ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୫।୭ (ଅଭୟ ଦାଶ): କ୍ରମାଗତ ୪ର୍ଥ ଦିନ ଲାଗି ଭାରତୀୟ ଶେୟାର ବଜାରରେ ଉତ୍ସାହ ଜାରି ରହିଛି। ଏପରିକି ଘରୋଇ ପୁଞ୍ଜିବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୨୭୪ ପଏଣ୍ଟ ବଢ଼ି ଥିବାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟି-୫୦ରେ ମଧ୍ୟ ୬୬ ପଏଣ୍ଟ ବୃଦ୍ଧି ଘଟିଥିବା ଷ୍ଟକ୍‌ ବଜାର ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଏନ୍‌ବିଏଫ୍‌ସି ସେକ୍ଟରରେ କମ୍ପାନୀଗୁଡ଼ିକର ଷ୍ଟକ୍‌ରେ ବୃଦ୍ଧି ଦେଖିବାକୁ ମିଳିଥିଲାବେଳେ ଏଫ୍‌ଏମ୍‌ସିଜି ଏବଂ ଅଟୋ ସେକ୍ଟରର ଶେୟାରରେ ହ୍ରାସ ଦେଖିବାକୁ ମିଳିଛି। ଅପରପକ୍ଷରେ ଭାରତୀୟ ଶେୟାର ବଜାରର କାରବାର ବିଏସ୍‌ଇ ସେନ୍‌ସେକ୍ସ ରେ ୨୭୪ ପଏଣ୍ଟ ବଢ଼ି ୬୫,୪୭୯.୦୫ ଅଙ୍କରେ ବନ୍ଦ ହୋଇଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟିର ୬୬.୪୫ ପଏଣ୍ଟ ବୃଦ୍ଧି ହୋଇ ୧୯,୩୮୯.୦୦ ଅଙ୍କରେ କାରବାର ବନ୍ଦ କରିଥିଲା।
ଉଲ୍ଲେଖଯୋଗ୍ୟ, ଶେୟାର ବଜାରର ଉଭୟ ସ୍ମଲ୍‌ କ୍ୟାପ୍‌ ଓ ମିଡ୍‌ କ୍ୟାପ୍‌ଗୁଡ଼ିକରେ ୧୩ ପ୍ରମୁଖ ସେକ୍ଟୋରାଲ ସୂଚକାଙ୍କ ମଧ୍ୟରୁ ୮ଟିରେ ହ୍ରାସ ଦେଖିବାକୁ ମିଳିଛି। ସେହିଭଳି ବିଏସ୍‌ଇର ୩୦ଶେୟାର ବିଶିଷ୍ଟ ସେନ୍‌ସେକ୍ସର କମ୍ପାନୀଗୁଡ଼ିକ ମଧ୍ୟରେ ବଜାଜ ଫାଇନାନ୍ସର ଶେୟାର ସବୁଠୁ ଅଧିକ ୭.୭% ବୃଦ୍ଧି ପାଇଥିବା ବେଳେ ଭାରତୀ ଏୟାରଟେଲ, ଆକ୍ସିସ ବ୍ୟାଙ୍କ, ରିଲାଏନ୍ସ, ଟାଟା ଷ୍ଟିଲ୍‌ ଏବଂ ହିରୋ ମୋଟୋକର୍ପ ଭଳି ଅନେକ ନିବେଶକ କମ୍ପାନୀର ଶେୟାର ହ୍ରାସ ଘଟିଛି। ଏପରିକି ବଜାଜ ଫିନ୍‌ସର୍ଭ, ଟେକ୍‌ ମହିନ୍ଦ୍ରା, ସନ୍‌ଫାର୍ମା, ଏନ୍‌ଟିପିସି, ଟାଇଟାନ, ୱିପ୍ରୋ, ଟିସିଏସ୍‌, କୋଟାକ୍‌ ବ୍ୟାଙ୍କ, ଇନ୍‌ଫୋସିସ୍‌ ଆଇଟିସି, ଏଚ୍‌ସିଏଲ୍‌ଟେକ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଶେୟାର ଲାଭରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri