ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ ଚତୁଃପାଶର୍‌ବରେ ରହିଥିବା ସରକାରୀ ଜମିକୁ କିଛି ବ୍ୟକ୍ତି ବେଆଇନ ଭାବରେ ଜବରଦଖଲ କରି ରଖିଥିବାରୁ ଜନସାଧାରଣଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଓ ଉନ୍ନୟନମୂଳକ କାର୍ଯ୍ୟ ଲାଗି ସରକାର ଯୋଗାଇ ଦେଉଥିବା ଅନୁଦାନ କାର୍ଯ୍ୟକାରୀ ହୋଇପାରୁନାହିଁ। ଦିନକୁଦିନ ସହର ବଢୁଥିବା ସାଙ୍ଗକୁ ଜାଗାର ଅଭାବ ଯୋଗୁ ବିକାଶମୂଳକ କାର୍ଯ୍ୟ ଆଗେଇ ନ ପାରି ସହରଟି ଅବହେଳିତ ହୋଇ ଲୋକେ ସେମାନଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଅପରପକ୍ଷରେ ଏନଏସିର ସ୍ଥାୟୀ କାର୍ଯ୍ୟାଳୟ ଗୃହଟିଏ ନ ଥିବାରୁ ଲୋକଙ୍କ ଲାଗି ରହିଥିବା କଲ୍ୟାଣମଣ୍ଡପରେ କାର୍ଯ୍ୟାଳୟଟି ଚାଲିଛି। ମାଛମାଂସ ବିକ୍ରି ଲାଗି ସ୍ଥାୟୀ ବଜାରଟିଏ ନ ଥିବାରୁ ମୁଖ୍ୟରାସ୍ତା ପାଶର୍‌ବରେ ଏଣେତେଣେ ମାଛ ବିକ୍ରି ସାଙ୍ଗକୁ ଛେଳିକଟା ଯାଇ ମାଂସ ବିକ୍ରିଚାଲିଛି। ଯାହାଦ୍ବାରା ସହରର ପରିବେଶ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହେବା ସାଙ୍ଗକୁ ରାସ୍ତା ଅବରୋଧ ଘଟି ଦୁର୍ଘଟଣା ଘଟିବାରେ ଲାଗିଛି।

ସେହିପରି ଯାନବାହନ ପାର୍କିଂ ଲାଗି ସ୍ଥାନ ନ ଥିବାରୁ ଲୋକେ ରାସ୍ତା ଉପରେ ଗାଡ଼ିମୋଟର ରଖୁଥିବା ହେତୁ ଟ୍ରାଫିକ୍‌ ସମସ୍ୟା ଦେଖାଦେଇ ବାରମ୍ବାର ଦୁର୍ଘଟଣା ଘଟୁଛି। ସହରର କାଳୀମନ୍ଦିର ଛକଠାରୁ କଲେଜଛକ ମଧ୍ୟରେ ଦୀର୍ଘ ୧ କିମି ରାସ୍ତା ଧରି ଶୌଚାଳୟ କି ପରିସ୍ରାଗାରଟିଏ ନ ଥିବାରୁ ଦୈନିନ୍ଦିନ କାର୍ଯ୍ୟ ଲାଗି ବିଭିନ୍ନ ଅଞ୍ଚଳକୁ ଆସୁଥିବା ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଶେଷକରି ମହିଳାମାନେ ବହୁମାତ୍ରାରେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ଏଭଳି ଲୋକଙ୍କ ମୌଳିକ ସମସ୍ୟା ଓ ଅସୁବିଧାକୁ ନେଇ ଏନ୍‌ସିର ନୂଆ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ ପ୍ରତ୍ୟହ ସହରର ବିଭିନ୍ନ ସାହିବସ୍ତି ବୁଲି ଲୋକଙ୍କ ସମସ୍ୟାକୁ ପରଖି ସହରର ବିକାଶ ପ୍ରତି ଆଗେଇ ଆସି ଜବରଦଖଲ ହଟାଇ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ଜାଗା ଯୋଗାଇ ଦେବାକୁ ତହସିଲଦାର ଓ ସରକାରଙ୍କୁ ଜଣାଇ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଏପରିକି ତହସିଲଦାର ବିନୋଦ କୁମାର ବେହେରାଙ୍କ ସହଯୋଗରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଓ ଜନପ୍ରତିନିଧିମାନଙ୍କୁ ନେଇ ଜବରଦଖଲରେ ରହିଥିବା ଜାଗାମାନଙ୍କୁ ଯାଇ ଚିହ୍ନଟ କରିବା ସହ ଏହାକୁ ଜବରଦଖଲ ମୁକ୍ତ କରି ଏନ୍‌ସିକୁ ହସ୍ତାନ୍ତର କରିବାକୁ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। ନିର୍ବାହୀ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସହରବାସୀ ପ୍ରଶଂସା କରିଥିବାବେଳେ ଜବରଦଖଲକାରୀଙ୍କ ମଧ୍ୟରେ ଛନକା ପଶିଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri