ବଲାଙ୍ଗୀର,୯ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନାରେ ବୁଧବାର ରାସାୟନିକ ଦ୍ରବ୍ୟ ମିଶ୍ରଣ ବେଳେ ବିସ୍ଫୋରଣ ଘଟି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର କର୍ମଚାରୀ ଶିବ ପ୍ରସାଦ ଭୋଇଙ୍କୁ ରାଉରକେଲା ବର୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରି ଦିଆଯାଇଛି।