Posted inଫୁରସତ

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ ଏପରି କିଛି ହରିଣ ପ୍ରଜାତି ରହିଛି, ଯେଉଁମାନଙ୍କ ବିଭିନ୍ନ ବୈଶିଷ୍ଟ୍ୟ ଖୁବ୍‌ ଅଦ୍ଭୁତ ଏବଂ ଅଜବ। ଶୀତଳ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର କ୍ଷମତା ପାଇଁ ସାଇଗା ପ୍ରଜାତିର ହରିଣ ବେଶ୍‌ ଜଣାଶୁଣା। ତେବେ ଅତ୍ୟଧିକ ଶିକାର ହେତୁ ସମ୍ପ୍ରତି ଏହି ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ ବିପଦରେ ପଡ଼ିଛି।
ସାଇଗା ହରିଣଙ୍କୁ ଏକଦା ୟୁରୋପର ୟୁରୋସିଆ ପାହାଡ଼ିଆ ଅଞ୍ଚଳ, କାର୍ପୋଥିୟନ୍‌ ପର୍ବତମାଳା, ଚାଇନାର ଜୁଙ୍ଗରିଆ ଆଦି ଅଞ୍ଚଳରେ ଦେଖିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ ଏହି ପ୍ରଜାତିର ହରିଣ କେବଳ ରୁଷିଆ ଏବଂ କାଜାଖସ୍ଥାନର ଅଳ୍ପ କିଛି ଅଞ୍ଚଳରେ ଦେଖାଯାଆନ୍ତି। ଅନ୍ୟାନ୍ୟ ଅଞ୍ଚଳରେ ଅତ୍ୟଧିକ ଶିକାର ହେତୁ ଏହି ପ୍ରଜାତିର ହରିଣ ବିଲୁପ୍ତ ହୋଇସାରିଲେଣି। ସାଇଗା ହରିଣର ଅନେକ ଅଜବ ବୈଶିଷ୍ଟ୍ୟ ରହିଛି। ସେମାନଙ୍କର ନାକ ଫୁଲିଯାଇଥିବା ସହ ମୁହଁ ଠିକ୍‌ ଓଟ ପରି ରହିଥାଏ। ସେହିପରି ଏହି ପ୍ରଜାତିର ହରିଣ ନିଜ ନାକରେ ଆଶ୍ଚର୍ଯ୍ୟଜନକ ଭାବେ ଗନ୍ଧ ବାରିପାରନ୍ତି, ଯାହା ସେମାନଙ୍କୁ ପାଗର ପରିବର୍ତ୍ତନ ସୂଚାଇବା ସହ କଠିନ ପରିବେଶରେ ବଞ୍ଚିବାକୁ ସକ୍ଷମ କରାଇଥାଏ। ସେମାନଙ୍କର ଫୁଲିଥିବା ନାକ ଦେଇ ଭିତରକୁ ଯାଉଥିବା ବାୟୁରୁ ଧୂଳି ଆପେ ବାହାରି ଯାଇଥାଏ। ସେହିପରି ଗ୍ରୀଷ୍ମଋତୁରେ ସେମାନଙ୍କ ନାକ ଦେଇ ଯାଉଥିବା ଗରମ ପବନ ଥଣ୍ଡା ହୋଇଯାଇଥାଏ ଏବଂ ଶୀତଦିନେ ନାକ ଦେଇ ଶରୀର ଭିତରକୁ ପ୍ରବେଶ କରୁଥିବା ଶୀତଳ ପବନ ଗରମ ହୋଇଯାଇଥାଏ।
ସ୍ଥାନାନ୍ତରିତ ପ୍ରାଣୀ ଭାବେ ସାଇଗା ହରିଣ ବେଶ୍‌ ପ୍ରସିଦ୍ଧ। ସେମାନେ ଶୀତଦିନେ ଥଣ୍ଡାରୁ ଏବଂ ଗ୍ରୀଷ୍ମଦିନେ ଗରମରୁ ରକ୍ଷା ପାଇବା ପାଇଁ କୌଣସି ଏକ ସ୍ଥାନରୁ ପ୍ରାୟ ହଜାର କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରନ୍ତି। ସାଇଗା ହରିଣର ଉପର ଚର୍ମ ଚିନାବାଦାମ ରଙ୍ଗର ହୋଇଥାଏ, ଯାହାକୁ କୋଟ କୁହାଯାଏ। ବିଭିନ୍ନ ଜଳବାୟୁରେ ବସବାସ କରୁଥିବାରୁ ଅନେକ ସମୟରେ ଏହି କୋଟର ଆକାର ମଧ୍ୟ ବଦଳିଥାଏ। ଗ୍ରୀଷ୍ମଋତୁରେ ଏହି କୋଟଟି ପତଳା ଏବଂ ହାଲୁକା ହୋଇଯାଉଥିବାବେଳେ ଶୀତଦିନେ ଏହା ମୋଟା ଏବଂ ଘନ ହୋଇଯାଇଥାଏ। ଶୀତଦିନେ ଏହି କୋଟ ଗ୍ରୀଷ୍ମଋତୁର କୋଟ ଅପେକ୍ଷା ପ୍ରାୟ ୨ ଗୁଣ ଲମ୍ବା ଏବଂ ୭୦% ମୋଟା ହୋଇଯାଏ। ସେପଟେ ସାଇଗା ହରିଣ ସାଧାରଣତଃ ଘାସ, ଛୋଟ ଛୋଟ ଉଦ୍ଭିଦ ଏବଂ ବୁଦା ପତ୍ର ଖାଇଥାନ୍ତି। ଅନେକଥର ସେମାନେ ଭଲ ଘାସ ଖାଇବା ପାଇଁ ଜେବ୍ରାମାନଙ୍କୁ ଅନୁସରଣ କରୁଥିବାର ଦେଖିବାକୁ ମିଳେ। ବିଷାକ୍ତ ଉଦ୍ଭିଦ ଖାଇବାର କ୍ଷମତା ମଧ୍ୟ ସାଇଗା ହରିଣଙ୍କର ରହିଛି। ଏହା ସେମାନଙ୍କ ସ୍ବାସ୍ଥ୍ୟକୁ କୌଣସି ହାନି ପହଞ୍ଚାଇ ପାରି ନ ଥାଏ।
ତେବେ ସାଇଗା ହରିଣକୁ ବହୁଳ ମାତ୍ରାରେ ଶିକାର କରାଯାଇ ସେମାନଙ୍କ ଶିଙ୍ଗକୁ ଚୋରା ଚାଲାଣ କରାଯାଇଥାଏ। ସେହିପରି ଏହି ପ୍ରଜାତିର ହରିଣଙ୍କ ଚର୍ମ ଏବଂ ମାଂସ ବଜାରରେ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ଅନେକ ଶିକାରୀ ପ୍ରାଣୀ ମଧ୍ୟ ସାଇଗା ହରିଣଗୁଡ଼ିକୁ ନିଜ ଭୋକ ମେଣ୍ଟାଇବା ପାଇଁ ଶିକାର କରିଥାନ୍ତି। ଫଳରେ ଏହି ପ୍ରଜାତିର ହରିଣଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?