ଜେଏସ୍‌ଏଲ୍‌କୁ ଏକ୍ସପାଣ୍ଡ ଗ୍ଲୋବାଲ ମାର୍କେଟ୍ସ ଆଓ୍ବାର୍ଡ

ଭୁବନେଶ୍ୱର,୨୬।୭: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଅଉ ଏକ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି ଆମେରିକାସ୍ଥିତ ଡାନା ଇନ୍‌କୋରପୋର୍ଟେଡ୍‌ ଦ୍ୱାରା ଜେଏସ୍‌ଏଲ୍‌କୁ ଏକ୍ସପାଣ୍ଡ ଗ୍ଲୋବାଲ ମାର୍କେଟ୍ସ ଆଓ୍ବାର୍ଡ ଦିଆଯାଇଥିଲା। ବିଶେଷକରି ୨୯ଟି ଦେଶ ମଧ୍ୟରେ ଥିବା ୧୮୦୦ ନାମାଙ୍କନ ମଧ୍ୟରୁ ବହୁମୁଖୀ ଗ୍ରାହକକେନ୍ଦ୍ରିକ ଆଭିମୁଖ୍ୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ଉକ୍ତ ସ୍ବୀକୃତି ଓ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ବିଭିନ୍ନ ମୋବିଲିଟି ବଜାର ପାଇଁ ଶକ୍ତି ପରିଚାଳନା ସମାଧାନରେ ବିଶେଷଜ୍ଞ ଥିବା ଓହିଓ-ଆଧାରିତ କମ୍ପାନୀ ଡାନା ତା’ର ୨୦୨୨ ଯୋଗାଣକାରୀ ପୁରସ୍କାର ବିଜେତାଙ୍କୁ ବିଭିନ୍ନ ବର୍ଗରେ ସମ୍ମାନିତ କରିବା ପାଇଁ ମାଉମିରେ ଆୟୋଜିତ ଏକ ଭର୍ଚୁଆଲ୍‌ ସମାରୋହରେ ଘୋଷଣା କରିଥିଲା। ଏଥି ମଧ୍ୟରେ କୋର୍‌ ଆୱାର୍ଡ, ଡେଲିଭର ଇନୋଭେଟିଭ୍‌ ସଲ୍ୟୁସନ୍‌ ଆୱାର୍ଡ, ବାର୍ଷିକ ପରୋକ୍ଷ ଯୋଗାଣକାରୀ, ବାର୍ଷିକ ନିରନ୍ତର ଯୋଗାଣକାରୀ ଇତ୍ୟାଦି ଅନ୍ତର୍ଭୁକ୍ତ। ଏପରିକି ଅଧିକାଂଶ ବର୍ଗରେ ଏକାଧିକ ବିଜେତା ଥିବାବେଳେ ଏକ୍ସପାଣ୍ଡ ଗ୍ଲୋବାଲ ମାର୍କେଟ୍ସ ପୁରସ୍କାର ପାଇଁ ଜିନ୍ଦଲ ଷ୍ଟେନ୍‌ଲେସ୍‌ ସ୍ପଷ୍ଟ ବିଜେତା ଥିଲା।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କମ୍ପାନୀ ପରିଚାଳିତ ହେଉଥିବାବେଳେ ଗ୍ରାହକ ସମାଧାନକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଗ୍ରାହକଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେବାକୁ ପ୍ରତିଶ୍ରୁତିବଦ୍ଧ। ସେହିଭଳି ବଜାର ଯୋଗାଣ ଅଭିବୃଦ୍ଧିରେ ଆମର ଦକ୍ଷ ଯୋଗାଣ ଶୃଙ୍ଖଳା ପରିଚାଳନା ବ୍ୟବସ୍ଥା ଏବଂ ଜଷ୍ଟ-ଇନ୍‌-ଟାଇମ୍‌ ବିତରଣ ପଦ୍ଧତି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏପରିକି ଡାନା ସହ ଆମର ସମ୍ପର୍କ ଏକ ଦୀର୍ଘସ୍ଥାୟୀ ହୋଇଥିବାବେଳେ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ଆମେ ଜର୍ମାନୀ,ଆମେରିକା, କାନାଡା, ମେକ୍ସିକୋ, ସ୍ପେନ୍‌, ବ୍ରାଜିଲ ଏବଂ ଭାରତ ସମେତ ଅନେକ ଦେଶରେ ଡାନାକୁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସମାଧାନ ଯୋଗାଇ ଦେଇଛୁ ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବୁ। ଏହି ସ୍ବୀକୃତି ଜିନ୍ଦଲ ଷ୍ଟେନ୍‌ଲେସକୁ ଇଣ୍ଡଷ୍ଟ୍ରିରେ ଜଣେ ଅଗ୍ରଣୀ ଭାବେ ପ୍ରତିଷ୍ଠିତ କରିବା ସହ ଏହାର ବିଶ୍ୱସ୍ତରୀୟ ଉପସ୍ଥିତିକୁ ୩୬୦ ଡିଗ୍ରୀ ଆଭିମୁଖ୍ୟରେ ଉତ୍କର୍ଷ ପାଇଁ ଏକ ମାନଦଣ୍ଡ ସ୍ଥିର କରିଛି। ସେହିପରି କମ୍ପାନୀ ପୁରସ୍କାରଗୁଡ଼ିକୁ ସ୍ବୀକାରକରି ନିଜର ସଙ୍ଗଠିତ ଯୋଗାଣ ଶୃଙ୍ଖଳା, ଗ୍ରାହକଙ୍କ ସନ୍ତୁଷ୍ଟି, ନବସୃଜନ, ସ୍ଥାୟୀ ଅଭ୍ୟାସ ଗ୍ରହଣ ଇତ୍ୟାଦି ପାଇଁ ଉଲ୍ଲେଖନୀୟ ଉତ୍ସର୍ଗ ପ୍ରଦର୍ଶନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri