କଟକରେ ଟାଟା ପ୍ରଡକ୍ଟ ସମୂହର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଟାଟା ଗ୍ରୁପ୍‌’ର ଅଗ୍ରଣୀ ବ୍ରାଣ୍ଡ୍‌ ତଥା ଟାଟା ପ୍ରଡକ୍ଟ ସମୂହ (ଟ୍ରୋମ୍ବୋ ଷ୍ଟୋର (ଟାଇଟନ୍‌ ୱାର୍ଲଡ, ହେଲିୟସ୍‌ ଓ ଫାଷ୍ଟ୍ରାକ୍‌) ସହ ମିଆ ବାୟ ତନିସ୍କ ଏବଂ ତନେଇରା ଷ୍ଟୋର)ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କଟକର ସିଡିଏ-୬ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଟାଇଟନ୍‌ କମ୍ପାନୀ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସି.କେ. ଭେଙ୍କଟରମଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତନେଇରାର ସିଇଓ ଅମ୍ବୁଜ ନାରାୟଣ, ଟାଇଟନ୍‌ର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ପୂର୍ବ) ସୋମପ୍ରଭ ସିଂହଙ୍କ ସମେତ ଆଲୋକ ରଞ୍ଜନ, ଅନିର୍ବାଣ ବାନାର୍ଜୀ, ଓପଲ ସେନ୍‌ଗୁପ୍ତା ଏବଂ ଯୋଗେନ୍ଦ୍ର ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଟାଇଟନ୍‌ର ପରିଚାଳନା ନିର୍ଦ୍ଦେଶକ ସି.କେ.ଭେଙ୍କଟରମଣ କହିଥିଲେ, ଗହଣା, ହାତଘଡ଼ି ଏବଂ ଇଣ୍ଡିଆନ୍‌ ଡ୍ରେସ୍‌ୱେର୍‌ ବର୍ଗରେ ଏକ୍ସକ୍ଲୁସିଭ ଆଉଟ୍‌ଲେଟର ଉଦ୍‌ଘାଟନ (ଶୁଭାରମ୍ଭ) କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି କଟକରେ ଟାଟା ପ୍ରଡକ୍ଟସ ସମୂହର ୫ଟି ନୂଆ ଷ୍ଟୋର୍‌ ଜରିଆରେ ଆମେ ଟାଇଟନ୍‌ କମ୍ପାନୀର ସର୍ବୋତ୍ତମ ଅଫରିଂ ଗ୍ରାହକଙ୍କ ପାଇଁ ଆଣିଦେଇଛୁ।
ଉଲ୍ଲେଖଯୋଗ୍ୟ, ୨୧୦୦ ବର୍ଗଫୁଟ୍‌ ପରିମିତ ସ୍ଥାନରେ ନିର୍ମିତ ନୂତନ ଟ୍ରୋମ୍ବୋ ଷ୍ଟୋରରେ ଟାଇଟନ୍‌ ୱାର୍ଲଡ, ହେଲିୟସ ଏବଂ ଫାଷ୍ଟ୍ରାକ୍‌ ଭଳି ବ୍ରାଣ୍ଡ୍‌ର ଆଉଟ୍‌ଲେଟ୍‌ ରହିଛି। ଏଠାରେ ବିଭିନ୍ନ ବୟସ ବର୍ଗ ପାଇଁ ବ୍ୟାପକ ପ୍ରକାର ହାତଘଡ଼ି, ଫ୍ରାଗ୍ରାନ୍ସ, ବ୍ୟାଗ୍‌ ଏବଂ ସନ୍‌ଗ୍ଲାସ୍‌ ଉପଲବ୍ଧ। ସେହିଭଳି ୩୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଅଲ୍‌ ନ୍ୟୁ ତନେଇରା ଷ୍ଟୋରରେ ହାତ ତିଆରି ଶାଢ଼ି ବର୍ଗ (କ୍ଲାସିକ୍‌ ଏବଂ କନ୍‌ଟେମ୍ପୋରାରିର ଫ୍ୟୁଜନ୍‌) ସହିତ ରେଡି ଟୁ ୱେର୍‌ ବ୍ଲାଉଜ୍‌, କୁର୍ତ୍ତା, ସର୍ଟ ଟପ୍‌ ଏବଂ ଆହୁରି ଅନେକ କିଛି ରହିଛି। ସେହିପରି ୯୦୦ ବର୍ଗଫୁଟ୍‌ରୁ ଊର୍ଦ୍ଧ୍ୱ ପରିମିତ ସ୍ଥାନରେ ‘ମିଆ ବାୟ ତନିସ୍କ ଷ୍ଟୋର’ ରେ ହାଲୁକା ଏବଂ ଟ୍ରେଣ୍ଡି ସୁନା ଓ ହୀରା ଗହଣାର ୱାନ୍‌-ଷ୍ଟପ୍‌ ଡେଷ୍ଟିନେଶନ ହେବ। ଏପରିକି ଏଠାରେ ମିଆର ୧୪ ଏବଂ ୧୮କ୍ୟାରେଟ୍‌ ବର୍ଗର ବ୍ୟାପକ ରେଞ୍ଜ ଆଧୁନିକ, ସୁନ୍ଦର ଏବଂ ଟେଣ୍ଡି ଗହଣା ପିସ୍‌ ଉପଲବ୍ଧ। ଏହି ଗହଣାଗୁଡ଼ିକ ମଧ୍ୟରେ ଷ୍ଟଡ୍‌, ରିଙ୍ଗ୍‌, ବ୍ରେସ୍‌ଲେଟ୍‌, ଇୟରିଂ, ଇୟର କଫ୍‌, ପେଣ୍ଡେଣ୍ଟ ଏବଂ ନେକ୍‌ଲେସ୍‌ ଇତ୍ୟାଦି ସାମିଲ ରହିଛି। ଅପରପକ୍ଷରେ ତନିସ୍କ ବାୟ ମିଆ ପକ୍ଷରୁ ନିର୍ଦ୍ଦିଷ୍ଟ ରେଞ୍ଜ ଉପରେ ୨୦% ରିହାତି ଏବଂ ତନେଇରା ପକ୍ଷରୁ ଗୋଲ୍‌ଡ କଏନ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜୁଲାଇ ୮ପର୍ଯ୍ୟନ୍ତ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?