ଓଡ଼ିଆର ବାଣିଜ୍ୟ ବିସ୍ତାର

ପ୍ରସଙ୍ଗଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ। ତଅପୋଇର ଛେଳିଚରା ସହିତ ଓଡ଼ିଆର ବାଣିଜ୍ୟ ବିସ୍ତାରର କ’ଣ ସମ୍ପର୍କ ଅଛି ? ହଁ ସମ୍ପର୍କ ଅଛି ପାଠକ ବନ୍ଧୁ ! ଅତି ଗଭୀର ସମ୍ପର୍କ। ଆମେ ତାକୁ କେବେ ଆବିଷ୍କାର କରିବାକୁ ପ୍ରୟାସ କରିନାହାନ୍ତି। ଯଦିଓ ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ, ମାତ୍ର ଆର୍ଥିକ ପ୍ରଗତିରେ ଆମେ ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସେତେଟା ବିକାଶ କରି ନ ପାରି ବର୍ତ୍ତମାନ ଅଷ୍ଟାଦଶ ସ୍ଥାନରେ ଅଛନ୍ତି। ଓଡ଼ିଶାର ସମସ୍ତ ପ୍ରକାର ସମ୍ବଳ ଥିବା ସତ୍ତ୍ୱେ ଆମର ଆର୍ଥିକ ପ୍ରଗତି ହୋଇ ପାରୁନାହିଁ। ଇତିହାସ କହେ, ପ୍ରାଚୀନ ଓ ମଧ୍ୟ ଯୁଗରେ ଉଭୟ କଳିଙ୍ଗ ଏବଂ ଉତ୍କଳ ପ୍ରଗତିର ଶୀର୍ଷରେ ପହଞ୍ଚି ପାରିଥିଲା। ମହାଭାରତ ଯୁଦ୍ଧ ସମୟରେ କଳିଙ୍ଗ ସମୃଦ୍ଧ ରାଜ୍ୟ ଥିବାର ପ୍ରମାଣ ମିଳେ। ମୌର୍ଯ୍ୟ ସାମ୍ରାଜ୍ୟ ନେତୃବୃନ୍ଦ ଶତତ ଚେଷ୍ଟା କରି ମଧ୍ୟ କଳିଙ୍ଗକୁ ଜୟ ନ କରିପାରିବାର କାହାଣୀ ସମସ୍ତେ ଜାଣନ୍ତି। ଶେଷରେ ଅଶୋକ କଳିଙ୍ଗ ଜୟ କରି ନିଜକୁ ସମ୍ରାଟ ଆଖ୍ୟାରେ ଭୂଷିତ କରିଥିଲେ। ସେତେବେଳେ ଆମ ପୂର୍ବପୁରୁଷ ନୌବାଣିଜ୍ୟରେ ପାରଙ୍ଗମ ଥିଲେ ଏବଂ ଭାରତ ବର୍ଷର ପ୍ରଥମ ଜାତି ଯେ କି ସମୁଦ୍ରରେ କାଠ ବୋଇତରେ ବିଦେଶ ମାଟିରେ ପାଦ ଦେଇଥିଲେ। ବିଦେଶ ମାଟିରେ ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ଉପନିବେଶ ସ୍ଥାପନ କରିଥିଲେ। ସେ ଇଣ୍ଡୋନେସିଆର କ୍ଲିଙ୍ଗ ଜାତି ହୁଅନ୍ତୁ କିମ୍ବା କମ୍ବୋଡିଆର ପ୍ରଥମ ସମ୍ରାଟ କୌଣ୍ଡିନ୍ୟ, ସମସ୍ତେ ଓଡ଼ିଆ ବଂଶଧର। ଖାରବେଳଙ୍କର ଗଙ୍ଗାଠାରୁ ଗୋଦାବରୀ ସାମ୍ରାଜ୍ୟ ହେଉ କିମ୍ବା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ସବୁ ଆମ ପ୍ରଗତିର ପ୍ରମାଣ। ଗଜପତିଙ୍କ ସମୟରେ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଓ ଦ୍ୱାଦଶ ଶତାବ୍ଦୀରେ ବିଶାଳକାୟ ଜଙ୍କ ବିହୀନ ଲୁହାବିମ୍‌ର ଉଦ୍ଭାବନ ସେ ସମୟରେ ସମଗ୍ର ବିଶ୍ୱରେ ବିରଳ ଥିଲା। ଏ ସବୁ ସମ୍ଭବ ଥିଲା କେବଳ ଆମ ବ୍ୟବସାୟ ବାଣିଜ୍ୟ ପାଇଁ।
ଆମର ସାଧବ ପୁଅ ବିଶ୍ୱର ବିଭିନ୍ନ ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ଷୋଡ଼ଶ ଶତାବ୍ଦୀଠାରୁ ଯେତେବେଳେ ଆମେ ପରାଧୀନ ହୋଇଗଲୁ ଓ ଆମର ବହିର୍ବାଣିଜ୍ୟ କମିଗଲା କିମ୍ବା ବନ୍ଦ ହୋଇଗଲା, ସେତେବେଳେ ଆମେ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଗଲୁ। ବର୍ତ୍ତମାନ ଅବସ୍ଥା ଏଇୟା ଯେ ଓଡ଼ିଆ ଚାଷୀ ରସୁଣ ଚାଷ ଛାଡି କିଲୋପିଛା ୪୦୦ ଟଙ୍କା ଦେଇ ଗୁଜରାଟ ଓ ରାଜସ୍ଥାନରୁ ରସୁଣ ଆମଦାନୀ କରି ବଞ୍ଚୁଛି। ସେ ଗରିବ ହେବନି ତ କ’ଣ ଧନୀ ହେବ ? ଓଡ଼ିଆ ସେତେବେଳେ ଆର୍ଥିକ ପ୍ରଗତି କରିବ, ଯେତେବେଳେ ରପ୍ତାନି ଅଧିକ କରିବ ଆଉ ଆମଦାନୀ କମ୍‌ କରିବ। ମାତ୍ର ଆମର ବର୍ତ୍ତମାନ ସ୍ଥିତି ସବୁବେଳେ ଓଲଟା। ଆମର ବହୁ ପଛରେ ମାରଓ୍ବାଡି, ପଞ୍ଜାବୀ ଓ ଗୁଜରାଟୀ ବ୍ୟବସାୟ ଆରମ୍ଭ କଲେ। ଦେଶ ବିଦେଶରେ ବିଭିନ୍ନ କୋଣକୁ ମାଡିଗଲେ, ପ୍ରଗତି ଶୀର୍ଷରେ ପହଞ୍ଚତ୍ଲେ। ଗୁଜରାଟ ଓ ପଞ୍ଜାବରେ ଏମିତି ଗ୍ରାମ ମିଳିବ ନାହିଁ, ଯେଉଁଠି କୋଟିପତି ନାହାନ୍ତି। ମାତ୍ର ଆମେ ଓଡ଼ିଆ ଅନ୍ୟ ଜିଲାରେ ବ୍ୟବସାୟ କରିବାକୁ ଡରିଲୁ। ବର୍ତ୍ତମାନ ଭୟଙ୍କର ସ୍ଥିତି ସୃଷ୍ଟି ହେଲାଣି। ଛାତ୍ରୀଛାତ୍ର ଜିଲା ବାହାରକୁ ଯିବେନି ଶିକ୍ଷକ ହେବାକୁ କିମ୍ବା ବାହାର ଜିଲାର ଶିକ୍ଷକକୁ ନିଜ ଜିଲାକୁ ଛାଡିବେନି ? ଏକବିଂଶ ଶତାବ୍ଦୀରେ କୂପମଣ୍ଡୁକ ହେବା ପାଇଁ କି ବ୍ୟଗ୍ରତା?
ଆସନ୍ତୁ ଫେରିବା ତଅପୋଇ ଛେଳି ଚରାଇବା ପ୍ରସଙ୍ଗକୁ। ଓଡ଼ିଶାରେ ଗରିବ ଶ୍ରେଣୀର ଲୋକ ମୁଖ୍ୟତଃ ଛେଳି ପାଳନ କରିଥାନ୍ତି। ତଅପୋଇ ଛେଳି ଚରାଉଥିଲେ। ଏକଥା ଆମ ପିଲାମାନେ ଖୁଦୁରୁକୁଣୀ ଓଷା କରିବା ସମୟରେ ପଢ଼ନ୍ତି। ତେଣୁ ତଅପୋଇଙ୍କ ପରିବାର ଏକ ଗରିବ ପରିବାର ଥିଲା ଏକଥା ନିଃସନ୍ଦେହରେ କୁହାଯାଇପାରେ। ତଅପୋଇର ଭାଇମାନେ ସେମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ନିଶ୍ଚୟ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିବେ ବୋଇତ ନେଇ। ତାଙ୍କର ସାତ ଭାଇ ଥିଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେତେବେଳେ ଓଡ଼ିଶାରୁ ସାଧାରଣ ଘରର ଗରିବ ଲୋକ ମଧ୍ୟ ବିଦେଶକୁ ଯାଉଥିଲା ବେପାର କରି ଧନ ରତ୍ନ ବୋହିଆଣିବାକୁ। ଅନେକ ଗରିବ ଲୋକ ସେ ସମୟରେ ବିଦେଶ ଯାଉଥିବେ, ନ ହେଲେ ତଅପୋଇଙ୍କ ଭାଇମାନେ କାହିଁକି ଯାଇଥାନ୍ତେ ? ଯଦି ସେମାନେ ଧନୀ କିମ୍ବା ସମ୍ଭ୍ରାନ୍ତ ଘରର ଲୋକ ହୋଇଥାନ୍ତେ, କେବେ ବି ତଅପୋଇ ଛେଳି ଚରାଇ ନ ଥାନ୍ତା। କାରଣ କୌଣସି ରାଜା, ଜମିଦାର କିମ୍ବା ଧନୀ ବ୍ୟକ୍ତିର ଝିଅକୁ ଭାଉଜମାନେ ଛେଳି ଚରାଇବାକୁ ପଠାଇପାରିବେକି କୌଣସି ସମାଜରେ ? କହିବାର ତାତ୍ପର୍ଯ୍ୟ ହେଲା ଆଜକୁ ଶହ ଶହ ବର୍ଷ ପୂର୍ବରୁ ଯେଉଁ ଜାତିର ସାଧାରଣ ଗରିବ ଲୋକ ସାତ ଦରିଆ ପାର ହୋଇ ବେପାର ବଣିଜ କରିପାରୁଥିଲା, ସେହି ଜାତିର ପାଠ ପଢୁଆ ଯୁବା ଏକ ବିଂଶ ଶତାବ୍ଦୀରେ ପଡ଼ୋଶୀ ରାଜ୍ୟରେ ବେପାର କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ? ଆଜି ବିପଦସଙ୍କୁଳ ଅବସ୍ଥାରେ ବୋଇତରେ ଯିବାକୁ ପଡୁନି ମାସ ମାସ ଧରି। କେଇ ଘଣ୍ଟା ଭିତରେ ବିଦେଶରେ ପହଞ୍ଚତ୍ ପାରୁଛୁ ଓ ଆସି ମଧ୍ୟ ପାରୁଛୁ। ବିଦେଶରୁ ଟଙ୍କା ନେଣ ଦେଣ ମଧ୍ୟ ସହଜ ହୋଇଛି। ପ୍ରତିବର୍ଷ ଖୁଦୁରୁକୁଣୀ ଓଷା କରିବୁ, ପଢିବୁ ତଅପୋଇ ଛେଳି ଚରାଉଥିଲେ। ସମ୍ମାନହାନି ହୋଇଯିବ ବୋଲି କେହି ଛେଳି ପାଳିବୁନି। କେବଳ ଅତି ଗରିବ ଶ୍ରେଣୀର ଲୋକେ ଛେଳି ପାଳିବେ। ଆମେ କିନ୍ତୁ ଛେଳି ମାଂସ ଖାଇବାକୁ ପସନ୍ଦ କରିବୁ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରୁ ଛେଳି ଆମଦାନୀ କରି ଖାଇବୁ। ବଡ ବିଚିତ୍ର ସ୍ଥିତି ?
ଆସନ୍ତୁ ଦେଖିବା ପ୍ରବାସୀ ଭାରତୀୟଙ୍କ ତୁଳନାରେ ପ୍ରବାସୀ ଓଡ଼ିଆଙ୍କ ସ୍ଥିତି କ’ଣ। ଆର୍‌ବିଆଇ ପରିସଂଖ୍ୟାନକୁ ତର୍ଜମା କଲେ ଜଣାଯିବ ଯେ, ପ୍ରତିବର୍ଷ ଦେଶକୁ ୬.୬ ଲକ୍ଷ କୋଟି ଟଙ୍କା ବିଦେଶରୁ ଆସିଥାଏ ପ୍ରବାସୀ ଭାରତୀୟଙ୍କଠାରୁ କାମ ଧନ୍ଦାରୁ। ଏହାର ସିଂହଭାଗ ଅର୍ଥାତ୍‌ ୧୯ ପ୍ରତିଶତ କେରଳକୁ ଆସିଥିବା ବେଳେ, ୧୬.୭ ପ୍ରତିଶତ ମହାରାଷ୍ଟ୍ରକୁ, ୧୫ ପ୍ରତିଶତ କର୍ନାଟକ ଓ ୮ ପ୍ରତିଶତ ତାମିଲନାଡୁକୁ ଆସିଥାଏ। ଏଥିରେ ଓଡ଼ିଶାର ଭାଗୀଦାରି ମାତ୍ର ୦.୪ ପ୍ରତିଶତ। ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଦେଶର ୪.୦ ପ୍ରତିଶତ ରୋଜଗାର ଆସୁଥିବାବେଳେ ପଶ୍ଚିମବଙ୍ଗକୁ ୨.୫ ପ୍ରତିଶତ ଓ ବିହାରକୁ ୧.୩ ପ୍ରତିଶତ ବିଦେଶୀ ରୋଜଗାର ଆସେ। ବଡ଼ ଦୁଃଖ ଲାଗେ ଆମର ଏ ଦୟନୀୟ ସ୍ଥିତି ଦେଖି। ବାହାରୁ ମୋଟା ଅଙ୍କର ରୋଜଗାର ଆସିଲେ ରାଜ୍ୟର ପ୍ରଗତି ହେବା ସୁନିଶ୍ଚିତ। ଆସନ୍ତୁ ଆମ ଶିକ୍ଷିତ ଯୁବା କିପରି ବିନା ଦ୍ୱିଧାରେ ଦେଶର ବିଭିନ୍ନ ସହର ଏବଂ ବିଦେଶ ମାଟିରେ ବେପାର ବଣିଜ ଓ ଚାକିରି ଧନ୍ଦା କରିପାରିବ, ତା’ର ବାତାବରଣ ସୃଷ୍ଟି କରିବା। ପଞ୍ଜାବ ରାଜ୍ୟ ସରକାରରେ ଏକ ଏନ୍‌ଆର୍‌ଆଇ ବିଭାଗ ଅଛି, ତାଙ୍କ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ। ଯେଉଁ ଓଡ଼ିଆ ଭାଇଭଉଣୀ ବିଦେଶରେ ଅଛନ୍ତି, ସେମାନେ ସର୍ବଦା ଚେଷ୍ଟା କରିବା ଉଚିତ ଯେ, କିପରି ଅଧିକରୁ ଅଧିକ ଓଡ଼ିଆ ବିଦେଶ ଯିବେ, ସେଠାରେ ହୋଟେଲ ଓ ଦୋକାନ ଖୋଳିବେ, ମନ୍ଦିର ଗଢିବେ, ଚାକିରି ଧନ୍ଦା କରିବେ ଇତ୍ୟାଦି ଇତ୍ୟାଦି। ଏହି ଭାବନା ଯୋଗୁ କେରଳୀ, ଗୁଜରାଟୀ ଓ ପଞ୍ଜାବୀ ବିଶ୍ୱର ବିଭିନ୍ନ କୋଣରେ ଭରିଯାଇଛନ୍ତି ଓ ନିଜ ରାଜ୍ୟର ପ୍ରଗତି କରିଛନ୍ତି। ଆମକୁ ବି ସେପରି କରିବାକୁ ପଡ଼ିବ। ଆମ ପୂର୍ବପୁରୁଷ ପରା କହିଯାଇଛନ୍ତି ”ଟଙ୍କାକ ପଛେ ବାରଣା ହେଉ ଯାଇ ଆସି ପୁଅ ସିଆଣିଆ ହେଉ“। ଆସନ୍ତୁ ସମସ୍ତେ ମିଶି ଓଡ଼ିଆ ଯୁବା କିପରି ଅନ୍ୟ ରାଜ୍ୟ ଓ ବିଦେଶରେ ବାଣିଜ୍ୟ ବେପାର ଓ ଚାକିରି ଧନ୍ଦା କରିପାରିବେ, ସେଥିପାଇଁ ଚେଷ୍ଟା କରିବା।
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri