ବଢ଼ିଲା ଆଧାର କାର୍ଡ ଅପଡେଟ୍‌ ସମୟସୀମା: ଜାଣନ୍ତୁ କେମିତି କରିପାରିବେ ଅପଡେଟ୍‌

ଭୁବନେଶ୍ୱର,୨୧।୪(ଅନୁରାଧା ମହାରଣା)- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଉଥିବା ଆଧାରକାର୍ଡର ଅପଡେଟ୍‌ ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଏନେଇ ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ର ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନେ ନିଃଶୁଳ୍କ ଆଧାର ଅପଡେଟ୍‌ ପାଇଁ ୟୁଆଇଡିଏଆଇ ସୁବିଧା ପ୍ରଦାନ କରୁଛି। ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୧୪ ରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଜୁନ ୧୪ ସୁଦ୍ଧା ଅନଲାଇନ୍‌ରେ ଅପଡେଟ କଲେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ମାତ୍ର ଆଧାର କେନ୍ଦ୍ର ଯାଇ ସୂଚନା ଅପଡେଟ୍‌ କଲେ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ।
ସୂଚନାଥାଉକି, ନାଗରିକମାନଙ୍କୁ ଆଧାର ଅପଡେଟ କରିବାକୁ ଉତ୍ସାହିତ କରିବା ପାଇଁ ୟୁଆଇଡିଏଆଇ ୨୦୨୩ ଡିସେମ୍ବର ସମୟସମୀମା ଧାର୍ଯ୍ୟ କରିଥିଲା। ଏହା ସତ୍ତ୍ୱେ ଅନେକ ଲୋକ ସୂଚନା ଅପଡେଟ୍‌ କରିନଥିବାରୁ ଏହି ସମୟ ସୀମା ମାର୍ଚ୍ଚ ୧୪କୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଏହାକୁ ଜୁନ୍‌ ୨୪କୁ ବୃଦ୍ଧି କରାଯାଇଛି। ଆଧାରରେ ଡେମୋଗ୍ରାଫିକ୍‌ ସମ୍ବନ୍ଧୀୟ ବିବରଣୀ ଅପଡେଟ କରିବାକୁ ୫୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିବ। ମାତ୍ର ଜୁନ ୧୪ ପର୍ଯ୍ୟନ୍ତ ମାଗଣାରେ ଅପଡେଟ୍‌ କରିପାରିବେ।
ଆଧାର ଅପଡେଟ କରିବାକ ପ୍ରଥମେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ https://uidai.gov.in/ ଲଗ୍‌ଇନ୍‌ କରିବାକୁ ପଡ଼ିବ। ଏହା ପରେ ମେନ୍‌ ପେଜ୍‌ରେ ମାଇ ଆଧାର ପୋର୍ଟାଲରେ କ୍ଲିକ କରି ଆଧାର ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ ନମ୍ବରରେ ପ୍ରାପ୍ତ ଓଟିପି ଦେବାକୁ ପଡ଼ିବ। ପ୍ରବେଶ କରିଥିତ୍ବା ବିବରଣୀ ଯାଞ୍ଚ କରି ଚେକ ବକ୍ସକୁ ଟିକ୍‌ କରିବାକୁ ପଡ଼ିବ। ଡେମୋଗ୍ରାଫିକ ସବିଶେଷ ତଥ୍ୟ ଅପଡେଟ ପାଇଁ ଡ୍ରପ ଡାଉନ ମେନୁକୁ ଯାଇ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏହି ପ୍ରକ୍ରିୟାରେ ଏକ ମିଥିଥିବା ଏସଆରଏନ୍‌ ନମ୍ବର ଟ୍ରାକିଂ ପାଇଁ ରଖିବା ଆବଶ୍ୟକ। ଆଧାର ଅପଡେଟ୍‌ ସମ୍ପର୍କିତ ସୂଚନା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri