ଭୁବନେଶ୍ୱର, ୬।୨: ଜନଶୁଣାଣି ପାଇଁ ଦାଖଲ ହେଉଥିବା ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାର କାର୍ଯ୍ୟକାରିତା ନେଇ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ବିଭାଗର ମୁଖ୍ୟ, ପୋଲିସ୍ ମହାନିଦେ୍ର୍ଦଶକ, କମିଶନର, ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି। ଅବହେଳା ପ୍ରଦର୍ଶନକାରୀଙ୍କ ବିରୋଧରେ ଓଡ଼ିଶା ବେସାମରିକ ସେବା ନିୟମ-୧୯୬୨ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଉଲ୍ଲେଖ
ରହିଛି ।
ସୂଚନାଯୋଗ୍ୟ, ଅନେକ ଅଭିଯୋଗର ଦୀର୍ଘଦିନ ଧରି ବିଭିନ୍ନ ସ୍ତରରେ ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବ ପରିଲକ୍ଷିତ ହେଉଛି । ଯାହାଦ୍ୱାରା ଅଭିଯୋଗକାରୀମାନେ ସମାନ ଅଭିଯୋଗ ଧରି ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ତେଣୁ ସମସ୍ୟାର ତ୍ୱରିତ ସମାଧାନ ଲକ୍ଷ୍ୟରେ ଏପରି ନିର୍ଦେଶ ଜାରି କରାଯାଇଛି ।