Posted inଖେଳ

ମହିଳା ଫୁଟ୍‌ବଲରେ ଯୌନଶୋଷଣ

ଫୁଟ୍‌ବଲ ଏକ କଣ୍ଟାକ୍ଟ ସ୍ପୋଟର୍‌ସ ହୋଇଥିବାରୁ ସାଧାରଣ ଭାବରେ ମହିଳାମାନେ ଏଥିରେ ଅଂଶଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି। ତେବେ ଏହା ଏକମାତ୍ର କାରଣ ନୁହେଁ, ଅନ୍ୟ ଏକ କାରଣ ହେଉଛି ଯୌନ ଶୋଷଣ ତଥା ଓ ମାନସିକ ନିର୍ଯାତନା। ଆମେରିକାର ମହିଳା ଫୁଟ୍‌ବଲ ଲିଗ୍‌ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ୬୦ ପ୍ରତିଶତ ମହିଳା ଫୁଟ୍‌ବଲର ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଥାନ୍ତି। ଏସବୁ ଘଟଣାକୁ କୋର୍ଟରେ ପ୍ରମାଣିତ କରିବା ମଧ୍ୟ ବେଶ୍‌ କଷ୍ଟସାଧ୍ୟ। ୮୯ ହଜାର ଅଭିଯୋଗ ଆସିବା ପରେ ୨୦୦ ମହିଳା ଖେଳାଳିଙ୍କଠାରୁ ସାକ୍ଷାତ୍‌କାର ମଧ୍ୟ ନିଆଯାଇ ଏହି ତଥ୍ୟ ପ୍ରକାଶିତ ହୋଇଛି। ନିକଟରେ ଆମେରିକୀୟ ଲିଗ୍‌ ପକ୍ଷରୁ ଏହି ଅନୁସନ୍ଧାନ ରିପୋର୍ଟ ଆଧାରରେ ୪ ଜଣ ପୂର୍ବତନ କୋଚ୍‌ଙ୍କୁ ଆଜୀବନ ବାସନ୍ଦ କରାଯାଇଛି। ମହିଳା ଖେଳାଳିଙ୍କୁ ଏମାନେ ଶାରୀରିକ ଓ ମାନସିକ ଭାବରେ ନିର୍ଯାତନ ପ୍ରଦାନ କରୁଥିଲେ। ନର୍ଥ କାରୋଲିନାର ପୂର୍ବତନ କୋଚ୍‌ ପଲ୍‌ ରାଇଲି, ଚିକାଗୋ ରେଡ୍‌ ଷ୍ଟାର୍ସର ପୂର୍ବତନ କୋଚ୍‌ ରୋରି ଡେମ୍‌ସ, ଓ୍ବାଶିଂଟନ୍‌ ସ୍ପିରିଟ୍‌ କୋଚ୍‌ ରିଚି ବର୍କ ଓ ରେସିଂ ଲୁଇଭିଲ୍ଲେର ପୂର୍ବତନ କୋଚ୍‌ କ୍ରିଷ୍ଟି ହୋଲିଙ୍କୁ ଆଜୀବନ ବାସନ୍ଦ କରାଯାଇଛି। ଏହା ବ୍ୟତୀତ ଖେଳାଳିଙ୍କୁ ମାନସିକ ଭାବରେ ନିର୍ଯାତିତ କରିଥିବା ୟୁଟା ରୟାଲ୍ସର କ୍ରେଗ୍‌ ହାରିଙ୍ଗଟନ୍‌ ଓ ଗୋଥାମ୍‌ର ଆଲିସ୍‌ ଲାହୁଏଙ୍କୁ ୨ ବର୍ଷ ବାସନ୍ଦ କରାଯାଇଛି।

ଜର୍ଜ ଭିଲ୍ଡା
ସ୍ପେନ୍‌ ଫୁଟ୍‌ବଲ ମହାସଂଘର ସଭାପତି ରୁବେଲ୍ସଙ୍କ ଫାଇନାଲ ମ୍ୟାଚ୍‌ ଚୁମ୍ବନ ଘଟଣା ପରେ ହିଁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମହିଳା ଫୁଟବଲରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ନାନାଦି ପ୍ରଶ୍ନ ମଧ୍ୟ ଉଠିଛି। ବିଶ୍ୱକପ ବିଜୟର ଠିକ୍‌ ବର୍ଷେ ପୂର୍ବରୁ ବର୍ତ୍ତମାନର କୋଚ୍‌ ଜର୍ଜ ଭିଲ୍ଡାଙ୍କ ନାମରେ ୧୫ ଜଣ ଖେଳାଳି ଯୌନ ଶୋଷଣ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏପରି କି ଏହି ୧୫ ଖେଳାଳି ଜାତୀୟ ଦଳରେ ସାମିଲ ନ ହେବା ପାଇଁ ଅନୁରୋଧ କରିଥିଲେ। ବାଲନ୍‌ ଡି ଓର ବିଜୟିନୀ ଆଲେକ୍ସିସ୍‌ ପୁଟେଲାସ୍‌ ଏହି ଖେଳାଳି ମାନଙ୍କୁ ସମର୍ଥନ କରିଥିଲେ। ଏହି ତାଲିକାରେ ୬ ଜଣ ବାର୍ସେଲୋନା ଖେଳାଳି ରହିଥିବା ବେଳେ ମାଞ୍ଚେଷ୍ଟର ସିଟି ଓ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ଦୁଇ ଜଣ ଲେଖାଏ ଖେଳାଳି ରହିଥିଲେ। ଯଦିଓ ଏହି ମାମଲାକୁ ସ୍ପେନ୍‌ ଫୁଟ୍‌ବଲ ମହାସଂଘ ଦବାଇ ଦେଇଥିଲା ତେବେ ବର୍ତ୍ତମାନ ସମାନ ଘଟଣା ଭୂତ ହୋଇ ପିଛା କରିବାରେ ଲାଗିଛି। ଉକ୍ତ ଖେଳାଳିଙ୍କ ମଧ୍ୟରୁ ୩ ଖେଳାଳି ବିଶ୍ୱକପ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ତେବେ ଜର୍ଜ ଭିଲ୍ଡାଙ୍କ ବିରୋଧରେ ନିକଟରେ କୌଣସି ଅଭିଯୋଗ ଆସି ନ ଥିବା ବେଳେ ରୁବେଲ୍ସଙ୍କୁ ଫିଫା ପକ୍ଷରୁ ବାସନ୍ଦ କରାଯାଇଛି।

ଭେରା ପାଓ
ପ୍ରଥମ ଥର ପାଇଁ ଆୟର୍ଲାଣ୍ଡକୁ ମହିଳା ଫୁଟବଲ ବିଶ୍ୱକପର ମୁଖ୍ୟ ରାଉଣ୍ଡରେ ପ୍ରବେଶ କରାଇବାରେ କୋଚ୍‌ ଭେରା ପାଓଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ବିଶ୍ୱକପ ପରେ ୬୦ ବର୍ଷୀୟ ପାଓଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲା ଆୟର୍ଲାଣ୍ଡ ଫୁଟବଲ। ଏହାର କାରଣ ଜଣାଇ ନ ଥିଲେ ମଧ୍ୟ ବିଶ୍ୱକପ ପୂର୍ବରୁ ଆସିଥିବା ଯୌନ ଶୋଷଣ ମାମଲାକୁ ଏହାର ମୁଖ୍ୟ କାରଣ ବିବେଚନା କରାଯାଉଛି। ମିଡ୍‌ଫିଲ୍ଡର ସିନଡ୍‌ ଫେରେଲି ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଭେରା ପାଓଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଫିଲାଡେଲଫିଆରେ ବସବାସ କରୁଥିବା ସିନଡ୍‌ଙ୍କ ନିକଟରେ ଦ୍ୱୈତ ନାଗରିକତ୍ୱ ରହିଥିବା ବେଳେ ସେ ଆୟର୍ଲାଣ୍ଡ ଜାତୀୟ ଦଳର ପ୍ରତିନିଧିତ୍ୱ କରନ୍ତି। ଭେରା ପାଓଙ୍କ ସହିତ ହୋଇଥିବା ବାର୍ତ୍ତାଳାପକୁ ସେ ଭାଇରାଲ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ମାମଲା ଥଣ୍ଡା ପଡିଥିଲେ ମଧ୍ୟ ପାଓଙ୍କୁ ନିଜର ପଦବୀ ହରାଇବାକୁ ପଡିଥିଲା।

ସମାଧାନ
ଏଭଳି ସମ୍ବେଦନଶୀଳ ଘଟଣାରେ ତ୍ୱରିତ ସମାଧାନ ମିଳିବା ସମ୍ଭବ ନୁହେଁ। ତେବେ ସଚେତନତା ସହିତ ଫୁଟ୍‌ବଲରେ ମହିଳା ପ୍ରଶାସକ ଓ ମହିଳା କୋଚ୍‌ଙ୍କ ସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଏହି ସମସ୍ୟାର ସମାଧାନ ମିଳିପାରିବ। ଅଷ୍ଟ୍ରେଲିଆ/ନ୍ୟୁଜିଲାଣ୍ଡ ମହିଳା ଫିଫା ବିଶ୍ୱକପ୍‌ରେ ୩୨ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରୁ ୧୨ଟି ଦଳର କୋଚ୍‌ ମହିଳା ରହିଥିଲେ। ଅଧିକ ସଂଖ୍ୟାରେ ମହିଳାଙ୍କ ଆଗମନ ଦ୍ୱାରା ମହିଳା ଖେଳାଳିଙ୍କ ଉପରେ ହେଉଥିବା ନିର୍ଯାତନା ନିଶ୍ଚିତ ଭାବରେ ହ୍ରାସ ପାଇବ।
-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri