ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା: ମାଟ୍ରିକ୍‌ ଛାତ୍ରଙ୍କ ୨ ହାତ କଟିଲା, ଥାନାରେ ଏତଲା

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁ ଦିଗପହଣ୍ଡି ବ୍ଳକ କରପଡ଼ା ଗ୍ରାମ ବଡ଼ ସାହିର ରବି ବେହେରା (୧୫) ନାମକ ଜଣେ ମାଟ୍ରିକ୍‌ ଛାତ୍ରଙ୍କ ୨ ହାତ କଟିଯାଇଥିବା ଖବର ସାମ୍ନାକୁ ଆସିଛି। ଏନେଇ ଛାତ୍ରଙ୍କ ବାପା ସନ୍ତୋଷ ବେହେରା ବୁଧବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ବିଦ୍ୟୁତ୍‌ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁ ତାଙ୍କ ପୁଅ ଅକର୍ମଣ୍ୟ ହୋଇଗଲା ବୋଲି ସେ ଉଲ୍ଲେଖ ରହିଛି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୪୯୬/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୬ ତାରିଖ ଭୋର ପ୍ରାୟ ୫ଟାରେ ରବି ତାଙ୍କ ଘର ନିକଟ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ କାନ୍ଥରେ ଚଢ଼ି ଗଛରୁ ଫୁଲ ତୋଳୁଥିଲେ। ତେବେ ପାଖରେ ଓହଳି ରହିଥିବା ଉଚ୍ଚ ଶକ୍ତି ସମ୍ପନ୍ନ ୧୧ କେଭି ବିଦ୍ୟୁତ୍‌ ତାର ପ୍ରତି ତାଙ୍କର ନଜର ନ ଥିଲା। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ରବିଙ୍କ ୨ ହାତ ଜଳି ଯାଇଥିଲା। ସେ ସେଠାରୁ ଛିଟ୍‌କି ତଳେ ପଡ଼ିଯାଇଥିଲେ। ପରିବାର ଲୋକେ କିଛି ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଡାକ୍ତରୀ ଟିମର ଅକ୍ଳାନ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ଶେଷରେ ତାଙ୍କ ହାତ ୨ ଟିକୁ କାଟି ଦିଆଯାଇଥିବା ଜଣାପଡିଛି। ସେ ସମ୍ପୂର୍ଣ ଅକର୍ମଣ୍ୟ ହୋଇ ପଡିଛନ୍ତି। ଦୀର୍ଘଦିନର ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି। ସନ୍ତୋଷ ଜଣେ ଗରିବ ଅସହାୟ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମର ସାମାଜିକକର୍ମୀ ବିଶ୍ୱନାଥ ପ୍ରଧାନ, ଯୋଗେନ୍ଦ୍ର ପ୍ରଧାନ ଓ ବିଜୟ ସେଠୀ ପ୍ରମୁଖ ଦାବି କରିଛନ୍ତି। ଏନେଇ ଦିଗପହଣ୍ଡି ବିଦ୍ୟୁତ୍‌ ବିଭାଗ ସହକାରୀ ଯନ୍ତ୍ରୀ ଇଂ.ହରିହର ଦତ୍ତଙ୍କୁ ପଚାରିବାରୁ ତାଙ୍କ ନିକଟରେ କୌଣସି ଖବର ନ ଥିବା ଉଲ୍ଲେଖ କରିଛନ୍ତି। ତଥାପି ସେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। କ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri