ବିଡିଓଙ୍କ ଘରେ ବୁଲିଲା କଳାକନା : ଭେଣ୍ଟିଲେଟର ଭାଙ୍ଗି ପଶିଲେ…

ନବରଙ୍ଗପୁର,୪।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବଡିଓଙ୍କ ଘରେ ବୁଲିଲା କଳା କନା। ନବରଙ୍ଗପୁର ବ୍ଲକ ବଡିଓ ସୁନୀଲ ଖରା ଗତ ଶନିବାର ଛୁଟିରେ ରାୟଗଡାରେ ଥିବା ପରିବାରକୁ ଭେଟିବା ପାଇଁ ଯାଇଥିଲେ । ତେବେ ସକାଳୁ ଆସି, ବ୍ଲକ ପରିସରରେ ଥିବା ତାଙ୍କ ସରକାରୀ ବାସ ଭବନ ଖୋଲି ଦେଖିବା ବେଳେ ଦୁଇଟି ଭେଣ୍ଟିଲେଟର ଭାଙ୍ଗି ଚୋର ପଶି ଚୋରି କରିଥିବା ଦେଖିଥିଲେ । ତାଙ୍କ ଘରରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ନବରଙ୍ଗପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛ। ସାଇଣ୍ଟିଫିକ ଟିମର ସହାୟତା ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Dharitri – Odisha’s No.1 Odia Daily

Share
Tags: nabarangapur