ସବୁକିଛି ମାଗଣାରେ ଦେଇ ଆପଣଙ୍କ ଜରିଆରେ କୋଟି କୋଟି ରୋଜଗାର କରୁଛି ‘ଫେସବୁକ୍‌’: ଜାଣନ୍ତୁ କିପରି..

ନୂଆଦିଲ୍ଲୀ,୧।୮: କରୋନା ଭୂତାଣୁ ସଂକ୍ରମଣ ଭିତରେ ସାରା ବିଶ୍ୱରେ କମ୍ପାନୀଗୁଡ଼ିକୁ ବିଶେଷ କ୍ଷତି ସହିବାକୁ ପଡ଼ୁଛି। ହେଲେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍‌ ପକ୍ଷରୁ ଉତ୍କୃଷ୍ଟ ତ୍ରୈମାସିକ ଫଳାଫଳ ପ୍ରକାଶ କରାଯାଇଛି। ଏପ୍ରିଲ-ଜୁନ୍‌ ମାସରେ କମ୍ପାନୀର ଆୟ ୧୧% ବୃଦ୍ଧି ପାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଫେସବୁକ୍‌ରେ ସମସ୍ତ ସେବା ମାଗଣା, ଏଣୁ ଏହାର ରୋଜଗାରର ଉତ୍ସ କ’ଣ? ଜାଣନ୍ତୁ..

ହୋଟେଲର ଏକ କୋଠରୀରୁ ଆରମ୍ଭ ହୋଇଥିବା ଏକ ଧାରଣା ଆଜି ଏକ ବିଶ୍ୱସ୍ତରୀୟ ପ୍ରୋଜେକ୍ଟରେ ପରିରତ ହୋଇଛି। ଦୁନିଆର ଏକ ଚତୁର୍ଥାଂଶ ବ୍ୟକ୍ତି ଫେସବୁକ୍‌ ବ୍ୟବହାର କରିଥାନ୍ତି। ପ୍ରତିଦିନ ପ୍ରାୟ ୧୮୦ କୋଟି ଲୋକ ଫେସ୍‌ବୁକ୍‌ରେ ଲାଇକ୍‌, କମେଣ୍ଟ ଏବଂ ଫଟୋକୁ ପସନ୍ଦ କରନ୍ତି।

କିଭଳି ରୋଜଗାର କରେ କମ୍ପାନୀ: ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତ୍ୟେକ ଦିନ ଜଣେ ୟୁଜର୍‌ ହାରାହାରି ୫୮ ମିନିଟ୍‌ ଫେସବୁକ୍‌ ବ୍ୟବହାର କରିଥାନ୍ତି। ଗତ କିଛି ବର୍ଷ ମଧ୍ୟରେ କମ୍ପାନୀର ମୋଟ ଆୟ ତିନି ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦ରେ କମ୍ପାନୀର ରାଜସ୍ବ ୟୁଜର ପିଛା ୫୦୭ ଟଙ୍କା ଥିବା ବେଳେ ଏବେ ଏହା ବଢ଼ିଯାଇ ୫୨୯ ଟଙ୍କା ହୋଇଛି। ସରଳ ଭାଷାରେ କହିଲେ କମ୍ପାନୀ ପ୍ରତି ଉପଭୋକ୍ତାଙ୍କ ମାଧ୍ୟମରେ ୫୦୦ରୁ ଅଧିକ ଟଙ୍କା ରୋଜଗାର କରୁଛି।

ଫେସବୁକ୍‌ର ସେବା: ଯେପରି ସମସ୍ତେ ଜାଣନ୍ତି, ଫେସବୁକ୍‌ ବ୍ୟବହାର କରିବାକୁ ବ୍ୟବହାରକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ି ନ ଥାଏ। ଏଣୁ ପ୍ରଶ୍ନ ଆସିବା ସ୍ବାଭାବିକ ଟଙ୍କା କିଭଳି ରୋଜଗାର କରେ କମ୍ପାନୀ? ତେବେ ସିଧାସଳଖ ଭାବେ ଉପଭୋକ୍ତାଙ୍କଠାରୁ ଟଙ୍କା ନ ନେଲେ ବି ବ୍ୟବହାରକାରୀଙ୍କ ଡାଟା ଆଧାର ସଂଗ୍ରହ କରିଥାଏ କମ୍ପାନୀ। ଏହାକୁ ଅନ୍ୟ ବ୍ୟବସାୟିକ କମ୍ପାନୀକୁ ବିକ୍ରି କରିଥାଏ। ଯେକୌଣସି କ୍ଲିକ୍‌ କୌଣସି ନା କୌଣସି କମ୍ପାନୀର ରହିଥାଏ।

ତଥ୍ୟ ବଦଳରେ ଟଙ୍କା: ଫେସବୁକ୍‌ ଏହାର ଉପଭୋକ୍ତାଙ୍କ ବିଷୟରେ ତଥ୍ୟ ବିକ୍ରି କରି କମ୍ପାନୀଗୁଡ଼ିକଠାରୁ ଟଙ୍କା ରୋଜଗାର କରେ। ଉଦାହରଣସ୍ବରୂପ, କୌଣସି ସାଇଟ୍‌ ଅଥବା କମ୍ପାନୀରେ ପଞ୍ଜିକରଣ କରିବା ପୂର୍ବରୁ ଆପଣଙ୍କୁ ପଚରାଯାଏ ଯେ ଆପଣ ଫେସବୁକ୍‌ ବ୍ୟବହାରକାରୀ ଭାବେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି କି? ଯଦି ଆପଣ ହଁ କରନ୍ତି ତେବେ ଉକ୍ତ କମ୍ପାନୀ/ସାଇଟ୍‌ ଫେସବୁକ୍‌ରୁ ଆପଣଙ୍କର ସମସ୍ତ ସୂଚନା ନେଇଥାଏ।

ବିଜ୍ଞାପନ ମାଧ୍ୟମରେ ଟଙ୍କା: ଫେସବୁକ୍‌ ବିଜ୍ଞାପନ ମାଧ୍ୟମରେ ଟଙ୍କା କମାଇଥାଏ। ଆପଣ ପେଜ୍‌ ଖୋଲିବା ପରେ ପସନ୍ଦ କରୁଥିବା ଉତ୍ପାଦ ଜନିତ ବିଜ୍ଞାପନ ଦେଖିବାକୁ ପାଉଥିବେ। ଏଥିରୁ କମ୍ପାନୀ ରୋଜଗାର କରିଥାଏ।

କୌଣସି ଦାୟିତ୍ୱ ନେଇ ନଥାଏ ଫେସବୁକ୍‌: ଫେସ୍‌ବୁକ୍‌ କୌଣସି ତଥ୍ୟ ପାଇଁ ଦାୟିତ୍ୱ ନେଇ ନ ଥାଏ। ଏହାଛଡ଼ା ଏହାର ସତ୍ୟତାକୁ ଗ୍ୟାରେଣ୍ଟି ଦିଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri