ତନିସ୍କର ସ୍ବତନ୍ତ୍ର ପୂଜା କଲେକ୍ସନ

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜା କଲେକ୍ସନ ‘ଏଶାନି’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ପ୍ରତି ଓଡ଼ିଆ ନାରୀଙ୍କ ମଧ୍ୟରେ ରହିଥିବା ଶକ୍ତିର ଭାବନାକୁ ମା’ ଦୁର୍ଗାଙ୍କ ବିଭିନ୍ନ ଅବତାର ମାଧ୍ୟମରେ ଉପସ୍ଥାପନ କରିବା ପାଇଁ ତନିସ୍କର ଉକ୍ତ କଲେକ୍ସନ ଏକ ସମର୍ପଣ ବୋଲି କୁହାଯାଇଛି। ‘ଏଶାନି’ କଲେକନ୍ସ ଝୁଲଣ ଗୋସ୍ବାମୀ, ସାହାନା ବାଜପେୟୀ, ପାରୋମିତା ବାନାର୍ଜୀ ଏବଂ ମିମି ଚକ୍ରବର୍ତ୍ତୀଙ୍କ ଭଳି ଦୃଢ଼ ମହିଳାଙ୍କ ପ୍ରେରଣାଦାୟୀ କାହାଣୀକୁ ସମ୍ମାନିତ କରୁଛି। ସେହିପରି ଉକ୍ତ କଲେକ୍ସନ ସୁନା ଗହଣାର ଏକ ବ୍ୟାପକ ରେଞ୍ଜ୍‌, ଯାହାକି କାରିଗରମାନଙ୍କ ଦ୍ୱାରା ଅତି ନିଖୁଣ ଭାବେ ପ୍ରସ୍ତୁତ ହୋଇଛି। ଏପରିକି ଫ୍ଲୋରାଲ ମୋଟିଭ୍‌ ସହ ଚୋକର ଆଦି ରହିଛି, ଯାହାକି ପେଣ୍ଡାଲଗୁଡ଼ିକର ଭାବପୂର୍ଣ୍ଣ ବିବରଣୀ ପ୍ରଦାନ କରୁଛି। ଉଲ୍ଲେଖଯୋଗ୍ୟ, ଆଡ୍‌ଜଷ୍ଟେବଲ ଟାଇ-ହାର, ମୋଡା ହୋଇଥିବା ତା’ର ଷ୍ଟ୍ରାପ ଏବଂ ସୂକ୍ଷ୍ମ ଷ୍ଟାମ୍ପରେ ପ୍ରସ୍ତୁତ କାନଫୁଲ ଏବଂ ଅତି ସୁନ୍ଦର ଡିଜାଇନ୍‌ ଚୁଡ଼ି ଆଦି ଉକ୍ତ କଲେକ୍ସନରେ ସାମିଲ ରହିଛି। ବିଶେଷକରି ପରମ୍ପରା, ଚିତ୍ରକଳା ଏବଂ ନବସୃଜନକୁ ମିଶାଇ ପ୍ରସ୍ତୁତ ‘ଏଶାନି’ କଲେକ୍ସନ ଓଡ଼ିଶାର ସମସ୍ତ ତନିସ୍କ ଷ୍ଟୋରରେ ଉପଲବ୍ଧ। ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ତନିସ୍କ ମଧ୍ୟ ଆକର୍ଷଣୀୟ ଅଫର ଆଣିଛି, ଯାହାକି ପାର୍ବଣ ଖୁସିକୁ ଆହୁରି ବଢ଼ାଇବ। ଗ୍ରାହକ ସୁନା ଗହଣାର ଗଢ଼ା ମଜୁରି ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇବେ। ଏହି ଅଫର ସୀମିତ ସମୟ ପାଇଁ ବୈଧ ବୋଲି ତନିସ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri