ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ ତାଲା ଝୁଲୁଛି। ଏଠାରେ ସମୁଦାୟ ୫ ଜଣ କର୍ମଚାରୀ ନିଯୁକ୍ତି ଥିବାବେଳେ ଦୁଇ ଜଣ କନଷ୍ଟେବଳ କୌଣସି ଟ୍ରେନିଂରେ ଯାଇଛନ୍ତି ଏବଂ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀଙ୍କ ସମେତ ଆଉ ଦୁଇ ଜଣ କାର୍ଯ୍ୟାଳୟରେ ରହିବା କଥା ହେଲେ ପ୍ରାୟ ସମୟ ଥାନା ଭାରପ୍ରାପ୍ତ ଅଧିକାରିଣୀ ଜିଲା ମୁଖ୍ୟାଳୟରେ ବସା ବାନ୍ଧିଛନ୍ତି। ମାସକୁ ଦିନେ କିମ୍ବା ସପ୍ତାହକୁ ଥରେ ଆସି କାଗଜପତ୍ରରେ ଦସ୍ତଖତ ମାରି ଅସ୍ଥାୟୀ ରାତ୍ର ଜଗୁଆଳିଙ୍କ ହାତରେ କାର୍ଯ୍ୟାଳୟ ଛାଡ଼ି ଚାଲି ଯାଉଛନ୍ତି l

ସରକାର ଚୋରା ମଦ କିମ୍ବା ଚୋରା ଗଞ୍ଜେଇ କାରବାର ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଯାଉଥିବାବେଳେ ଥୁଆମୂଳ ରାମପୁର ଅଞ୍ଚଳର ଅନେକ ଗ୍ରାମାଞ୍ଚଳରେ ମାଳମାଳ ଚୋରା ମଦକୋଟି ସାଙ୍ଗକୁ ଗାଁ ଗାଁରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ଚାଲିଛି। ଏମିତି କି ପ୍ରାୟ ସମୟ ଚୋରା ଗଞ୍ଜେଇ ଚାଲାଣ କାରବାର ମଧ୍ୟ ହେଉଥିବା ଜଣାପଡିଛି। ହେଲେ ପ୍ରାୟ ମାସ ଏମିତି ଥାନାରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି।

ଏନେଇ ପୂର୍ବରୁ ଧରିତ୍ରୀରେ ଖବର ପ୍ରକାଶ ପରେ ମଧ୍ୟ ଅଧିକାରୀଙ୍କ ଖାତିର ନାହିଁ। ଏ ସମ୍ପର୍କରେ ପୂର୍ବ ଅବକାରୀ ଥାନା
ଅଧିକାରୀଙ୍କୁ ପଚାରିବାରୁ ଷ୍ଟାଫ ଅଭାବରୁ ଏହି ଅବସ୍ଥା ହେଉଛି ବୋଲି କହିଥିଲେ। ବର୍ତ୍ତମାନର ଭାରପ୍ରାପ୍ତ ଅଧିକାରିଣୀ ପ୍ରଶାନ୍ତି ସ୍ବାଇଁଙ୍କୁ ମଧ୍ୟ ଏ ସମ୍ପର୍କରେ ପଚାରିବୁଝିବାରୁ ମୁଁ ଜିଲା ସଦର ମହକୁମା ଏବଂ ଥୁଆମୂଳ ରାମପୁର ଥାନା ଦାୟିତ୍ୱରେ ଅଛି, ଏଣୁ ଯାହା ଟିକେ ସମସ୍ୟା ଦେଖାଯାଉଛି। ଆଗାମୀ ୧୫ ଦିନ ମଧ୍ୟରେ ବାକି ୨ଜଣ କର୍ମଚାରୀ ତାଙ୍କ ଡ୍ୟୁଟିକୁ ଆସିଲେ ସବୁ ଠିକ ହୋଇଯିବ ବୋଲି କହିବା ସହ ପ୍ରାୟ ସମୟ କାର୍ଯ୍ୟାଳୟ ଖୋଲା ରହେ ସେଠାରେ ଆମ ଜଣେ ରାତ୍ର ଜଗୁଆଳି ଅଛନ୍ତି l ବର୍ତ୍ତମାନ ଆମେ ୩ ଜଣ କର୍ମଚାରୀ ଅଛୁ, ପ୍ରାୟ ସମୟ ତ କାର୍ଯ୍ୟାଳୟରେ ରହି ହେବନାହିଁ, ଆମ ପାଖକୁ ଯାହାବି ଅଭିଯୋଗ ଆସିଲେ ଆମେ ଫିଲ୍ଡ ଯାଇ ତଦାରଖ କରିବାକୁ ଯାଇଥାଉ ଏବଂ ପ୍ରତିଟି ମୁହୂର୍ତ୍ତ ଲୋକଙ୍କ ହିତପାଇଁ କମକରୁଛୁ ଆମେ ଆମ କର୍ତ୍ତବ୍ୟରେ କଦାପି ବି ଅବହେଳା କରୁନାହୁଁ ବୋଲି କହିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri