ଇମ୍ଫାକୁ ରପ୍ତାନି ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୨୧।୮: ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ(ଇମ୍ଫା)କୁ ନିକଟରେ ରପ୍ତାନି ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଇମ୍ପାକୁ ଉକ୍ତ ପୁରସ୍କାର ଦିଆଯାଇଛି। ବିଶେଷକରି ବୃହତ୍‌ ଉଦ୍ୟୋଗ ବର୍ଗରେ କମ୍ପାନୀକୁ ରପ୍ତାନି ଉତ୍କର୍ଷ ପାଇଁ ମର୍ଯ୍ୟାଦାଜନକ ଇଇପିସି ଇଣ୍ଡିଆ ଇଷ୍ଟର୍ନ ରିଜିୟନ୍‌ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଭାରତର ଇଞ୍ଜିନିୟରିଂ ରପ୍ତାନି ପ୍ରୋତ୍ସାହନ ପରିଷଦ (ଇଇପିସି ଇଣ୍ଡିଆ) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନ ସମାରୋହ ଉତ୍ସବର ୩୮ ଓ ୩୯ ତମ ସଂସ୍କରଣରେ ଇମ୍ପାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି ରପ୍ତାନି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଭାରତର ଇଞ୍ଜିନିୟରିଂ ରପ୍ତାନି ଉଦ୍ୟୋଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ନିମନ୍ତେ ସମ୍ମାନିତ କରାଯାଇଥାଏ। ଏହି ପୁରସ୍କାର ଗୁଣବତ୍ତା ନବସୃଜନ ଏବଂ ଗ୍ରାହକ ସନ୍ତୁଷ୍ଟି ପାଇଁ ଇମ୍ଫା କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଉଥିବା ନିରନ୍ତର ଉଦ୍ୟମକୁ ପ୍ରତିଫଳିତ କରୁଛି।
ଏହି ପୁରସ୍କାର ସମାରୋହରେ ପଶ୍ଚିମବଙ୍ଗ ସରକାରଙ୍କ ଶିଳ୍ପ, ବାଣିଜ୍ୟ ଓ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ. ଶଶି ପାଞ୍ଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍ଫାକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି।
ସେହିଭଳି ୨୦୧୯-୨୦ ଏବଂ ୨୦୨୦-୨୧ବିତ୍ତୀୟ ବର୍ଷରେ କୋରିଆ, ଜାପାନ ଏବଂ ତାଇୱାନ୍‌ ସମେତ ପୂର୍ବ ଏସିଆରେ ଫେରୋକ୍ରୋମ୍‌ ରପ୍ତାନିର ଅସାଧାରଣ ପ୍ରଦର୍ଶନ ପାଇଁ ଇମ୍ଫାକୁ ଏହି ପୁରସ୍କାରରେ ପୁରସ୍କୃତ କରାଯାଇଛି।
ସେହିପରି ମହାମାରୀ ପରେ ସୃଷ୍ଟିହୋଇଥିବା ଆହ୍ବାନଗୁଡ଼ିକର ମୁକାବିଲା କରି କମ୍ପାନୀ ଏହି ସଫଳତା ଆଣିବା ଏକ ବିଶେଷ ଉପଲବ୍ଧି। ମୋଟ ଉପତ୍ାଦନର ୯୦% ରପ୍ତାନି ସହ ଇମ୍ଫା ପକ୍ଷରୁ ରପ୍ତାନି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭାରତର ଇଞ୍ଜିନିୟରିଂ ରପ୍ତାନି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ପାଇଁ କମ୍ପାନୀକୁ ବୃହତ୍‌, ମଧ୍ୟମ, କ୍ଷୁଦ୍ର, ଲଘୁ ଏବଂ ବାଣିଜ୍ୟ ଭଳି ୫ଟି ବର୍ଗରେ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri