Advertisement

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୯ା୧୦: କ୍ରମାଗତ ୩ୟ ଦିନ ଲାଗି ଭାରତୀୟ ଶେୟାର ମାର୍କେଟର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୨୦୩ (୨୦୩.୦୧) ପଏଣ୍ଟ ବଢ଼ି ୫୯,୯୬୦ (୫୯,୯୫୯.୮୫) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ ରେ ମଧ୍ୟ ୫୦ (୪୯.୮୫) ପଏଣ୍ଟ ବୃଦ୍ଧି ଘଟି ୧୭,୭୮୭ (୧୭,୭୮୬.୮୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦଲାଲ ଷ୍ଟ୍ରିଟ୍‌ରେ ବ୍ୟାଙ୍କ, ଆଇଟି, ଏଫ୍‌ଏମ୍‌ସିଜି ଏବଂ ଅଟୋଶିଳ୍ପ ଓ ମେଟାଲ ଭଳି କ୍ଷେତ୍ରର ନିବେଶକଙ୍କ ପାଇଁ ବଜାର ଫଳାଫଳ ଭଲ ରହିଥିଲା। ସୂଚନାଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ପ୍ରଭାବ ଶେୟାର ବଜାରର କାରବାର ଉପରେ ପଡୁଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଅସ୍ଥିରତା ଦେଖାଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪୩୨ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଗୁରୁବାର ୪୩୨ ପଏଣ୍ଟ ବଢ଼ିଛି। ମେଟାଲ ଏବଂ ବ୍ୟାଙ୍କିଙ୍ଗ୍‌ ଷ୍ଟକ୍‌ କାରବାର ଉନ୍ନତ ହେବାରୁ ବଜାରରେ ଏଭଳି ସ୍ଥିତି...

୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି

ଭୁବନେଶ୍ୱର,୫।୯: ଶେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ନିକଟରେ ବିଭିନ୍ନ କମ୍ପାନୀର ଅଂଶଧନ କ୍ରୟ ରିଲାଏନ୍ସକୁ ବେଶ୍‌ ଲାଭ ଦେଇଛି। ଫଳରେ ଗତ...

ମୁକେଶ ଅମ୍ବାନୀଙ୍କୁ ଝଟ୍‌କା, ଧନୀ ତାଲିକାରୁ ଖସିଲେ

ନୂଆଦିଲ୍ଲୀ, ୩।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଜବରଦସ୍ତ ଝଟ୍‌କା ଲାଗିଛି। ଶେୟାର ମୂଲ୍ୟ ଖସିବା ଯୋଗୁ ରିଲାଏନ୍ସକୁ ବହୁ କ୍ଷତି ସହିବାକୁ ପଡିଛି।...

ମୋଦିଙ୍କୁ ଜେଟ୍‌ କର୍ମଚାରୀଙ୍କ ଅନୁରୋଧ: ଗୋଟିଏ ମାସ ବେତନ ଦେବାକୁ ଏସ୍‌ବିଆଇକୁ କୁହନ୍ତୁ

ମୁମ୍ବାଇ,୨୯-୪:ସଙ୍କଟରେ ଅନିର୍ଦ୍ଧିଷ୍ଟ ସମୟ ଲାଗି ବିମାନ ସେବା ବନ୍ଦ କରି ଦେଇଥିବା ଜେଟ୍‌ର କର୍ମଚାରୀ ମାନେ ଗୋଟିଏ ମାସର ବେତନ ପାଇବା ପାଇଁ ପ୍ରଧାନୀମନ୍ତ୍ରୀ ନରେନ୍ଦ୍ର...

ଖୋଲିବ ୭୦୦ ନୂଆ ଆଧାର ସେବା କେନ୍ଦ୍ର

ନୂଆଦିଲ୍ଲୀ,୩୦-୧୨: ଆଧାର ସେବା ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ସାରା ଦେଶରେ କମନ ସର୍ଭିସ ସେଣ୍ଟର (ସିଏସ୍‌ସି) ପକ୍ଷରୁ ୭୦୦ ନୂଆ ଆଧାର କେନ୍ଦ୍ର ଖୋଲିବାକୁ...

ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲକୁ ବ୍ରାଣ୍ଡ୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୨।୯: ଦେଶର ପ୍ରମୁଖ ଖାଇବାତେଲ କମ୍ପାନୀ ତଥା ଜେମିନି ଏଡିବଲସ ଆଣ୍ଡ ଫ୍ୟାଟ୍‌ ଇଣ୍ଡିଆ ଲିମିଟେଡ୍‌ (ଜିଏଫ୍‌ ଇଣ୍ଡିଆ) ର ଫ୍ଲାଗଶିପ୍‌ ବ୍ରାଣ୍ଡ ଫ୍ରିଡମ୍‌ ହେଲ୍‌ଦି...

ଚତୁର୍ଥ ତ୍ରୈମାସରେ ଅଧିକାଂଶ କମ୍ପାନୀଙ୍କୁ କ୍ଷତି

ନୂଆଦିଲ୍ଲୀ,୩୦।୬ : ଦେଶର ମୁଖ୍ୟସ୍ରୋତରେ ରହିଥିବା ଅଧିକାଂଶ କମ୍ପାନୀ ୨୦୧୯-୨୦ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ କ୍ଷତି ସହିଛନ୍ତି। ବ୍ୟାଙ୍କ ଏବଂ ସଫ୍ଟଓ୍ବେର ସେବା ଯୋଗାଣ...

ସ୍ବାମିତ୍ୱ ଯୋଜନାର ଶୁଭାରମ୍ଭ କଲେ ମୋଦି, ଗ୍ରାମବାସୀଙ୍କୁ ମିଳିବ ଡିଜିଟାଲ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ,୨୫।୪:  ସାରା ଦେଶରେ ସମ୍ପତ୍ତି ଅଧିକାର ଓ ପ୍ରମାଣପତ୍ର ଯୋଗୁ ବିଭିନ୍ନ ସମୟରେ ଅନେକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ...

Advertisement
Archives

Model This Week