ଭୁବନେଶ୍ୱର,୧୮।୧୧: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଓଲିଉଡଜଗତରେ ଶୋକର ଛାୟା ଖେଳିଯାଇଛି। ଏହାରି ଭିତରେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା ବଡ଼ ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କର ମେଲୋଡ଼ି ଟିମ ଉପରେ ଦୋଷ ଲଦିଛନ୍ତି। ହ୍ୟୁମାନଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ଷ୍ଟେଜ ଶୋ’ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ ।
ହ୍ୟୁମାନଙ୍କ ମାଆ କହିଛନ୍ତି, ମୋ ପୁଅକୁ ତାର ଦୁଇ ଜଣ ପିଏ ବ୍ୟବହାର କଲେ। ମୋ ପୁଅର ଦେହ ଖରାପ ଥିବା ସତ୍ତ୍ୱେ ତାକୁ ମେଡିକାଲ ନେବାକୁ ଛାଡ଼ିଲେନି।
ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଟିଟିଲାଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଜନ୍ମ ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରର ଦେବନ୍ଦପଡାରେl ସେ ପିଲା ଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ । ପରେ ସେ ସଙ୍ଗୀତ ଦୁନିଆରେ ପାଦ ଥାପି ବହୁ ସୁମଧୁର ଗୀତ ଭେଟି ଦେଇଥିଲେ ା କିଛି ବର୍ଷ ତଳେ ତାଙ୍କ ବାପା ଓ ସାନ ଭାଈଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମା’ ଜଣେ ଶିକ୍ଷାବିତ୍ । ହ୍ୟୁମାନଙ୍କ ଅଜା ଓ ଆଈ ଏବେ ଟିଟିଲାଗଡରେ ରହୁଛନ୍ତି। ଜନ୍ମସ୍ଥାନ ଟିଟିଲାଗଡ଼ର ଡେଙ୍ଗ’ଗାଁରେ ହେବ ହ୍ୟୁମାନ ସାଗରଙ୍କ ଶେଷକୃତ୍ୟ ହେବ ବୋଲି ଜଣାପଡିଛି। କଟକ ବାସଭବନରୁ ଟିଟିଲାଗଡ଼ର ଅଭିମୁଖେ ନିଆଯାଇଛି ପାର୍ଥୀବ ଶରୀର। ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ।