୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବ ଫେସ୍‌ବୁକ୍‌

ନୂଆଦିଲ୍ଲୀ,୧୬।୯:ଦେଶର ୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବା ଲାଗି ଫେସ୍‌ବୁକ୍‌ ଇଣ୍ଡିଆ ଯୋଜନା ରଖିଛି। ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋର ଭଳି ସ୍ଥାନରେ କମ୍ପାନୀ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବ। ଏଥିଲାଗି ୩୨ କୋଟି ଟଙ୍କାର ଏକ ପାଣ୍ଠି ଘୋଷଣା କରାଯାଇଛି। କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ବାଣିଜି୍ୟକ ସଂସ୍ଥାଗୁଡିକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଫେସ୍‌ବୁକ୍‌ ସାରା ବିଶ୍ୱ ପାଇଁ ୧୦୦ ନିୟୁତ ଡଲାରର ଏକ ପାଣ୍ଠି ଘୋଷଣା କରିଥିଲା। ଏହି ଯୋଜନା ଅଧୀନରେ ଭାରତ ବଜାର ଲାଗି କମ୍ପାନୀ ଏଭଳି ପଦକ୍ଷେପ ନେଇଛି। ଉଭୟ କ୍ୟାଶ ଏବଂ କ୍ରେଡିଟ ଭାବେ ଏହି କମ୍ପାନୀ ଏଭଳି ଯୋଜନା ହାତକୁ ନେଇଛି। ସବୁ ବର୍ଗର କ୍ଷୁଦ୍ର ବାଣିଜ୍ୟଗୁଡିକ ଲାଗି ଏହି ଗ୍ରାଣ୍ଟ ପ୍ରୋଗ୍ରାମ ଆରମ୍ଭ ହୋଇଥିବା ଫେସ୍‌ବୁକ୍‌ ଇଣ୍ଡିଆର ଏମ୍‌ଡି ଅଜିତ ମୋହନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି କ୍ଷେତ୍ରକୁ ଆଶ୍ୱସ୍ତି;୧ କୋଟିରୁ ଊର୍ଦ୍ଧ୍ୱ ନଗଦ ଦେଣନେଣ ଉପରେ ଲାଗିବନି ଟିଡିଏସ୍‌

ନୂଆଦିଲ୍ଲୀ,୧୮-୯: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୃଷି କ୍ଷେତ୍ରକୁ ଆଶ୍ୱସ୍ତ କରିବାକୁ ଯାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ସେମାନଙ୍କ ଫସଲର ମୂଲ୍ୟ ମିଳିବାରେ...

ଦେଶରେ ବୀମା ପେନିଟ୍ରେଶନ ଜିଡିପିର ୦.୯% : ଏସ୍‌ବିଆଇ ଜେନେରାଲ ଏମ୍‌ଡି

ଭୁବନେଶ୍ୱର,୧-୬: ଅଭିବୃଦ୍ଧିଶୀଳ ବଜାରଗୁଡିକୁ ବିଚାରକୁ ନେଲେ ଜଣାଯିବ ଯେ,ଅଣ ଜୀବନ ବୀମା ଗ୍ରହଣ କ୍ଷେତ୍ରରେ ଭାରତର ସ୍ଥିତି ଏତେଟା ଆଖି ଦୃଶିଆ ନୁହେଁ। ବର୍ତ୍ତମାନ ଘରୋଇ...

ପିଆଜର ଦରବୃଦ୍ଧି ନେଇ ବଢ଼ିଲା ଚିନ୍ତା;୫୦ହଜାର ଟନ ଉଠାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ -୮: ଗରିବର ପରିବା କୁହାଯାଉଥିବା ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ। ଦର ନିୟନ୍ତ୍ରଣ ଲାଗି ଏବେ କେନ୍ଦ୍ର ଖାଦ୍ୟ ଯୋଗାଣ...

ଚାଷୀଙ୍କୁ ସିଧାସଳଖ ସାର ସବ୍‌ସିଡି ଦେବାକୁ ବିଚାର

ନୂଆଦିଲ୍ଲୀ,୭-୬: କେନ୍ଦ୍ର ସରକାର ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି)ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ଚାଷୀଙ୍କୁ ସାର ସବ୍‌ସିଡି ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଦେବାକୁ...

ଆଲେନ୍‌ ପକ୍ଷରୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬-୪: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଆଲେନ୍‌ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ନୂତନ ଶିକ୍ଷା ଅଧିବେଶନ ପାଇଁ ସ୍ଥାନୀୟ ରେଳ ଅଡିଟୋରିୟମଠାରେ ଏକ ଓରିଏଣ୍ଟେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ...

୩ ବ୍ୟାଙ୍କକୁ ୮୬୫୫ କୋଟି ଟଙ୍କାର ପୁଞ୍ଜି

ନୂଆଦିଲ୍ଲୀ,୨୮-୧୨: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଲାଗି ୮୬୫୫ କୋଟି ଟଙ୍କାର ପୁଞ୍ଜି ସହାୟତା ଘୋଷଣା କରିଛନ୍ତି। ଏହା ମଧ୍ୟରେ ଆଲ୍ଲାହାବାଦ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ...

ବଜାରକୁ ଆସିଲା ନୂଆ ହୋଣ୍ଡା ଜାଜ୍‌

ନୂଆଦିଲ୍ଲୀ, ଭୁବନେଶ୍ୱର,୨୭।୮: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ବଜାରକୁ ନୂଆ ଜାଜ୍‌ ମଡେଲ ଆସିଛି। ପ୍ରିମିୟମ ହ୍ୟାଚ୍‌ ବ୍ୟାକ୍‌ ବର୍ଗରେ ଆସିଥିବା ଏହି ନୂଆ...

କରୋନା ଖାଇଯିବ ୮.୮ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିକୁ ୫.୮ରୁ ୮.୮ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପକ୍ଷରୁ...

Coronavirus Update


Archives

Model This Week

Why Dharitri