ଜେଏସ୍‌ଏଲ୍‌କୁ ଏକ୍ସପାଣ୍ଡ ଗ୍ଲୋବାଲ ମାର୍କେଟ୍ସ ଆଓ୍ବାର୍ଡ

ଭୁବନେଶ୍ୱର,୨୬।୭: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଅଉ ଏକ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି ଆମେରିକାସ୍ଥିତ ଡାନା ଇନ୍‌କୋରପୋର୍ଟେଡ୍‌ ଦ୍ୱାରା ଜେଏସ୍‌ଏଲ୍‌କୁ ଏକ୍ସପାଣ୍ଡ ଗ୍ଲୋବାଲ ମାର୍କେଟ୍ସ ଆଓ୍ବାର୍ଡ ଦିଆଯାଇଥିଲା। ବିଶେଷକରି ୨୯ଟି ଦେଶ ମଧ୍ୟରେ ଥିବା ୧୮୦୦ ନାମାଙ୍କନ ମଧ୍ୟରୁ ବହୁମୁଖୀ ଗ୍ରାହକକେନ୍ଦ୍ରିକ ଆଭିମୁଖ୍ୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ଉକ୍ତ ସ୍ବୀକୃତି ଓ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ବିଭିନ୍ନ ମୋବିଲିଟି ବଜାର ପାଇଁ ଶକ୍ତି ପରିଚାଳନା ସମାଧାନରେ ବିଶେଷଜ୍ଞ ଥିବା ଓହିଓ-ଆଧାରିତ କମ୍ପାନୀ ଡାନା ତା’ର ୨୦୨୨ ଯୋଗାଣକାରୀ ପୁରସ୍କାର ବିଜେତାଙ୍କୁ ବିଭିନ୍ନ ବର୍ଗରେ ସମ୍ମାନିତ କରିବା ପାଇଁ ମାଉମିରେ ଆୟୋଜିତ ଏକ ଭର୍ଚୁଆଲ୍‌ ସମାରୋହରେ ଘୋଷଣା କରିଥିଲା। ଏଥି ମଧ୍ୟରେ କୋର୍‌ ଆୱାର୍ଡ, ଡେଲିଭର ଇନୋଭେଟିଭ୍‌ ସଲ୍ୟୁସନ୍‌ ଆୱାର୍ଡ, ବାର୍ଷିକ ପରୋକ୍ଷ ଯୋଗାଣକାରୀ, ବାର୍ଷିକ ନିରନ୍ତର ଯୋଗାଣକାରୀ ଇତ୍ୟାଦି ଅନ୍ତର୍ଭୁକ୍ତ। ଏପରିକି ଅଧିକାଂଶ ବର୍ଗରେ ଏକାଧିକ ବିଜେତା ଥିବାବେଳେ ଏକ୍ସପାଣ୍ଡ ଗ୍ଲୋବାଲ ମାର୍କେଟ୍ସ ପୁରସ୍କାର ପାଇଁ ଜିନ୍ଦଲ ଷ୍ଟେନ୍‌ଲେସ୍‌ ସ୍ପଷ୍ଟ ବିଜେତା ଥିଲା।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କମ୍ପାନୀ ପରିଚାଳିତ ହେଉଥିବାବେଳେ ଗ୍ରାହକ ସମାଧାନକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଗ୍ରାହକଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେବାକୁ ପ୍ରତିଶ୍ରୁତିବଦ୍ଧ। ସେହିଭଳି ବଜାର ଯୋଗାଣ ଅଭିବୃଦ୍ଧିରେ ଆମର ଦକ୍ଷ ଯୋଗାଣ ଶୃଙ୍ଖଳା ପରିଚାଳନା ବ୍ୟବସ୍ଥା ଏବଂ ଜଷ୍ଟ-ଇନ୍‌-ଟାଇମ୍‌ ବିତରଣ ପଦ୍ଧତି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏପରିକି ଡାନା ସହ ଆମର ସମ୍ପର୍କ ଏକ ଦୀର୍ଘସ୍ଥାୟୀ ହୋଇଥିବାବେଳେ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ଆମେ ଜର୍ମାନୀ,ଆମେରିକା, କାନାଡା, ମେକ୍ସିକୋ, ସ୍ପେନ୍‌, ବ୍ରାଜିଲ ଏବଂ ଭାରତ ସମେତ ଅନେକ ଦେଶରେ ଡାନାକୁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସମାଧାନ ଯୋଗାଇ ଦେଇଛୁ ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବୁ। ଏହି ସ୍ବୀକୃତି ଜିନ୍ଦଲ ଷ୍ଟେନ୍‌ଲେସକୁ ଇଣ୍ଡଷ୍ଟ୍ରିରେ ଜଣେ ଅଗ୍ରଣୀ ଭାବେ ପ୍ରତିଷ୍ଠିତ କରିବା ସହ ଏହାର ବିଶ୍ୱସ୍ତରୀୟ ଉପସ୍ଥିତିକୁ ୩୬୦ ଡିଗ୍ରୀ ଆଭିମୁଖ୍ୟରେ ଉତ୍କର୍ଷ ପାଇଁ ଏକ ମାନଦଣ୍ଡ ସ୍ଥିର କରିଛି। ସେହିପରି କମ୍ପାନୀ ପୁରସ୍କାରଗୁଡ଼ିକୁ ସ୍ବୀକାରକରି ନିଜର ସଙ୍ଗଠିତ ଯୋଗାଣ ଶୃଙ୍ଖଳା, ଗ୍ରାହକଙ୍କ ସନ୍ତୁଷ୍ଟି, ନବସୃଜନ, ସ୍ଥାୟୀ ଅଭ୍ୟାସ ଗ୍ରହଣ ଇତ୍ୟାଦି ପାଇଁ ଉଲ୍ଲେଖନୀୟ ଉତ୍ସର୍ଗ ପ୍ରଦର୍ଶନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri