ଉତ୍ପାଦନ ୩.୫% ବଢିଛି। ୨୦୧୯ ନଭେମ୍ବରରେ ଆଇଆଇପି ୨.୧% ସ୍ତରରେ ରହିଥିଲା। କୋଭିଡ୍‌ ଯୋଗୁ ଗତ ମାର୍ଚ୍ଚରୁ ଶିଳ୍ପ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇ ରହିଛି। ମାର୍ଚ୍ଚରେ ଆଇଆଇପି ୧୮.୭% ନିମ୍ନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ବିକାଶ ଅନୁମାନ କମାଇଲା ଫିଚ୍‌

ନୂଆଦିଲ୍ଲୀ,୨୧-୩: ଫିଚ୍‌ ରେଟିଂ ଶୁକ୍ରବାର ଭାରତର ବିକାଶ ଅନୁମାନକୁ କମାଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ବିକାଶ ହାର ୫.୧% ରହିବ ବୋଲି ଏହି ଏଜେନ୍ସି...

ଏୟାର ଇଣ୍ଡିଆର ବିକ୍ରି ପ୍ରୟାସ: ପଦୋନ୍ନତି, ନୂଆ ନିଯୁକ୍ତି ବନ୍ଦ

ନୂଆଦିଲ୍ଲୀ,୨୨ା୭: ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାରଙ୍କ ପ୍ରୟାସ ଜୋର୍‌ଦାର ହୋଇଛି। ଏହି ରାଷ୍ଟ୍ରୀୟ ବିମାନ କମ୍ପାନୀରେ କର୍ମଚାରୀଙ୍କୁ ପଦନ୍ନୋତି...

ବାତିଲ ରହିବ ଟ୍ରେନ୍‌ ସେବା

ଭୁବନେଶ୍ୱର,୨୨-୩: ରବିବାର ‘ଜନତା କର୍ଫ୍ୟୁ’ ଲାଗି ବିଭିନ୍ନ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ ବୋଲି ପୂର୍ବତଥ ରେଳପଥ ପକ୍ଷରୁ ସୂଚନା ରହିଛି। ପୂର୍ବତଟ...

ଜୁଲାଇରେ ୪,୪୪୭ ୟୁନିଟ୍‌ ଯାନ ବିକ୍ରି

ନୂଆଦିଲ୍ଲୀ,୬।୮: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା ଅଟୋ ଇଣ୍ଡିଆ’ ଚଳିତ ବର୍ଷ ଜୁଲାଇରେ ୪,୪୪୭ କାର ବିକ୍ରୟ ସହ ଏହାର ସ୍ଥିର ପ୍ରଦର୍ଶନ ଜାରି...

୨୨ରୁ ନୂଆ ଜିଏସ୍‌ଟି ଫାଇଲିଂ ଇଣ୍ଟରଫେସ୍‌

ନୂଆଦିଲ୍ଲୀ,୧୩-୧୦: ଚଳିତ ମାସ ୨୨ରୁ ନୂଆ ଜିଏସ୍‌ଟି ଫାଇଲିଂ ଇଣ୍ଟରଫେସ୍‌ କାର୍ଯ୍ୟକ୍ଷମ ହେବ। ଜିଏସ୍‌ଟି ଫାଇଲିଂ ବ୍ୟବସ୍ଥାକୁ ଆହୁରି ସରଳୀକରଣ କରିବା ଲକ୍ଷ୍ୟରେ ଏଭଳି ବ୍ୟବସ୍ଥା...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ୫୨ତମ ଜାତୀୟ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୩।୩: ଆର୍ସଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ (ଏନ୍‌ଏସ୍‌ଡବ୍ଲ୍ୟୁ) ପାଳିତ ହୋଇଯାଇଛି।...

ବୀମା କ୍ଷେତ୍ର ପ୍ରତି ଉତ୍ସାହ ବଢ଼ିଛି

ଭୁବନେଶ୍ୱର,୧୦ା୧୨: ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ (ୟୁଆଇଆଇସିଏଲ୍‌)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ...

ଚିନ୍ତା ବଢ଼ାଇପାରେ ୧.୬୭ ଲକ୍ଷ କୋଟିର କର୍ପୋରେଟ ଋଣ

ନୂଆଦିଲ୍ଲୀ,୬।୭: କୋଭିଡ୍‌-୧୯ ଯୋଗୁ ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଘରୋଇ ବଜାରର ପ୍ରମୁଖ ୫୦୦ କମ୍ପାନୀ ନେଇଥିବା ୧.୬୭ ଲକ୍ଷ କୋଟିର କର୍ପୋରେଟ ଋଣ...

Advertisement
Archives

Model This Week