ସବୁକିଛି ମାଗଣାରେ ଦେଇ ଆପଣଙ୍କ ଜରିଆରେ କୋଟି କୋଟି ରୋଜଗାର କରୁଛି ‘ଫେସବୁକ୍‌’: ଜାଣନ୍ତୁ କିପରି..

ନୂଆଦିଲ୍ଲୀ,୧।୮: କରୋନା ଭୂତାଣୁ ସଂକ୍ରମଣ ଭିତରେ ସାରା ବିଶ୍ୱରେ କମ୍ପାନୀଗୁଡ଼ିକୁ ବିଶେଷ କ୍ଷତି ସହିବାକୁ ପଡ଼ୁଛି। ହେଲେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍‌ ପକ୍ଷରୁ ଉତ୍କୃଷ୍ଟ ତ୍ରୈମାସିକ ଫଳାଫଳ ପ୍ରକାଶ କରାଯାଇଛି। ଏପ୍ରିଲ-ଜୁନ୍‌ ମାସରେ କମ୍ପାନୀର ଆୟ ୧୧% ବୃଦ୍ଧି ପାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଫେସବୁକ୍‌ରେ ସମସ୍ତ ସେବା ମାଗଣା, ଏଣୁ ଏହାର ରୋଜଗାରର ଉତ୍ସ କ’ଣ? ଜାଣନ୍ତୁ..

ହୋଟେଲର ଏକ କୋଠରୀରୁ ଆରମ୍ଭ ହୋଇଥିବା ଏକ ଧାରଣା ଆଜି ଏକ ବିଶ୍ୱସ୍ତରୀୟ ପ୍ରୋଜେକ୍ଟରେ ପରିରତ ହୋଇଛି। ଦୁନିଆର ଏକ ଚତୁର୍ଥାଂଶ ବ୍ୟକ୍ତି ଫେସବୁକ୍‌ ବ୍ୟବହାର କରିଥାନ୍ତି। ପ୍ରତିଦିନ ପ୍ରାୟ ୧୮୦ କୋଟି ଲୋକ ଫେସ୍‌ବୁକ୍‌ରେ ଲାଇକ୍‌, କମେଣ୍ଟ ଏବଂ ଫଟୋକୁ ପସନ୍ଦ କରନ୍ତି।

କିଭଳି ରୋଜଗାର କରେ କମ୍ପାନୀ: ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତ୍ୟେକ ଦିନ ଜଣେ ୟୁଜର୍‌ ହାରାହାରି ୫୮ ମିନିଟ୍‌ ଫେସବୁକ୍‌ ବ୍ୟବହାର କରିଥାନ୍ତି। ଗତ କିଛି ବର୍ଷ ମଧ୍ୟରେ କମ୍ପାନୀର ମୋଟ ଆୟ ତିନି ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦ରେ କମ୍ପାନୀର ରାଜସ୍ବ ୟୁଜର ପିଛା ୫୦୭ ଟଙ୍କା ଥିବା ବେଳେ ଏବେ ଏହା ବଢ଼ିଯାଇ ୫୨୯ ଟଙ୍କା ହୋଇଛି। ସରଳ ଭାଷାରେ କହିଲେ କମ୍ପାନୀ ପ୍ରତି ଉପଭୋକ୍ତାଙ୍କ ମାଧ୍ୟମରେ ୫୦୦ରୁ ଅଧିକ ଟଙ୍କା ରୋଜଗାର କରୁଛି।

ଫେସବୁକ୍‌ର ସେବା: ଯେପରି ସମସ୍ତେ ଜାଣନ୍ତି, ଫେସବୁକ୍‌ ବ୍ୟବହାର କରିବାକୁ ବ୍ୟବହାରକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ି ନ ଥାଏ। ଏଣୁ ପ୍ରଶ୍ନ ଆସିବା ସ୍ବାଭାବିକ ଟଙ୍କା କିଭଳି ରୋଜଗାର କରେ କମ୍ପାନୀ? ତେବେ ସିଧାସଳଖ ଭାବେ ଉପଭୋକ୍ତାଙ୍କଠାରୁ ଟଙ୍କା ନ ନେଲେ ବି ବ୍ୟବହାରକାରୀଙ୍କ ଡାଟା ଆଧାର ସଂଗ୍ରହ କରିଥାଏ କମ୍ପାନୀ। ଏହାକୁ ଅନ୍ୟ ବ୍ୟବସାୟିକ କମ୍ପାନୀକୁ ବିକ୍ରି କରିଥାଏ। ଯେକୌଣସି କ୍ଲିକ୍‌ କୌଣସି ନା କୌଣସି କମ୍ପାନୀର ରହିଥାଏ।

ତଥ୍ୟ ବଦଳରେ ଟଙ୍କା: ଫେସବୁକ୍‌ ଏହାର ଉପଭୋକ୍ତାଙ୍କ ବିଷୟରେ ତଥ୍ୟ ବିକ୍ରି କରି କମ୍ପାନୀଗୁଡ଼ିକଠାରୁ ଟଙ୍କା ରୋଜଗାର କରେ। ଉଦାହରଣସ୍ବରୂପ, କୌଣସି ସାଇଟ୍‌ ଅଥବା କମ୍ପାନୀରେ ପଞ୍ଜିକରଣ କରିବା ପୂର୍ବରୁ ଆପଣଙ୍କୁ ପଚରାଯାଏ ଯେ ଆପଣ ଫେସବୁକ୍‌ ବ୍ୟବହାରକାରୀ ଭାବେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି କି? ଯଦି ଆପଣ ହଁ କରନ୍ତି ତେବେ ଉକ୍ତ କମ୍ପାନୀ/ସାଇଟ୍‌ ଫେସବୁକ୍‌ରୁ ଆପଣଙ୍କର ସମସ୍ତ ସୂଚନା ନେଇଥାଏ।

ବିଜ୍ଞାପନ ମାଧ୍ୟମରେ ଟଙ୍କା: ଫେସବୁକ୍‌ ବିଜ୍ଞାପନ ମାଧ୍ୟମରେ ଟଙ୍କା କମାଇଥାଏ। ଆପଣ ପେଜ୍‌ ଖୋଲିବା ପରେ ପସନ୍ଦ କରୁଥିବା ଉତ୍ପାଦ ଜନିତ ବିଜ୍ଞାପନ ଦେଖିବାକୁ ପାଉଥିବେ। ଏଥିରୁ କମ୍ପାନୀ ରୋଜଗାର କରିଥାଏ।

କୌଣସି ଦାୟିତ୍ୱ ନେଇ ନଥାଏ ଫେସବୁକ୍‌: ଫେସ୍‌ବୁକ୍‌ କୌଣସି ତଥ୍ୟ ପାଇଁ ଦାୟିତ୍ୱ ନେଇ ନ ଥାଏ। ଏହାଛଡ଼ା ଏହାର ସତ୍ୟତାକୁ ଗ୍ୟାରେଣ୍ଟି ଦିଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri