ପାର୍ବଣ ପୂର୍ବରୁ ସୁନା ବଜାରରେ ଉତ୍ସାହ

ଭୁବନେଶ୍ୱର,୯।୧୦ (ଅଭୟ ଦାଶ): ବିଗତ କିଛି ମାସ ପରେ ପୁଣି ଥରେ କ୍ରମାଗତ ଭାବେ ସୁନା ଦରରେ ହ୍ରାସ ଘଟୁଛି। ବିଶେଷକରି ଚଳିତ ବର୍ଷର ପାର୍ବଣ ପୂର୍ବରୁ ବଜାରରେ ସୁନା ମୂଲ୍ୟ ହ୍ରାସ ଯୋଗୁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି, ଯାହାର ପ୍ରଭାବ କାରବାର ଉପରେ ପଡ଼ିଥିବାବେଳେ ଶୋ’ରୁମ୍‌ଗୁଡିକର ଭିଡରୁ ତାହା ସ୍ପଷ୍ଟ ବାରି ହୋଇପଡୁଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସୁନା ବଜାରର ମୂଲ୍ୟ ଗତ ସପ୍ତାହ ମଧ୍ୟରେ ପ୍ରାୟ ୨୦୦୦ରୁ ୨୫୦୦ଟଙ୍କା ହ୍ରାସ ପାଇଥିବାବେଳେ ରବିବାର ଭୁବନେଶ୍ୱରର ସୁନା ମୂଲ୍ୟ ୨୪ କ୍ୟାରେଟ ସୁନାର ଦର ୫୭,୯୮୧ ଟଙ୍କା, ୨୨ କ୍ୟାରେଟ ସୁନାର ମୂଲ୍ୟ ୫୩,୧୫୦ ଟଙ୍କା ରହିଥିବାବେଳେ ଅନ୍ୟାନ୍ୟ ସୁନା କ୍ୟାରେଟର ମୂଲ୍ୟ ୪୭,୦୦୦ ରୁ ୪୯,୦୦୦ ଟଙ୍କା ମଧ୍ୟରେ ରହିଛି। ସେହିଭଳି ରୁପା (ସିଲିଭର) ଗହଣା ମୂଲ୍ୟ ପ୍ରାୟ ୭୧,୦୦୦ ଟଙ୍କା ରହିଥିବାବେଳେ ପ୍ଲାଟିନମ୍‌ ଅଳଙ୍କାର ମୂଲ୍ୟ ପ୍ରାୟ ୩୫,୦୦୦ ରୁ ୩୭,୦୦୦ ଟଙ୍କା ରହିଥିବା ସହରର ପ୍ରମୁଖ ଅଳଙ୍କାର ଶୋରୁମ୍‌ଗୁଡିକର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଅପରପକ୍ଷରେ ହୀରା ଗହଣାର ମୂଲ୍ୟରେ ମଧ୍ୟ ବେଶ୍‌ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦିଆଯାଉଥିବାବେଳେ ହୀରା ସମେତ ଅନ୍ୟାନ୍ୟ ପ୍ରିମିୟମ ଗହଣା ଉପରେ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରାଯାଉଛି। ସେହିପରି ଆଗକୁ ପୂଜା କାରବାର (ପାର୍ବଣ ସେଲ୍‌ସ) ଓ ବିବାହ ଋତୁ ଆସୁଥିବାରୁ ଉଭୟ ରାଜ୍ୟ ଓ ଜାତୀୟସ୍ତରୀୟ ଅଳଙ୍କାର ବ୍ରାଣ୍ଡ୍‌ (ଶୋ’ରୁମ)ଗୁଡିକ ନୂତନ କଲେକ୍ସନ ସାଙ୍ଗକୁ ଅଫର ଆଦି ସମ୍ପର୍କରେ ଘୋଷଣା କରୁଛନ୍ତି। ଫଳରେ ପାର୍ବଣ ପାଇଁ ପରିବାର ପରିଜନ ଓ ଅନ୍ୟ କାରଣ ଯୋଗୁ ମଧ୍ୟ ଗ୍ରାହକଙ୍କ ମନରେ ଉତ୍ସାହ ଦେଖାଦେଇଛି। ଅପରପକ୍ଷରେ ଗତ କିଛି ଦିନ ହେଲା ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ବଜାରରେ ଦର ବୃଦ୍ଧିର ଆଶଙ୍କା ଦେଖାଦେଇଛି।

ଏପରିକି ନିବେଶକମାନେ ଷ୍ଟକ୍‌ ବଜାରରୁ ସେମାନଙ୍କର ନିବେଶ ପ୍ରତ୍ୟାହାର କରି ସୁନାରେ ନିବେଶ କରିବାକୁ ଆଗ୍ରହ ଦେଖାଇଲେଣି। କାରଣ ସୁନାରେ ସୁରକ୍ଷିତ ନିବେଶ କରିବାର ସମ୍ଭାବନା ଥିବାରୁ ସୁନାର ଚାହିଦା ବୃଦ୍ଧି ପାଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନ ହେଲା ହ୍ରାସ ପାଉଥିବା ସୁନା ଦର ହଠାତ ବଢ଼ିବା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏଶନ୍‌ (ଆଇବିଜେଏ)ର ୱେବସାଇଟ୍‌ ସୂଚନା ଅନୁଯାୟୀ ବୁଲିଅନ୍‌ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୬,୫୩୯ ଟଙ୍କା ରହିଥିବାବେଳେ ୨୨କ୍ୟାରେଟ ସୁନା ମୂଲ୍ୟ ୫୧,୭୯୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ମୂଲ୍ୟ ୪୨,୪୦୪ ଟଙ୍କା ଓ ରୁପା କିଲୋଗ୍ରାମ ପିଛା ୬୭,୦୯୫ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?