ବୁଣାକାରଙ୍କୁ ସକ୍ଷମ କରାଇଛି ଫାବ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୧।୧୨: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ ସହ ଫ୍ୟାବ୍‌ ଇଣ୍ଡିଆ ଲିମିଟେଡ୍‌ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି। ଏହା ଜରିଆରେ ଫ୍ୟାବ୍‌ ଇଣ୍ଡିଆ ଗ୍ରୁପ୍‌ ପକ୍ଷରୁ ଏକ ଗୋଷ୍ଠୀ ମାଲିକାନାଭିତ୍ତିକ କମ୍ପାନୀ ଗଠନ କରାଯାଇଛି ଏବଂ ଏକ ଘରୋଇ ସରକାରୀ ସହଭାଗିତା କମ୍ପାନୀ ଓଡ଼ିଶା ଆର୍ଟିସାନ୍ସ ଆଣ୍ଡ୍‌ ଉଇଭର୍ସ ଲିମିଟେଡ୍‌ (ଓଏଡବ୍ଲ୍ୟୁଏଲ୍‌) ଗଠନ କରାଯାଇଛି। ୨୦୧୧ରେ ଗୋପାଳପୁରରେ ପ୍ରଥମ କ୍ଲଷ୍ଟର (ପୁଞ୍ଜ) ଗଠନ କରିବା ପରେ ଏବେ ବରଗଡ଼, କଟକ, ଭୁବନେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, ଗୋପାଳପୁର, ନୂଆପାଟଣା ଆଦିରେ କ୍ଲଷ୍ଟର ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ଫ୍ୟାବ୍‌ ଇଣ୍ଡିଆ ଲିମିଟେଡ୍‌ର ମାର୍କେଟ୍‌ ରିଜିଅନ୍‌ସ ହେଡ୍‌ କେ.ପି. ରାଜେନ୍ଦ୍ରନ କହିଛନ୍ତି, ଓଡ଼ିଶାର ହସ୍ତକଳା ଓ ପରମ୍ପରାକୁ ବଜାୟ ଓ ପ୍ରାସଙ୍ଗିକ ରଖିବା ଲାଗି ରହିଥିବା ଲକ୍ଷ୍ୟର ଅଂଶ ପାଲଟିଥିବା ହଜାର ହଜାର କାରିଗର, ବୁଣାକାର ଏବଂ ଗୋଷ୍ଠୀଗୁଡ଼ିକ ପ୍ରତି ଆମେ ଫ୍ୟାବ୍‌ ଇଣ୍ଡିଆର ଅଭିବୃଦ୍ଧି ଓ ସଫଳତାକୁ ସମର୍ପିତ କରୁଛୁ। ନିଜେ ବଢ଼ିଲେ ସମସ୍ତ ଅଂଶୀଦାର ବଢ଼ିବେ ଓ ସମୃଦ୍ଧ ରହିବାକୁ ନିଶ୍ଚିତ କରିବା ଲାଗି ଫ୍ୟାବ୍‌ ଇଣ୍ଡିଆ ପ୍ରତିବଦ୍ଧ ରହିଛି। ଏପରିକି ବରଗଡ଼ରୁ ଫ୍ୟାବ୍‌ ଇଣ୍ଡିଆ ସହ ଯୋଡ଼ିହୋଇଥିବା କାରିଗର ମକରଧ୍ୱଜ ମେହେର ନିଜ ଅଭିଜ୍ଞତା ବର୍ଣ୍ଣନାକରି କହିଛନ୍ତି, ଓଡ଼ିଶା ଆର୍ଟିସାନ୍ସ ଏବଂ ଉଇଭର୍ସ ଲିମିଟେଡ୍‌ (ଫ୍ୟାବ୍‌ ଇଣ୍ଡିଆ) ସହିତ ଦୀର୍ଘ ୧୦ବର୍ଷ ହେବ ବେପାର କରିଆସୁଛି। ମୁଁ କଟନ ଶାଢ଼ି, ଦୁପଟା ଏବଂ କପଡ଼ା ବିକ୍ରିକରେ। ଆଗରୁ ମୋତେ ବେପାର ପାଇଁ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିବା।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri