ବଢ଼ିଲା ଆଧାର କାର୍ଡ ଅପଡେଟ୍‌ ସମୟସୀମା: ଜାଣନ୍ତୁ କେମିତି କରିପାରିବେ ଅପଡେଟ୍‌

ଭୁବନେଶ୍ୱର,୨୧।୪(ଅନୁରାଧା ମହାରଣା)- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଉଥିବା ଆଧାରକାର୍ଡର ଅପଡେଟ୍‌ ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଏନେଇ ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ର ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନେ ନିଃଶୁଳ୍କ ଆଧାର ଅପଡେଟ୍‌ ପାଇଁ ୟୁଆଇଡିଏଆଇ ସୁବିଧା ପ୍ରଦାନ କରୁଛି। ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୧୪ ରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ଏହି ସମୟ ସୀମା ବୃଦ୍ଧି କରାଯାଇଛି। ଜୁନ ୧୪ ସୁଦ୍ଧା ଅନଲାଇନ୍‌ରେ ଅପଡେଟ କଲେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ମାତ୍ର ଆଧାର କେନ୍ଦ୍ର ଯାଇ ସୂଚନା ଅପଡେଟ୍‌ କଲେ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ।
ସୂଚନାଥାଉକି, ନାଗରିକମାନଙ୍କୁ ଆଧାର ଅପଡେଟ କରିବାକୁ ଉତ୍ସାହିତ କରିବା ପାଇଁ ୟୁଆଇଡିଏଆଇ ୨୦୨୩ ଡିସେମ୍ବର ସମୟସମୀମା ଧାର୍ଯ୍ୟ କରିଥିଲା। ଏହା ସତ୍ତ୍ୱେ ଅନେକ ଲୋକ ସୂଚନା ଅପଡେଟ୍‌ କରିନଥିବାରୁ ଏହି ସମୟ ସୀମା ମାର୍ଚ୍ଚ ୧୪କୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଏହାକୁ ଜୁନ୍‌ ୨୪କୁ ବୃଦ୍ଧି କରାଯାଇଛି। ଆଧାରରେ ଡେମୋଗ୍ରାଫିକ୍‌ ସମ୍ବନ୍ଧୀୟ ବିବରଣୀ ଅପଡେଟ କରିବାକୁ ୫୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିବ। ମାତ୍ର ଜୁନ ୧୪ ପର୍ଯ୍ୟନ୍ତ ମାଗଣାରେ ଅପଡେଟ୍‌ କରିପାରିବେ।
ଆଧାର ଅପଡେଟ କରିବାକ ପ୍ରଥମେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ https://uidai.gov.in/ ଲଗ୍‌ଇନ୍‌ କରିବାକୁ ପଡ଼ିବ। ଏହା ପରେ ମେନ୍‌ ପେଜ୍‌ରେ ମାଇ ଆଧାର ପୋର୍ଟାଲରେ କ୍ଲିକ କରି ଆଧାର ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ ନମ୍ବରରେ ପ୍ରାପ୍ତ ଓଟିପି ଦେବାକୁ ପଡ଼ିବ। ପ୍ରବେଶ କରିଥିତ୍ବା ବିବରଣୀ ଯାଞ୍ଚ କରି ଚେକ ବକ୍ସକୁ ଟିକ୍‌ କରିବାକୁ ପଡ଼ିବ। ଡେମୋଗ୍ରାଫିକ ସବିଶେଷ ତଥ୍ୟ ଅପଡେଟ ପାଇଁ ଡ୍ରପ ଡାଉନ ମେନୁକୁ ଯାଇ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏହି ପ୍ରକ୍ରିୟାରେ ଏକ ମିଥିଥିବା ଏସଆରଏନ୍‌ ନମ୍ବର ଟ୍ରାକିଂ ପାଇଁ ରଖିବା ଆବଶ୍ୟକ। ଆଧାର ଅପଡେଟ୍‌ ସମ୍ପର୍କିତ ସୂଚନା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri