ସୋନି ଇଣ୍ଡିଆ ପକ୍ଷରୁ ପାର୍ବଣ ଅଫର

ନୂଆଦିଲ୍ଲୀ,୩୦।୯:ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ସୋନି ଇଣ୍ଡିଆ ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋନି ଇଣ୍ଡିଆର ଟିଭି, ହୋମ୍‌ ଥିଏଟର, ସାଉଣ୍ଡବାର୍‌, କ୍ୟାମେରା ଏବଂ ଲେନ୍ସଗୁଡିକ ଉପରେ କିଛି ସ୍ବତନ୍ତ୍ର ଅଫର ମଧ୍ୟ ରହିଛି। ଚଳିତ ଦୁର୍ଗାପୂଜାକୁ ସ୍ମରଣୀୟ କରିବା ପାଇଁ ଗ୍ରାହକମାନଙ୍କ ନିମନ୍ତେ କମ୍ପାନୀ ବାଧ୍ୟତାମୂଳକ ଅଫର ଏବଂ ସହଜ ଫାଇନାନ୍ସ ଯୋଜନାଗୁଡିକର ଶୁଭାରମ୍ଭ କରିଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ସେଲ୍ସ ବିଭାଗର ମୁଖ୍ୟ ସତୀଶ ପଦ୍ମନାଭନ୍‌ କହିଛନ୍ତି, ପ୍ରତି ବର୍ଷ ଦୁର୍ଗାପୂଜାରେ ଆମେ ଆମର ଉତ୍ପାଦର ଚାହିଦାକୁ ନେଇ ଏକ ବଡ଼ ବୃଦ୍ଧି ଦେଖୁ। କାରଣ ଗ୍ରାହକମାନେ ଅତ୍ୟାଧୁନିକ ତଥା ଅଭିନବ ଟେକ୍ନୋଲୋଜି ସହ ନିଜ ଘରକୁ ଅପ୍‌ଗ୍ରେଡ୍‌ କରିବାକୁ ପସନ୍ଦ କରିଥାନ୍ତି। ବିଶେଷକରି ବ୍ରାଭିଆ ଏଫ୍‌ୱାଇ୨୨ ଟେଲିଭିଜନ୍‌ ମୂଲ୍ୟରେ ଗୁଗଲ୍‌ ଟିଭି ୟୁଜର ସୁବିଧା ରହିଛି, ଯାହା ଏକ ଭିନ୍ନ ମନୋରଞ୍ଜନର ମାଧ୍ୟମ । ଏହି ପରିପ୍ରେକ୍ଷୀରେ ସୋନିର ଏକ୍ସଆର୍‌ କଗ୍ନିଟିଭ୍‌ ପ୍ରୋସେସର, ଡଲ୍‌ବି ଭିଜନ୍‌, ଡଲ୍‌ବି ଆଟମୋସ୍‌, ବ୍ରାଭିଆ କ୍ୟାମ୍‌ ଓ ବ୍ରାଭିଆ କୋର୍‌ ଭଳି ଅତ୍ୟାଧୁନିକ ଓଲେଡ୍‌ ସିରିଜ୍‌ ଏ୮୦କେ ଏବଂ ଏ୯୫କେକୁ ଉନ୍ନତ ଟେକ୍ନୋଲୋଜିର ବଜାର ପ୍ରବେଶ କରାଇଛି। ସେହିଭଳି ବ୍ରାଭିଆ ଟେଲିଭିଜନ୍‌ରେ ୩ବର୍ଷର ବିସ୍ତୃତ ୱାରେଣ୍ଟି ପ୍ରଦାନ କରାଯିବା ସହ ସହଜ ଫାଇନାନ୍ସ ଅଫର ଯେପରିକି ଗୋଟିଏ ଇଏମ୍‌ଆଇ ମାଗଣା ଅଫର ଓ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆକର୍ଷଣୀୟ କ୍ୟାଶ୍‌ବ୍ୟାକ୍‌ ଅଫର ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ସୁଝି ପାରିଲେନି ଅନିଲ ଅମ୍ବାନୀ; ଗ୍ରୁପ ମୁଖ୍ୟାଳୟକୁ କବ୍‌ଜା କଲା ବ୍ୟାଙ୍କ

ମୁମ୍ବାଇ,୩୧।୭ : ୟେସ୍‌ ବ୍ୟାଙ୍କରୁ ଆଣିଥିବା ଋଣ ଅନିଲ ଅମ୍ବାନୀ ଶୁଝିବାକୁ ସକ୍ଷମ ହୋଇ ନ ହେବାରୁ ତାଙ୍କ କମ୍ପାନୀର ମୁ୍‌ମ୍ବାଇ କାର୍ଯ୍ୟାଳୟକୁ ବ୍ୟାଙ୍କ ପକ୍ଷରୁ...

୨୭୦କର୍ମଚାରୀଙ୍କୁ ଛଟେଇ କଲା ବୁକ୍‌ ମାଇଁ ସୋ

ମୁମ୍ବାଇ,୨୯।୫: ଦେଶର ଅଗ୍ରଣୀ ଅନଲାଇନ ଟିକେଟ ବୁକିଂ ପ୍ଲାଟଫର୍ମ ବୁକ୍‌ ମାଇଁ ସୋ ତା’ର ୨୭୦ ନିୟମିତ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା ମହାମାରୀ କାରଣରୁ...

ଜାଲ୍‌ ଜିଏସ୍‌ଟି ଇନ୍‌ଭଏସ;ଦେଶର ୩୩୬ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୧୩-୯: ଦେଶରେ ଜିଏସ୍‌ଟି ଲାଗୁ ହେବାର ୨ ବର୍ଷ ପରେ ମୋଦି ସରକାର ଜିଏସ୍‌ଟି ଫାଙ୍କି ବିରୋଧରେ ଦେଶବ୍ୟାପୀ ଚଢ଼ାଉ ଅଭିଯାନ କରିଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ...

ଅରୁନ୍ଧତୀକୁ ବେଷ୍ଟ ରିଜିଓନାଲ ଜୁଏଲେରି ରିଟେଲ ଅଫ୍‌ ଦି ଇୟର (ଇଷ୍ଟ) ସମ୍ମାନ

ଭୁବନେଶ୍ୱର,୧।୪: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ମୁମ୍ବାଇ ସ୍ଥିତ ସାହାର...

ଚଳିତ ସପ୍ତାହରେ ରିପୋର୍ଟ ଦେଇପାରନ୍ତି ଜଲାନ କମିଟି

ନୂଆଦିଲ୍ଲୀ,୧୬-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ ବଳକା ରହିଥିବା ପାଣ୍ଠିକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ ନେଇ ଗଠିତ ବିମଳ ଜଲାନ କମିଟି ପକ୍ଷରୁ ଚଳିତ ସପ୍ତାହରେ...

ଟାଟାର ଗାଡ଼ି ଦର ବୃଦ୍ଧି

ନୂଆଦିଲ୍ଲୀ, ୨୪।୪: ଅଗ୍ରଣୀ କାର୍‌ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ତାର ଗାଡ଼ିଗୁଡ଼ିକର ଦାମ୍‌ରେ ହାରାହାରି ୧.୧% ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ...

୩୦ ବିଲିୟନ ଡଲାର ବଢ଼ିଲା ଜୁକରବର୍ଗଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୫।୫: ଗତ କିଛିଦିନ ତଳେ ଫେସ୍‌ବୁକ୍‌ର ମାର୍କ ଜୁକରବର୍ଗ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍‌ଫର୍ମରେ ୪୪ ହଜାର କୋଟି ଟଙ୍କା ନିବେଶ...

୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ହେବନି

ନୂଆଦିଲ୍ଲୀ,୧୧-୧୨: ୨୦୦୦ ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହାର ନେଇ ରହିଥିବା ଖବରକୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏହାକୁ ନେଇ ଚିନ୍ତା...

Advertisement
Archives

Model This Week