Advertisement

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୯ା୧୦: ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଜାରି ସତ୍ତ୍ୱେ ଶେୟାର ବଜାର କାରବାର କ୍ରମାଗତ ୨ୟ ଦିନ ଲାଗି ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଯାଇଛି। କାରଣ ଗତ ସପ୍ତାହର କାରବାର ନିବେଶକଙ୍କୁ ଏକ ପ୍ରକାର ଆଶା ଓ ଆଶଙ୍କା ସହ ଅସ୍ଥିରତା ମଧ୍ୟରେ ଶେଷ ହୋଇଥିଲା। ଏପରିକି ଚଳିତ ସପ୍ତାହର ୨ୟ ଦିନର କାରବାର ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୫୫୦ (୫୪୯.୬୨) ପଏଣ୍ଟ ବୃଦ୍ଧି ପାଇ ୫୮,୯୬୧ (୫୮,୯୬୦.୬୦) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୧୭୫ (୧୭୫.୧୫) ପଏଣ୍ଟ ବଢ଼ି ୧୭,୪୮୭ (୧୭,୪୮୬.୯୫) ଅଙ୍କରେ ବନ୍ଦ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ବ୍ୟାଙ୍କ, ଅଟୋ ଶିଳ୍ପ, ଆଇଟି ଏବଂ ଏଫ୍‌ଏମ୍‌ସିଜି ଭଳି କ୍ଷେତ୍ରର ନିବେଶକଙ୍କ ପାଇଁ ବଜାର ଫଳାଫଳ ଭଲ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରୀ

ମୁମ୍ବାଇ: କୋଭିଡ୍‌-୧୯ ଲାଗି ୬.୩୦ ଲକ୍ଷ କୋଟିର ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ) ବିଦ୍ୟୁତ୍‌...

ଚାଇନାକୁ ଆପଲର ଝଟ୍‌କା, ଭାରତରେ ଉତ୍ପାଦନ ଯୋଜନା…

ଓ୍ବାଶିଂଟନ, ୨୨।୫ : କରୋନା ସଂକ୍ରମଣ ଯୋଗୁ ଚାଇନାରେ କଡା ପ୍ରତିବନ୍ଧକ ଲଗାଯାଇଛି। ଏପରିସ୍ଥଳେ ପ୍ରସିଦ୍ଧ କମ୍ପାନୀ ଆପଲ ଚାଇନା ବାହାରେ ବ୍ୟବସାୟ କରିବା ବିଷୟରେ...

ଗୁଗଲ୍‌ ଦେବ ୫୯୩ ନିୟୁତ ଡଲାର ଜରିମାନା

ନୂଆଦିଲ୍ଲୀ,୧୫ା୭: ଫ୍ରାନ୍ସ କମ୍ପିଟେସନ ରେଗୁଲେଟର ମଙ୍ଗଳବାର ଇଣ୍ଟରନେଟ୍‌ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ୍‌କୁ ୫୦୦ ନିୟୁତ ୟୁରୋ (୫୯୩ ନିୟୁତ ଡଲାର) ଜରିମାନା ଦେବା ଲାଗି ନିର୍ଦ୍ଦେଶ...

ଅନ୍ୟ କମ୍ପାନୀକୁ ଜେଟ୍‌ର ସ୍ଲଟ୍‌ ପ୍ରଦାନ ଅସ୍ଥାୟୀ: ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେର ସ୍ଲଟକୁ ନେଇ ବିଭିନ୍ନ ବିବାଦ ଉପୁଜୁଥିବା ବେଳେ ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଜର ପ୍ରତିକ୍ରିୟା ରଖିଛି। ବିମାନ...

ଦେବାଳିଆ ହେଲା ଅନିଲ ଅମ୍ବାନୀଙ୍କ ଆଉ ଏକ କମ୍ପାନୀ

ନୂଆଦିଲ୍ଲୀ,୧୭-୯: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ମାଲିକାନାରେ ଥିବା ଆଉ ଏକ କମ୍ପାନୀ ଦେବାଳିଆ ହୋଇଗଲାଣି। ଋଣରେ ବୁଡ଼ି ରହିଥିବା ଟେଲିକମ୍‌ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନ୍ସର ଏକ...

ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର...

ପୁଣି ବଢ଼ିପାରେ ଷ୍ଟିଲ୍‌ ଦର

ନୂଆଦିଲ୍ଲୀ,୩୦।୬: ବର୍ତ୍ତମାନ କଞ୍ଚାମାଲ୍‌ ଦରବୃଦ୍ଧି ଜାରି ରହିଥିବା କାରଣରୁ ଜୁଲାଇ ପହିଲାରୁ ପୁଣିଥରେ ଷ୍ଟିଲ୍‌ ଦର ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ଏପରିକି ଜେଏସ୍‌ପିଏଲ୍‌ର ମ୍ୟାନେଜିଂ...

ହାଜର ହେଲେନି ଚନ୍ଦା କୋଚ୍ଚର

ନୂଆଦିଲ୍ଲୀ,୧୧-୬: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହୋଇନାହାନ୍ତି। ସ୍ବାସ୍ଥ୍ୟଗତ କାରଣ ଦଶର୍ର୍ାଇ ସେ ଆସିନାହାନ୍ତି ବୋଲି...

Advertisement
Archives

Model This Week