ପୁଞ୍ଜି ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୪: ଗତ କିଛି ମାସ ହେବ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସହ ସ୍ଥାନୀୟ ବଜାରରେ ମାନ୍ଦାବସ୍ଥା ଜାରି ଯୋଗୁ ପୁଞ୍ଜି ବଜାରରେ ଆଶା ଓ ଆଶଙ୍କା ଦେଖାଦେଇଥିଲା। ଏପରି କି ଶେୟାର ବଜାରରେ ମଧ୍ୟ କ୍ରମାଗତ ଭାବେ କାରବାର ପରିବର୍ତ୍ତନ ଘଟୁଥିଲା। ବିଶେଷକରି ପୁଞ୍ଜି ବଜାରରେ ପଞ୍ଜୀକୃତ କମ୍ପାନୀଗୁଡିକର ନିବେଶ ସେହି ପରିମାଣରେ କାରବାର କରିଥିଲା। ଏପରି କି ଗତ ସପ୍ତାହର କାରବାର ପୂର୍ବ ସପ୍ତାହଠାରୁ ଭଲ ରହିଥିବା ଯୋଗୁ ସେନସେକ୍ସର ଶୀର୍ଷ ୧୦ କମ୍ପାନୀ ମଧ୍ୟରୁ ୭ କମ୍ପାନୀର ମୋଟ ବଜାର ପୁଞ୍ଜିରେ ୬୭,୮୫୯.୭୭ କୋଟି ଟଙ୍କାର ବୃଦ୍ଧି ଘଟିଛି। ସେହିଭଳି ଏହି ଅବଧି ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସବୁଠୁ ଅଧିକ ଲାଭ କରିଥିବା ଜଣାପଡିଛି। ଏପରି କି ଗତ ସପ୍ତାହ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କର ମାର୍କେଟ୍‌ କ୍ୟାପ୍‌ ୧୭,୧୮୮.୨୫ କୋଟି ବଢି ୬,୨୭,୯୪୦.୨୩ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ବଜାର ପୁଞ୍ଜି ୧୫,୦୬୫.୩୧ କୋଟି ବଢି ୯,୪୪,୮୧୭.୮୫ କୋଟି ଟଙ୍କା ହୋଇଥିବା ବେଳେ ଏଚ୍‌ଡିଏଫ୍‌ସିର ମୋଟ ବଜାର ପୁଞ୍ଜି ୧୦,୫୫୭.୮୪ କୋଟି ବଢି ୫,୧୧,୪୩୬.୫୧ କୋଟି ଟଙ୍କାରେ ରହିଛି। ଅପରପକ୍ଷରେ ଆଇଟିସିର ମୂଲ୍ୟାଙ୍କନ ୧୦,୧୯୦.୯୭ କୋଟି ବଢି ୪,୯୧,୪୬୫.୯୬ କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୋଟ ବଜାର ପୁଞ୍ଜି ୯,୯୧୧.୫୯ କୋଟି ବଢି ୧୫,୯୩,୭୩୬.୦୧ କୋଟି ଟଙ୍କା ହୋଇଛି। ସେହିଭଳି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ବଜାର ମୂଲ୍ୟ ୪,୬୪୦.୮ କୋଟି ବଢି ୪,୭୫,୮୧୫.୬୯ କୋଟି ଟଙ୍କା ଏବଂ ଭାରତୀ ଏୟାରଟେଲର ବଜାର ପୁଞ୍ଜି ୩୦୫.୦୧ କୋଟି ବଢି ୪,୨୭,୪୧୬.୦୮ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ଇନଫୋସିସର ବଜାର ମୂଲ୍ୟ ୧୩, ୮୯୭.୬୭ କୋଟି ଖସି ୫,୭୬,୦୬୯.୦୫ କୋଟି ଟଙ୍କାରେ ପହଞ୍ଚତ୍ଥିବା ବେଳେ ଟିସିଏସ୍‌ର ବଜାର ପୁଞ୍ଜି ୧୧, ୬୫୪.୦୮ କୋଟି ଖସି ୧୧,୬୭,୧୮୨.୫୦ କୋଟି ଟଙ୍କା ଏବଂ ହିନ୍ଦୁସ୍ତାନ ୟୁନିଲିଭର ବଜାର ପୁଞ୍ଜି ୬, ୯୫୪.୭୯ କୋଟି ଖସି ୫,୯୫, ୩୮୬.୪୩ କୋଟି ଟଙ୍କାରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri