ମଧୁମେହ, କିଡ୍‌ନୀ, ହୃଦ୍‌ରୋଗୀଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କୌଣସି ଜଟିଳ ରୋଗ ଥିବା କରୋନା ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ରହିପାରିବେ। କିନ୍ତୁ ଏଥିପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ବିଶେଷକରି ମଧୁମେହ, କିଡ୍‌ନୀ ଓ ହୃଦ୍‌ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କେତେକ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁଥିବା ସାପ୍ତାହିକ ଖବରଦାତା ସମ୍ମିଳନୀର ଗୁରୁବାର ଅନ୍ତିମ ଦିବସରେ କରୋନା କବଳରୁ କିପରି ଜଟିଳ ରୋଗୀମାନେ ନିଜକୁ ବଞ୍ଚାଇ ପାରିବେ ଓ ସେମାନଙ୍କ ପାଇଁ ହୋମ୍‌ ଆଇସୋଲେଶନ କେତେ ଜରୁରୀ ସେ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ।
କଟକ ଏସ୍‌ସିବିର ଅନ୍ତଃସ୍ରାବୀ ଗ୍ରନ୍ଥି ବିଭାଗ ପ୍ରଫେସର ଡା. ଅନୁଜ ବଳିୟାରସିଂ କହିଲେ, ସଂକ୍ରମଣ ଭୟ ଉଭୟ ସାଧାରଣ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ସମାନ। କିନ୍ତୁ ଡାଇବେଟିସ୍‌ ନିୟନ୍ତ୍ରଣରେ ନ ରହିଲେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହିଛି। ଯଦି ସେ ସଂକ୍ରମିତ ହୁଅନ୍ତି, ତାଙ୍କର ସୁଗାର ଓ ବିପି ନିୟନ୍ତ୍ରଣ ରହୁଛି, ସେମାନେ ହୋମ୍‌ ଆଇସୋଲେଶନରେ ରହିପାରିବେ। ତେବେ କରୋନା ଆକ୍ରାନ୍ତ ଯୋଗୁ ତାଙ୍କର ମାନସିକ ଚାପ ବଢୁଥିବାରୁ ସୁଗାର ବଢ଼ିପାରେ। ଆବଶ୍ୟକ କ୍ଷେତ୍ରରେ ସେମାନେ ଇନ୍‌ସୁଲିନ୍‌ ନେବା ଉଚିତ। ସେହିପରି ସିଭିୟର କରୋନା ଥିଲେ, ହୃଦ୍‌ସ୍ପନ୍ଦନ ବେଶି ବଢ଼ିଯିବାର ସମ୍ଭାବନା ଅଛି। ମୁଣ୍ଡ ବୁଲାଇବା ଲକ୍ଷଣ ଦେଖିଲେ ସେମାନେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ବୋଲି ଡା. ବଳିୟାରସିଂ କହିଛନ୍ତି।
ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଲେ, କିଡ୍‌ନୀ ରୋଗୀଙ୍କର ଫଙ୍କ୍ସନାଲ୍‌ ଷ୍ଟାଟସ୍‌ ଦେଖି ଡୋଜ୍‌ ଦିଆଯାଏ। କରୋନା ଆକ୍ରାନ୍ତଙ୍କ ପାଇଁ ସମସ୍ତ କୋଭିଡ୍‌ ହସ୍ପିଟାଲରେ ସ୍ବତନ୍ତ୍ର ଡାଏଲିସିସ ବ୍ୟବସ୍ଥା କରାଯାଇଛି। ହୋମ୍‌ ଆଇସୋଲେଶନରେ ରହୁଥିବା ରୋଗୀ ଡାକ୍ତରଙ୍କ ପରାମର୍ଶ କରି ଘରେ ଅକ୍ସିଜେନ ନେଇପାରିବେ। ଲକ୍ଷଣ ନ ଥିଲେ ଓ ରୋଗ ଗୁରୁତର ନ ଥିଲେ ଘରେ ରହି ଚିକିତ୍ସା ହୋଇପାରିବେ। ଜ୍ୱର, କାଶ ବଢ଼ିଲେ, ପତଳା ଝାଡ଼ା ହେଲେ ୧୦୪କୁ ଫୋନ କରି କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ହୋଇପାରିବେ। ଛୋଟ ଛୋଟ ସମସ୍ୟା ପାଇଁ ହସ୍ପିଟାଲ ଆସନ୍ତୁନି, ରିସ୍କ ବଢ଼ିପାରେ ବୋଲି ସେ କହିଛନ୍ତି। ଗ୍ରାମାଞ୍ଚଳରେ ଲୋକମାନେ ମନଇଚ୍ଛା କରୋନା ପାଇଁ ଔଷଧ ଖାଉଛନ୍ତି। ଏହା ସ୍ବାସ୍ଥ୍ୟ ପକ୍ଷେ ବିପଜ୍ଜନକ ହୋଇପାରେ। ତେଣୁ ସେଭଳି ନ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ ବୋଲି ଡା. ପଣ୍ଡା ସତର୍କ କରାଇଛନ୍ତି।
ଏହି ଅବସରରେ କେୟାର ହସ୍ପିଟାଲର ହୃଦ୍‌ରୋଗ ବିଶେଷଜ୍ଞ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଲେ, ହୃଦ୍‌ରୋଗରେ ଆକ୍ରାନ୍ତ ବ୍ୟକ୍ତି କରୋନାରେ ସଂକ୍ରମିତ ହେଲେ ଜଟିଳତା ଆହୁରି ବଢ଼ିଯିବା ଆଶଙ୍କା ରହିଛି। ଏଥିପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଛାତିରେ ଯନ୍ତ୍ରଣା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଅନିୟମିତ ହୃଦ୍‌ସ୍ପନ୍ଦନ ଭଳି ଲକ୍ଷଣକୁ ଯତ୍ନର ସହ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ। କାରଣ କୋଭିଡ୍‌ ସଂକ୍ରମଣ ହେଲେ ୩-୪ଟି ସମସ୍ୟା ହୋଇପାରେ। ସ୍ଥାୟୀ ଥ୍ରୋମ୍ବୋସିସ୍‌ କାରଣରୁ ସେମାନେ ହୃଦ୍‌ଘାତରେ ପୀଡିତ ହୋଇପାରନ୍ତି। ଅନିୟମିତ ହୃଦସ୍ପନ୍ଦନ ଯୋଗୁ ସେମାନେ ହଠାତ୍‌ ହୃଦ୍‌ଘାତରେ ପୀଡ଼ିତ ହୋଇପାରନ୍ତି କିମ୍ବା ମାୟୋକାର୍ଡାଇଟିସ୍‌ କାରଣରୁ ସେମାନଙ୍କର ହୃଦୟର ମାଂସପେଶୀ କାର୍ଯ୍ୟ ଦୁର୍ବଳ ହୋଇପାରେ ବୋଲି ଡା. ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri