ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ନଗର ସଂଘ ସଂଚାଳକ ସର୍ବେଶ୍ୱର ଦଳେଇଙ୍କ ନେତୃତ୍ୱରେ ବହୁ ସ୍ବୟଂସେବକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କମଳାକାନ୍ତ ସୁର, ଶମ୍ଭୁନାଥ ରାଉତ, ସିପୁ ଜେନା, ଗଣେଶ୍ୱର ମହାନ୍ତି, ହଳଧର ସାହୁ ଓ ଜଳଧର ସାହୁଙ୍କ ସମେତ ଅନେକ ସଭ୍ୟ ଉପସ୍ଥିତ ରହିଥିଲେ।
ଉପସ୍ଥିତ ସ୍ବୟଂସେବକମାନେ ଶାଖା କାର୍ଯ୍ୟକ୍ରମ ମାଧ୍ୟମରେ ଦେଶଭକ୍ତି, ସଂସ୍କୃତି ଓ ସମାଜ ସେବାର ସନ୍ଦେଶ ପ୍ରସାର କରିଥିଲେ। ଏହି ଅବସରରେ ନବବର୍ଷକୁ ସ୍ବାଗତ କରି ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

