Categories: Uncategorized

ମଧ୍ୟବର୍ତ୍ତୀ ପରେ ୨୦୨୮ ରାଷ୍ଟ୍ରପତି ନିର୍ବାଚନ ଉପରେ ନଜର

ଓ୍ବାଶିଂଟନ,୭।୧୧(ପି.ଟି.): ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଏବେ ୨୦୨୮ ରାଷ୍ଟ୍ରପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଭାରତୀୟ ବଂଶୋଦ୍ଭବ କଂଗ୍ରେସ ସଦସ୍ୟ ରୋ ଖାନ୍ନାଙ୍କ ସହଯୋଗୀମାନେ ତାଙ୍କ ପ୍ରାର୍ଥତ୍ତ୍ୱ ପାଇଁ ସମର୍ଥନ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଖାନ୍ନାଙ୍କ ପାଇଁ ପୂର୍ବତନ କଂଗ୍ରେସ ସଦସ୍ୟ ଜମାଲ ବୋମ୍ୟାନ୍‌ ଏବଂ ପ୍ରୋଗ୍ରେସିଭ୍‌ ରଣନୀତିକାର ନୋମିକି କୋନ୍‌ଷ୍ଟ ‘ରନ୍‌ ରୋ’ ନାମରେ ଏକ ଗୋଷ୍ଠୀ ଆରମ୍ଭ କରିଛନ୍ତି। ଉକ୍ତ ଗୋଷ୍ଠୀ ଦାତାମାନଙ୍କଠାରୁ ପାଣ୍ଠି ସଂଗ୍ରହ କରି ଖାନ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନିମନ୍ତେ ସମର୍ଥନ ଯୋଗାଡ଼ କରିବ।
ଅନ୍ୟପକ୍ଷରେ ରାଷ୍ଟ୍ରପତି ପଦ ପାଇଁ ବର୍ତ୍ତମାନର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଥିବା ରିପୋର୍ଟଗୁଡ଼ିକରେ ଆକଳନ କରାଯାଇଛି। ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱ ପାଇଁ ରୁବିଓ ଟ୍ରମ୍ପ୍‌ ପ୍ରଶାସନରୁ ଇସ୍ତଫା ଦେଇପାରନ୍ତି ବୋଲି ଗୁରୁବାର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ରୁବିଓ ଉକ୍ତ ରିପୋର୍ଟକୁ ଖଣ୍ଡନ କରି ଟ୍ରମ୍ପ୍‌ ସରକାରର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ ଏହାର ଅଂଶ ହୋଇ ରହିବେ ବୋଲି କହିଛନ୍ତି।