ନିଶ୍ଚିନ୍ତକୋଇଲି,୧୨ା୧୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ନତକାଇ ଗ୍ରାମରେ ବାଣ ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ନତକାଇ ଗ୍ରାମର ଜଣାଶୁଣା ବାଣ କାରିଗର ଭାଗ୍ୟଧର ମଳିକଙ୍କ ଘରେ ବୁଧବାର ମଧ୍ୟାହ୍ନରେ ଆକସ୍ମିକ ଭାବେ ବାଣ ବିସ୍ଫୋରଣ ଘଟିଥିଲା। ଏହି ବାଣ ବିସ୍ଫୋରଣରେ ପ୍ରଭାସିନୀ ମଳିକ (୩୩) ଗୁରୁତର ହୋଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଦେହର ଶତକଡ଼ା ୭୫ ଭାଗ ପୋଡ଼ିଯାଇଥିଲା ବେଳେ ତାଙ୍କ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।